କଙ୍ଗାରୁ କୋର୍ଟରେ ତାଲିବାନୀ ସଜା : ସର୍ବସମ୍ମୁଖରେ ଯୁବକଙ୍କୁ ଜୀଅନ୍ତା ଜାଳିଦେଲେ . .

କଙ୍ଗାରୁ କୋର୍ଟରେ ହତ୍ୟାକାରୀକୁ ମୃତ୍ୟୁଦଣ୍ଡ

zeenews

ଜୀବନ ନେଇଗଲା କଙ୍ଗାରୁ କୋର୍ଟ । ଆସାମର ନଗାବ ଜିଲ୍ଲାର ବୋରାଲାଲୁଙ୍ଗ ଗ୍ରାମରେ ଥିବା କଙ୍ଗାରୁ କୋର୍ଟର ନିର୍ଦ୍ଦେଶ ପରେ ଶନିବାର ଦିନ ଗ୍ରାମବାସୀଙ୍କ ଦ୍ୱାରା ଜଣେ ଯୁବକଙ୍କୁ ଜିଅଁନ୍ତା ଜାଳି ଦିଆଯାଉଛି । ମୃତକ ଜଣକ ରଞ୍ଜିତ ବରଦୋଲି ବୋଲି ଜଣାପଡିଛି । ଗାଁର ଜଣେ ମହିଳାଙ୍କୁ ହତ୍ୟା କରିଥିବା ଅଭିଯୋଗରେ ରଞ୍ଜିତକୁ ଗାଁଲୋକ ମିଳିତ ଭାବେ ଜଳାଇ ଦେଇଥିବା ସନ୍ଦେହ କରାଯାଉଛି । ଗାଁର ଅନ୍ୟ କିଛି ଲୋକ ସ୍ଥାନୀୟ ପୋଲିସକୁ ଏନେଇ ସୂଚନା ଦେଇଥିଲେ । ଖବର ପାଇବା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ମୃତଦେହ ଉଦ୍ଧାର କରିଥିଲା ।

ବ୍ଲାକ୍‌ମ୍ୟାଜିକ୍‌ କରୁଥିବା କହି ଗାଁର ଜଣେ ନବ ବିବାହିତା ମହିଳାଙ୍କୁ ରଞ୍ଜିତ ହତ୍ୟା କରିଥିବା କିଛି ଗାଁ ଲୋକ କହିଛନ୍ତି । ଏହି ଘଟଣା ଜଣାପଡ଼ିବା ପରେ ଗାଁରେ କଙ୍ଗାରୁକୋର୍ଟ ବସିଥିଲା । କିଛି ଦିନ ପୂର୍ବରୁ ଗାଁର କିଛି ସବିତା ପାଟର ନାମକ ଜଣେ ନବ ବିବାହିତା ମହିଳାଙ୍କର ମୃତ୍ୟୁ ହୋଇଥିଲା । କିନ୍ତୁ ପରେ ଜଣାପଡିଥିଲା ତାଙ୍କୁ ଗାଁର ପାଞ୍ଚ ଜଣ ମିଶି ହତ୍ୟା କରିଛନ୍ତି । ତା’ପରେ କଙ୍ଗାରୁ କୋର୍ଟ ଡକାଯାଇଥିଲା, ଯେଉଁଠାରେ ସବିତା  ହତ୍ୟାକାଣ୍ଡରେ ସଂପୃକ୍ତ ଲୋକଙ୍କ ବିରୋଧରେ ପଞ୍ଚାୟତ ବସିଥିଲା ।

ତେବେ ସେଠାରେ ମୃତକ ରଞ୍ଜିତ, ସବିତାଙ୍କୁ ହତ୍ୟା କରିଥିବା ସ୍ୱୀକାର କରିଥିଲା । ଏହା ପରେ କ୍ରୋଧିତ ଗାଁ ଲୋକେ ପ୍ରଥମେ ତାଙ୍କୁ ନିର୍ଦ୍ଧୁମ ମାଡ଼ ମାରିବା ସହ ଜୀଅଁନ୍ତା ଜାଳି ଦେଇଥିଲେ । ତେବେ ଏଥିରେ ସମ୍ପୃକ୍ତ ଗ୍ରାମବାସୀ ସମସ୍ତ ପ୍ରମାଣ ନଷ୍ଟ କରିବାକୁ ମଧ୍ୟ ଚେଷ୍ଟା କରିଛନ୍ତି ।

ଅନ୍ୟପଟେ ଖବର ସମ୍ପର୍କରେ ଜଣାପଡ଼ିବା ପରେ ପୋଲିସ୍‌ ଶବ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇ ଦେଇଛି । ଏଥିରେ ସଂପୃକ୍ତ ଲୋକଙ୍କ ସମ୍ପର୍କରେ ତଦନ୍ତ ଆରମ୍ଭ ହୋଇଛି ।