Advertisment

ଗୋଟିଏ ଗଛରେ ପ୍ରେମୀଯୁଗଳଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ଜାତୀୟ ରାଜପଥ କଡ଼ରୁ ଏକ ଗଛରୁ ଉଦ୍ଧାର ହୋଇଛି ଏକ ପ୍ରେମୀ ଯୁଗଳଙ୍କ ମୃତଦେହ। କୋରାପୁଟ ଜିଲ୍ଲା ବୋରିଗୁମ୍ମା ଥାନା ଆଉଳି ଗାଁ ନିକଟରେ ଘଟିଛି ଏହି ଘଟଣା।

undefined

Death

Advertisment

ଗୋଟିଏ ଗଛରେ ଦୁଇଟି ମୃତଦେହ । ଗୋଟିଏ ମୃତଦେହ ମହିଳାଙ୍କର, ଆଉ ଗୋଟିଏ ଜଣେ ପୁରୁଷଙ୍କର । ମୃତକ ହେଲେ ଲିଟିମଝିଆ ଗାଁର ରାମଧର ଭାତରା ଓ ଯୁବତୀ ଜଣକ ବଡ଼ ମଝିଆ ଗାଁର । ରାସ୍ତାକଡ଼ର ଏକ ଗଛରେ ଏହି ମୃତଦେହ ଝୁଲୁଥିବାର ଦେଖିବାକୁ ମିଳିଥିଲା ।

Advertisment

ଏହି ଘଟଣା ହେଉଛି କୋରାପୁଟ ଜିଲ୍ଲା ବୋରିଗୁମ୍ମା ଥାନା ଆଉଳି ଗାଁର । ମୃତଦେହ ଦେଖିବା ପରେ ପୋଲିସକୁ ଖବର ଦେଇଛନ୍ତି ସ୍ଥାନୀୟ ଲୋକେ । ପୋଲିସ ଓ ସାଇଣ୍ଟିଫିକ୍ ଟିମ୍ ସେଠାରେ ପହଞ୍ଚି ମୃତଦେହକୁ ଉଦ୍ଧାର କରିବା ସହିତ ତଦନ୍ତ ଆରମ୍ଭ କରିଛି । ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି, ଉଭୟଙ୍କ ମଧ୍ୟରେ ପ୍ରେମ ସଂପର୍କ ରହିଥିଲା । ଉଭୟେ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି ।

ଏସ୍‌ଡିପିଓ କହିଛନ୍ତି, ଦୁହେଁ ବିବାହିତ ଥିଲେ। ସେମାନଙ୍କର ନିଜ ନିଜର ପରିବାର ଅଛନ୍ତି । ମୃତ ମହିଳା କୁଲି କାମ କରୁଥିଲେ । ଆଉ ପୁରୁଷ ଜଣଙ୍କ ମିସ୍ତ୍ରୀ ଭାବେ କାମ କରୁଥିଲେ । ନବରଙ୍ଗପୁରକୁ ସେମାନେ କାମ କରିବାକୁ ଯାଉଥିଲେ। କିନ୍ତୁ ସେମାନଙ୍କ ମୃତ୍ୟୁର କାରଣ ତଦନ୍ତ ପରେ ଜଣାପଡ଼ିବ।

Advertisment

ମୃତ ମିସ୍ତ୍ରୀଙ୍କ ନାଁ ରାମଧର ଭତରା । ତାଙ୍କ ଘର ଲିଟିମଝିଆ ଗାଁରେ । ସେହିଭଳି ମୃତ ମହିଳା ଜଣଙ୍କ ବଡ଼ମଝିଆ ଗାଁର ବାସିନ୍ଦା ଥିଲେ। ରାମଧର ବିବାହିତ ଥିଲେ । ତାଙ୍କର ଦୁଇଟି ଛୁଆ ଅଛନ୍ତି । ସେହିପରି ମୃତ ମହିଳା ମଧ୍ୟ ବିବାହ କରିଥିଲେ ଓ ତାଙ୍କର ୪ଟି ଛୁଆ ଅଛନ୍ତି । ତେବେ ତାଙ୍କ ସ୍ୱାମୀ କିଛି ବର୍ଷ ହେଲା ତାଙ୍କଠାରୁ ଦୂରେଇ ରହୁଥିଲେ। ରାମଧରଙ୍କ ସହିତ ମୃତ ମହିଳାଙ୍କ ପ୍ରେମ ସଂପର୍କ ଥିଲା ବୋଲି ସ୍ଥାନୀୟ ଲୋକେ କହୁଛନ୍ତି । ତେବେ ମୃତ ମହିଳାଙ୍କ ବାପା ଏ ବିଷୟରେ କିଛି ଜାଣି ନଥିବା କହିଛନ୍ତି। ସେହିପରି ରାମଧରଙ୍କ ବାପା ମଧ୍ୟ କହିଛନ୍ତି ଯେ ସେମାନଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଥିଲା କି ନାହିଁ, ସେ ଜାଣି ନାହାନ୍ତି।

Found Hanging
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ