Advertisment

କ୍ଷମତାଶାଳୀ ବାପାର ବର୍ବର ପୁଅ, ପ୍ରେମିକା ଉପରେ ଚଢ଼ାଇ ଦେଲା କାର୍

ବାପା ବ୍ୟୁରୋକ୍ରାଟ୍‌ ବୋଲି କ’ଣ ପୁଅ ଇନ୍ଦ୍ରଚନ୍ଦ୍ର ମାନିବନି....ପ୍ରେମିକାର ଜୀବନ ନେବାପାଇଁ ଉଦ୍ୟମ କଲାପରେ ମଧ୍ୟ ଖୋଲାରେ ବୁଲୁଛି ଅଭିଯୁକ୍ତ....

ଅଦ୍ୟତନ ହୋଇଛି
Attempt to murder

Attempt to murder

Advertisment

ବର୍ବରତାର ସୀମା ଟପିଲା ବ୍ୟୁରୋକ୍ରାଟ୍‌ ବାପାର ପୁଅ । କ୍ଷମତା ନିଶାରେ ଅନ୍ଧ ହୋଇ ଇନ୍ଦ୍ରଚନ୍ଦ୍ର ମାନିବାକୁ ନାରାଜ । ଯେଉଁ ଯୁବତୀଙ୍କ ସହ ୪ ବର୍ଷ ହେଲା ପ୍ରେମ ସମ୍ପର୍କରେ ଥିଲେ, ତାଙ୍କ ଜୀବନ ନେବାକୁ ଚେଷ୍ଟା କରିଛନ୍ତି । କୌଣସି କଥାରେ ମନାନ୍ତର ହେବାରୁ ପ୍ରେମିକା ଉପରେ ଗାଡି ଚଢ଼ାଇ ଦେଇଛନ୍ତି । ଏଭଳି ଅଭାବନୀୟ ଘଟଣା ମହାରାଷ୍ଟ୍ରର ଥାଣେ ଅଂଚଳରେ ଦେଖିବାକୁ ମିଳିଛି।

Advertisment

ଅଭିଯୁକ୍ତ ଜଣକ ହେଉଛନ୍ତି ମହାରାଷ୍ଟ୍ର ରାଜ୍ୟ ରାଜପଥ ଉନ୍ନତିକରଣ କର୍ପୋରେସନ (MSRDC)ର ଏମ୍‌ଡି ଅନୀଲ କୁମାର ଗାଏକୱାଡଙ୍କ ପୁଅ ଅଶ୍ୱଜିତ ଗାଏକୱାଡ । ଘଟଣା ଦିନ ପ୍ରେମିକା ପ୍ରିୟା ସିଂକୁ ଥାନେର ଏକ ହୋଟେଲ ନିକଟକୁ ଡକାଇଥିଲେ ଅଶ୍ୱଜିତ ଗାଏକୱାଡ । ହେଲେ କୌଣସି କାରଣକୁ ନେଇ ସେଠାରେ ଉଭୟଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା । ପରେ ଏହା ଉଗ୍ରରୂପ ନେଇଥିଲା । ଏହାପରେ ଅଶ୍ୱଜିତଙ୍କ ସମେତ ତାଙ୍କ ୩ ସାଙ୍ଗ ପ୍ରିୟାଙ୍କୁ ପ୍ରବଳ ମାରପିଟ କରିଥିଲେ । ଜୀବନ ବିକଳରେ ସେ ବାହାରକୁ ଦୌଡ଼ି ପଳାଇ ଆସିଥିଲେ ।

ଏତିକିରେ ତାଙ୍କ ମନ ବୁଝିଲାନି ଯେ ପ୍ରେମିକ ଅଶ୍ୱଜିତ ତାଙ୍କୁ ଗାଡି ଚଢ଼ାଇ ମାରି ଦେବାକୁ ଚେଷ୍ଟା କରିଥିଲେ । ଅନ୍ୟପଟେ କାର ଧକ୍କାରେ ଯୁବତୀ ଜଣଙ୍କ ଗୁରୁତର ଆହତ ହୋଇଛନ୍ତି । ତାଙ୍କୁ ମେଡିକାଲରେ ଚିକିତ୍ସା କରାଯାଉଛି । ନିର୍ଦ୍ଦୟ ପ୍ରେମିକର ଏଭଳି ବର୍ବର କାଣ୍ଡକୁ ଯୁବତୀ ଜଣଙ୍କ ସୋସିଆଲ ମିଡିଆରେ ସେୟାର କରିଛନ୍ତି । ମହାରାଷ୍ଟ୍ରର କସରବାଦାବଲୀ ପୋଲିସ ଏନେଇ ଘଟଣାର ତଦନ୍ତ କରୁଛି । ବର୍ତ୍ତମାନ ସୁଦ୍ଧା କାହାକୁ ଗିରଫ କରାଯାଇନାହିଁ । ...

Advertisment
Attempt To Murder
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ