Advertisment

ବଡ଼ ଭାଇର ସୁନାର ସଂସାରକୁ ଚୁନା କରି ଦେଲା ସାନ ଭାଇ, ଖେଳିଲା ରକ୍ତର ହୋଲି...

କଟକ ଜିଲ୍ଲା ମାହାଙ୍ଗା କୁସୁପୁର ଗାଁର ବୀଭତ୍ସ କାଣ୍ଡକୁ ନେଇ ସାରା ରାଜ୍ୟ ସ୍ତବ୍ଧ। ଭାଇରୁ ଭଗାରୀ ହୋଇ ଜଲ୍ହାଦ ସାଜି ରକ୍ତର ହୋଲି ଖେଳିଥିବା ହତ୍ୟାକାରୀ ଶିବ ସାହୁକୁ ଆଜି ସାଲେପୁର ଜେଏମ୍ଏଫ୍‌ସି କୋର୍ଟରେ ପୋଲିସ୍‌ ହାଜର କରିପାରେ।

ଅଦ୍ୟତନ ହୋଇଛି
Man hacks 5 family members to death

Man hacks 5 family members to death

Advertisment

କଟକ ଜିଲ୍ଲା ମାହାଙ୍ଗା କୁସୁପୁର ଗାଁର ବୀଭତ୍ସ କାଣ୍ଡକୁ ନେଇ ସାରା ରାଜ୍ୟ ସ୍ତବ୍ଧ। ଭାଇରୁ ଭଗାରୀ ହୋଇ ଜଲ୍ହାଦ ସାଜି ରକ୍ତର ହୋଲି ଖେଳିଥିବା ହତ୍ୟାକାରୀ ଶିବ ସାହୁକୁ ଆଜି ସାଲେପୁର ଜେଏମ୍ଏଫ୍‌ସି କୋର୍ଟରେ ପୋଲିସ୍‌ ହାଜର କରିପାରେ। ପାରିବାରିକ କଳହକୁ କେନ୍ଦ୍ର କରି ରକ୍ତର ସମ୍ପର୍କ ଭୁଲି ରକ୍ତ ବୁହାଇଥିବା ଶିବ ନିଜ ଦୋଷ ସ୍ୱୀକାର କରିଛି। ଦୋଷ ମାନିବା ସହ ସେ କହିଛି ଯେ, ଆଇନ୍ ଯାହା ଶାସ୍ତି ଦେବ ତାକୁ ଗ୍ରହଣ କରିବି।

Advertisment

ବଡ଼ ଭାଇ-ଭାଉଜ, ଦୁଇ ପୁତୁରା ଓ ଝିଆରୀଙ୍କୁ ନିର୍ମମ ହତ୍ୟା କରିଥିବା ଶିବକୁ କି ଦୃଷ୍ଟାନ୍ତମୂଳକ ଶାସ୍ତି ମିଳୁଛି ତାକୁ ହିଁ ସମସ୍ତେ ଅପେକ୍ଷା କରିଛନ୍ତି। ମୃତକମାନେ ହେଲେ ୪୬ ବର୍ଷୀୟ ଅଲେଖ ସାହୁ, ତାଙ୍କ ପତ୍ନୀ ରଶ୍ମିରେଖା ପୃଷ୍ଟି, ପ୍ଲସ୍ ଥ୍ରୀ ପଢୁଥିବା ଝିଅ ସ୍ମୃତିସଂଧ୍ୟା, ପ୍ଲସ୍ ଟୁ ପଢୁଥିବା ସୌରଭ ଏବଂ ମାଟ୍ରିକ୍ ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଥିବା ସ୍ମୃତି ସାଇ।

ଘଟଣାର ଦିନକ ପରେ ମଧ୍ୟ ଶୋକରେ ବୁଡ଼ିଛି କୁସୁପୁର ଗାଁ। ସମସ୍ତଙ୍କ ମନରେ ଗୋଟିଏ ପ୍ରଶ୍ନ, ଜଣେ ମଧ୍ୟ ବୟସ୍କ ଲୋକ ଏକାକୀ କେମିତି ଏତେ ବଡ଼ କାଣ୍ଡ ଭିଆଇ ପାରିଲେ ? ଅପରାଧ ପଛରେ ସେ ଜଣେ ନା ଆଉ କାହାର ହାତ ଅଛି ? ପୋଷ୍ଟମର୍ଟମ ରିପୋର୍ଟ ଆସିବା ପରେ ହିଁ ରହସ୍ୟ ଉପରୁ ପରଦା ଉଠିବ।ପାରିବାରିକ କଳହରୁ ଏହି ହତ୍ୟାକାଣ୍ଡ ଘଟିଥିଲେ ମଧ୍ୟ ପ୍ରକୃତ କାରଣ କ’ଣ ହୋଇଥାଇପାରେ ତାକୁ ନେଇ ବିଭିନ୍ନ ପ୍ରକାରର ଚର୍ଚ୍ଚା ହେଉଛି।   

Advertisment

ଅଭ୍ୟାସଗତ ଅପରାଧୀ ନହୋଇ ଶିବ କେମିତି ଘଟାଇଲା ଏଭଳି ଜଘନ୍ୟ କାଣ୍ଡ ? ଏଭଳି ବୀଭତ୍ସ ହତ୍ୟା ବେଳେ ପାଖ ପଡୋଶୀ କେମିତି ସାମାନ୍ୟ ସୁରାକ୍ ବି ପାଇଲେନି ? ଖଣ୍ଡିଏ କଟୁରୀରେ ୫ ଜଣଙ୍କୁ ଏକୁଟିଆ ହତ୍ୟା କରିବା ଏବଂ ସ୍ୱାଭାବିକ ଢଙ୍ଗରେ ଭିିଡ଼ିଓ ଜାରି କରିବା ଶିବ ପକ୍ଷେ କେତେଦୂର ସମ୍ଭବ ? ୫ ଜଣଙ୍କୁ ହତ୍ୟା ପରେ ବି ହତ୍ୟାକାରୀ ଦେହରେ କେମିତି କୌଣସି ସଂଘର୍ଷର ଚିହ୍ନବର୍ଣ୍ଣ ନାହିଁ ? ହତ୍ୟା ପଛରେ ଆଉ କାହାର ସଂପୃକ୍ତି ନାହିଁ ତ ? ପୋଲିସ୍ ଏବେ ଏସବୁ ଦିଗକୁ ଧରି ତଦନ୍ତ କରୁଛି। 

Murder Man Kills Family Members
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ