Advertisment

ମାହାଙ୍ଗା ଡବଲ ମର୍ଡର ମାମଲା : କୋର୍ଟରେ ହାଜର ହେଲେ IIC

ମାହାଙ୍ଗା ଡବଲ ମର୍ଡର ମାମଲାରେ କୋର୍ଟରେ ହାଜର ହୋଇଛନ୍ତି IIC। ପୁନଃତଦନ୍ତ ରିପୋର୍ଟ ସହ ସିଡିଆର୍ ଦାଖଲ ପାଇଁ କୋର୍ଟଙ୍କ ନିର୍ଦ୍ଦେଶ ଥିଲା। ତେବେ କୋର୍ଟରେ ଆଜି କ’ଣ ତଥ୍ୟ ରଖୁଛନ୍ତି ଥାନାଧିକାରୀ ତା’ ଉପରେ ନଜର ରହିଛି।

Mahanga double murder case: IIC appears in court

Mahanga double murder case: IIC appears in court

Advertisment

ଭୁବନେଶ୍ୱର: ବହୁଚର୍ଚ୍ଚିତ ମାହାଙ୍ଗା ଡବଲ ମର୍ଡର ମାମଲାରେ ଶେଷରେ କୋର୍ଟରେ ହାଜର ହେଲେ IIC ନିହାର ରଞ୍ଜନ ମହାନ୍ତି। ସାଲେପୁର JMFC କୋର୍ଟରେ ହାଜର ହୋଇଛନ୍ତି ମାହାଙ୍ଗା ଥାନା IIC । ପୁନଃତଦନ୍ତ ରିପୋର୍ଟ ସହ ସିଡିଆର୍ ଦାଖଲ ପାଇଁ କୋର୍ଟଙ୍କ ନିର୍ଦ୍ଦେଶ ଥିଲା। ଏହି କ୍ରମରେ ସେ ଆଜି କୋର୍ଟରେ ହାଜର ହୋଇଛନ୍ତି। ତେବେ କୋର୍ଟରେ ଆଜି କ’ଣ ତଥ୍ୟ ରଖୁଛନ୍ତି ଥାନାଧିକାରୀ ତା’ ଉପରେ ନଜର ରହିଛି।

Advertisment

ଏହାପୂର୍ବରୁ କୋର୍ଟ ତାଙ୍କୁ ୧୦ ତାରିଖ ସୁଦ୍ଧା ହାଜର ହେବାକୁ ନୋଟିସ୍ କରିଥିଲେ। କୋର୍ଟରେ ପୂର୍ବ ତାରିଖରେ ହାଜର ହୋଇ ନ ଥିବାରୁ ତାଙ୍କ ଉପରେ ଅସନ୍ତୋଷ ପ୍ରକାଶ କରିବା ସହ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ କାହିଁକି ନ ହେବ ସେନେଇ କାରଣ ଦର୍ଶାଇବାକୁ ନୋଟିସ୍ କରିଥିଲେ ସାଲେପୁର କୋର୍ଟ। ଆଜି ସୁଦ୍ଧା ନୋଟିସ୍‌ର ଜବାବ ଦେବା ସହ ମାମଲାର ପୁନଃ ତଦନ୍ତ ରିପୋର୍ଟ ଦାଖଲ କରିବାକୁ କହିଛନ୍ତି ଅଦାଲତ। ପୋଲିସ୍‌ର ଟାଇମ୍ ପିଟିସନ୍‌କୁ ଖାରଜ କରିବା ସହ ପୂର୍ବରୁ କୋର୍ଟ ମାଗିଥିବା ତିନି ଅଭିଯୁକ୍ତଙ୍କ କଲ୍ ଡିଟେଲ୍ ରିପୋର୍ଟ-CDRକୁ ବି ୧୦ ତାରିଖ ସୁଦ୍ଧା ଦାଖଲ କରିବାକୁ କହିଥିଲେ।

ପୂର୍ବରୁ ଏସ୍‌ପିଙ୍କ ଚିଠି ଓ ମାହାଙ୍ଗା IICଙ୍କ ସତ୍ୟପାଠ ଜରିଆରେ ରିଭିଜନ ହୋଇଥିଲା । ତେବେ ଏହି ଆବେଦନ ଗ୍ରହଣୀୟ ନୁହେଁ କହି ପିଟିସନ ଖାରଜ କରିଥିଲେ ଏଡିଜେ । ମାହାଙ୍ଗା ଡବଲ ମର୍ଡର ଘଟଣାରେ ପ୍ରୋଟେଷ୍ଟ୍‌ ପିଟିସନ୍‌ ବଳରେ ପୁନଃ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ JMFC । ଚାର୍ଜସିଟ୍‌ରେ ମନ୍ତ୍ରୀଙ୍କ ନାଁ ନ ଥିବାରୁ ପୁନଃ ତଦନ୍ତ ନିର୍ଦ୍ଦେଶ ଦିଆଯାଇଥିଲା ।

Advertisment

କେବଳ ଏତିକି ନୁହେଁ ୩ ଜଣଙ୍କ କଲ୍ ଡିଟେଲ୍ସ ରେକର୍ଡ ଦାଖଲ ପାଇଁ ବି ନିର୍ଦ୍ଦେଶ ଦେଇଥିଲେ । JMFCଙ୍କ ଆଦେଶ ଉପରେ ରିଭିଜନ ପିଟିସନ୍‌ ଫାଇଲ କରିଥିଲା ପୋଲିସ୍‌ । ତେବେ ଏ ସମ୍ପର୍କରେ ପ୍ରତିପକ୍ଷ ରମାକାନ୍ତ ବରାଳଙ୍କ ଓକିଲ ପ୍ରବୀଣ କାନୁନଗୋ ସୂଚନା ଦେଇଥିଲେ।

ପ୍ରକାଶଥାଉ ଯେ ମାହାଙ୍ଗା ଡବଲ ମର୍ଡର ମାମଲାର ପୁନଃ ତଦନ୍ତ ରିପୋର୍ଟ ଦାଖଲ ପାଇଁ ପୂର୍ବରୁ ନିର୍ଦ୍ଦେଶ ଦେଇଥିଲେ ସାଲେପୁର JMFC କୋର୍ଟ । ମାମଲାର ଶୁଣାଣି କରୁଥିବା ସାଲେପୁର JMFC କୋର୍ଟ ଗତ ୨୯ ତାରିଖ ସୁଦ୍ଧା ରିପୋର୍ଟ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ତା’ସହ ମାମଲାରେ ସଂପୃକ୍ତି ନେଇ ୩ ଜଣଙ୍କ ସିଡିଆର୍ ରିପୋର୍ଟ ମଧ୍ୟ ମାଗିଥିଲେ। ୨୯ ତାରିଖ ସୁଦ୍ଧା ପୋଲିସ୍ ଏସବୁ କୋର୍ଟରେ ଦାଖଲ କରିବାର ଥିଲା । କିନ୍ତୁ ପୋଲିସ ତାହା ନିର୍ଦ୍ଧାରିତ ସମୟ ମଧ୍ୟରେ ଦାଖଲ ନ କରି କୋର୍ଟଙ୍କୁ ଅଧିକ ସମୟ ମାଗିଥିଲା । ପର ମୁହୁର୍ତ୍ତରେ ପୁଣି ଥରେ ମାସେ ପାଇଁ ସମୟ ମାଗିଥିଲା ପୋଲିସ ।

Advertisment
Odisha News
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ