Advertisment

ମୂଷାକୁ ବୁଡ଼ାଇ ହତ୍ୟା ! ଥାନାକୁ ଗଲା ମାମଲା, ପୋଷ୍ଟମର୍ଟମ ରିପୋର୍ଟ ଆସିଲେ କାର୍ଯ୍ୟାନୁଷ୍ଠାନ

ମୂଷା ମାରି ବନ୍ଧା ହୋଇ ପାରନ୍ତି ଯୁବକ ।

ଅଦ୍ୟତନ ହୋଇଛି
crime

crime

Advertisment

ମୂଷାକୁ ମାରିବା ଅଭିଯୋଗରେ ଅକଳରେ ଯୁବକ । ଉତ୍ତରପ୍ରଦେଶର ବନ୍ଦାୟୁ ଜିଲ୍ଲାର ସଦର କୋଟୱାଲି ଅଞ୍ଚଳରେ ଶୁକ୍ରବାର ଦିନ ଏକ ମୂଷାଙ୍କୁ ବୁଡ଼ାଇ ହତ୍ୟା କରିଥିବା ନେଇ ପୋଲିସର ମାମାଲା ରୁଜୁ ହୋଇଛି । 'ପିପୁଲ୍ସ ଫର ଆନିମଲ୍ସ'ର ଜିଲ୍ଲା ସଭାପତି ବିକେନ୍ଦ୍ର ଶର୍ମା ଏନେଇ ପୋଲିସ୍‌ରେ ଅଭିଯୋଗ କରିଛନ୍ତି । ଅଭିଯୋଗ ଆଧାରରେ ମୃତଦେହକୁ ପୋଷ୍ଟମର୍ଟମ ପାଇଁ ପଠାଇ ଦେବା ସହ ଯୁବକଙ୍କୁ ଥାନାକୁ ଡକାଯାଇଛି । 

Advertisment

ବିକେନ୍ଦ୍ର ଶର୍ମାଙ୍କ କହିଛନ୍ତି, ସେ ରାସ୍ତାରେ ଯାଉଥିବା ସମୟରେ ଯୁବକ ଜଣକ ଗୋଟିଏ ମୂଷା ଲାଞ୍ଜରେ ପଥର ବାନ୍ଧି ଡ୍ରେନକୁ ଫିଙ୍ଗି ଦେଇଥିଲେ। ଏହାଦେଖି ସେ ତୁରନ୍ତ ଡ୍ରେନ୍‌ ଭିତରକୁ ଡେଇଁ ପଡି ମୂଷାକୁ ବାହାର କରିଥିଲେ, କିନ୍ତୁ କିଛି ସମୟ ମଧ୍ୟରେ ମୂଷାଟି ମରିଯାଇଥିଲା । ଆଉ ତା’ପରେ ତୁରନ୍ତ ସେ ମୂଷାକୁ ଧରି ଥାନାରେ ପହଞ୍ଚିଥିଲେ । 

ପୋଲିସ ସୂତ୍ର ଅନୁଯାୟୀ, ବିକେନ୍ଦ୍ର ପଶୁ କ୍ରୁରତା ଅଧିନିୟମ ଅନୁଯାୟୀ କୋଟୱାଲି ଥାନାରେ ଲିଖିତ ରୂପେ ଅଭିଯୋଗ କରିଛନ୍ତି । ଏଥିରେ ଉଲ୍ଲେଖ ରହିଛି, ଶୁକ୍ରବାର ଅପରାହ୍ନରେ ସେ ସହରର ଗାନ୍ଧୀ ଗ୍ରାଉଣ୍ଡ ଛକ ନିକଟରେ ଯାଉଥିବା ବେଳେ ମନୋଜ କୁମାର ନାମକ ଜଣେ ଯୁବକ ମୂଷାଙ୍କ ଲାଞ୍ଜରେ ପଥର ବାନ୍ଧି ପାଖରେ ଥିବା ଡ୍ରେନରେ ଫିଙ୍ଗି ଦେଇଥିଲେ । ସେ ରକ୍ଷା କରିବାକୁ ଯାଇଥିଲେ ସୁଦ୍ଧା ମୂଷା ସେତେବେଳକୁ ମରିଯାଇଥିଲା ।

Advertisment

ଏନେଇ ଅଭିଯୋଗ ପରେ ପୋଲିସ୍ ମୂଷାର ମୃତଦେହକୁ ପୋଷ୍ଟମର୍ଟମ ପାଇଁ ହସ୍ପିଟାଲ ପଠାଇ ଦେଇଥିଲେ । କିନ୍ତୁ ସମ୍ବଳ ଅଭାବରୁ ସେଠାରେ ଥିବା କର୍ମଚାରୀମାନେ ପୋଷ୍ଟମର୍ଟମ କରିବାକୁ ମନା କରିଦେଇଥିଲେ। ତା’ପରେ ମୃତଦେହକୁ ପୋଷ୍ଟମର୍ଟମ ପାଇଁ ବରେଲିରେ ଅବସ୍ଥିତ IVRI କୁ ପଠାଇଛି । ରିପୋର୍ଟ ଆସିବା ପରେ ଅଭିଯୁକ୍ତ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛି ପୋଲିସ୍ । ସେପଟେ ଯୁବକଙ୍କୁ ଥାନାକୁ ଡକାଇ ପଚରାଉଚରା କରାଯାଇଛି ।

Murder
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ