Loot in Khurda
ମାରଣାସ୍ତ୍ର ଦେଖାଇ ଲୁଟିନେଇଥିଲେ ୬୦ ଲକ୍ଷ ଟଙ୍କା ମୂଲ୍ୟର ସାମଗ୍ରୀ । ଖୋର୍ଦ୍ଧା ବାଘମାରୀ ଥାନା ୫୭ ନମ୍ବର ଜାତୀୟ ରାଜପଥରୁ ଗତ ଏପ୍ରିଲ ୩ ତାରିଖରେ ମାରଣାସ୍ତ୍ର ଦେଖାଇ ଲୁଟ୍ ଘଟଣାରେ ୪ ଗିରଫ ହୋଇଛନ୍ତି ।
ଗିରଫ ଅଭିଯୁକ୍ତମାନେ ହେଉଛନ୍ତି ଖୋର୍ଦ୍ଧାର ପ୍ରଫୁଲ୍ଲ କୁମାର ନାୟକ ଓରଫ ଟୁନା ନାଁରେ ଏକାଧିକ ମାମଲା ଥିବା ପୋଲିସ କହିଛି । ସେହିପରି ଖୋର୍ଦ୍ଧାର ଦେବାଶିଷ ସ୍ୱାଇଁ, ସନ୍ତୋଷ କୁମାର ରାଉତରାୟ ଏବଂ ବାଙ୍କି ଥାନା ଅଞ୍ଚଳର ବିଶ୍ୱଜିତ ପରିଡାଙ୍କୁ ଗିରଫ କରି ପୋଲିସ କୋର୍ଟଚାଲାଣ କରିଛି ।
ସୂଚନା ନୁସାରେ, ବାଘମାରୀ ପୋଲିସ ସହ ସ୍ପେଶାଲ ସ୍କାର୍ଡ ବିଭିନ୍ନ ସ୍ଥାନରେ ଚଢ଼ାଉ କରି ଲୁଟ ହୋଇଥିବା ସମସ୍ତ ଏଲଇଡି ଟିଭି, ଟାଟା ଏସି ଗାଡି ଜବତ କରିଛି । ଅଭିଯୁକ୍ତମାନେ ଡକାୟତି ବେଳେ ବ୍ୟବହାର କରିଥିବା ଦୁଇଟି କାର ମଧ୍ୟ ଜବତ କରିଛି । ପୋଲିସ ଦ୍ୱାରା ଜବତ ହୋଇଥିବା ସମସ୍ତ ସାମଗ୍ରୀର ମୂଲ୍ୟ ୬୦ ଲକ୍ଷ ଟଙ୍କା ହେବ ବୋଲି ଏସ୍ପି ଅଲେଖ ଚନ୍ଦ୍ର ପହି ସୂଚନା ଦେଇଛନ୍ତି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1649747714.jpg)