Advertisment

ଏମିତି କେମିତି କରିପାରିଲେ ! ! ଟଏଲେଟ୍‌ରେ ଛୁଆକୁ ଜନ୍ମ ଦେଲେ, ପରେ ଝରକା ପଟେ ଫିଙ୍ଗିଦେଲେ..

ନିଜ ପଣତ କାନିରେ ଛୁଆକୁ ଘୋଡ଼ାଇ ରଖୁଥିବା ମାଆ ଯେ ଏମିତି କରିଦେବ, କେହି ବିଶ୍ୱାସ ବି କରିପାରିବେନି । ସ୍ନେହ, ମମତା ଦେଇ ଛୁଆକୁ ବଡ଼ କରିବା ବଦଳରେ ଜନ୍ମ ହେଉ ହେଉ ଫିଙ୍ଗି ଦେଲା ମାଆ ।

ଅଦ୍ୟତନ ହୋଇଛି
Woman Gives Birth in Toilet

Woman Gives Birth in Toilet

Advertisment

କେଡ଼େ ନିର୍ଦ୍ଦୟ ହୋଇଗଲା ସେ ମାଆ । ୯ ମାସ ଧରି କଷ୍ଟ କରି ଛୁଆକୁ ଜନ୍ମ କଲା ପରେ ଝରକା ବାହାରକୁ ଫିଙ୍ଗିଦେଲା । ଏଭଳି ହୃଦୟବିଦାରକ ଦୃଶ୍ୟ କୋଲକାତାର କସବା ଅଞ୍ଚଳରେ ଦେଖିବାକୁ ମିଳିଛି । ଦୁଃଖର କଥା ଯେ, କିଛି ସମୟ ପାଇଁ ଦୁନିଆ ଦେଖିଥିବା ନବଜାତ ଶିଶୁଟି ଚିକିତ୍ସା ବେଳେ ଆଖି ବୁଜି ଦେଇଛି ।

Advertisment

ନିଜ ପଣତ କାନିରେ ଛୁଆକୁ ଘୋଡ଼ାଇ ରଖୁଥିବା ମାଆ ଯେ ଏମିତି କରିଦେବ, କେହି ବିଶ୍ୱାସ ବି କରିପାରିବେନି । ସ୍ନେହ, ମମତା ଦେଇ ଛୁଆକୁ ବଡ଼ କରିବା ବଦଳରେ ଜନ୍ମ ହେଉ ହେଉ ଫିଙ୍ଗି ଦେଲା ମାଆ । ସୂଚନାନୁଯାୟୀ କୋଲକାତାର କସବା ଅଞ୍ଚଳରେ ଜଣେ ମହିଳା ତାଙ୍କ ବାସଭବନ ମଧ୍ୟରେ ଥିବା ଶୌଚାଳୟ ଭିତରେ ଏକ ଶିଶୁ ପୁତ୍ରକୁ ଜନ୍ମ ଦେଇଥିଲେ । ଆଶ୍ଚର୍ଯ୍ୟର କଥା ହେଉଛି ମହିଳା ଜଣକ ପିଲା ଜନ୍ମ କରିବା ପରେ ନବଜାତକକୁ ଝରକା ବାହରକୁ ଫିଙ୍ଗି ଦେଇଛନ୍ତି । ତେବେ ଚିକିତ୍ସାଧୀନ ଅବସ୍ଥାରେ ନବଜାତ ଶିଶୁଟିର ମୃତ୍ୟୁ ଘଟିଛି ବୋଲି ସ୍ଥାନୀୟ ପୋଲିସ୍‌ ସୂଚନା ଦେଇଛନ୍ତି ।

ପୋଲିସ ସୂଚନାନୁସାରେ, ୩୨ ବର୍ଷୀୟ ନିକୋଲା ଷ୍ଟାନିସ୍ଲାଉସ୍ ନାମକ ଜଣେ ମହିଳା ଶନିବାର ରାତି ପ୍ରାୟ ୪.୩୦ ସମୟରେ ଶୌଚାଳୟକୁ ଯାଇଥିଲେ । ସ୍ଥାନୀୟ ଲୋକଙ୍କ କହିବାନୁଯାୟୀ ତାଙ୍କ ଘରୁ କାଚ ଭାଙ୍ଗିବାର ଶବ୍ଦ ଶୁଣି କିଛି ଲୋକ ନିଜ ଘରୁ ବାହାରକୁ ବାହାରି ଆସିଥିଲେ। ସେମାନେ ଦେଖିଲେ ଯେ, ମହିଳା ଜଣକ ଶୌଚାଳୟ ଝରକା ଭାଙ୍ଗି ବାହାରକୁ କିଛି ଫିଙ୍ଗି ଦେଇଛନ୍ତି, ଯାହାକି ନାଳରେ ଲାଗିଛି ରହିଛି । ନାଳରେ ନବଜାତ ଶିଶୁକୁ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇଗଲେ ।

Advertisment

ତା’ପରେ ସେଠାକାର ସ୍ଥାନୀୟ ଲୋକେ ପୋଲିସକୁ ଏନେଇ ଅବଗତ କରାଇଥିଲେ । ପୋଲିସର ଏକ ଟିମ୍ ଘଟଣାସ୍ଥଳରେ ପହଞ୍ଚି ରକ୍ତସ୍ରାବ କରୁଥିବା ମହିଳା ଏବଂ ତାଙ୍କ ନବଜାତ ଶିଶୁକୁ ଏକ ଘରୋଇ ଡାକ୍ତରଖାନାକୁ ନେଇ ଯାଇଥିଲେ। ଶିଶୁଟିର ଅବସ୍ଥା ଗୁରୁତର ଥିବାରୁ ରବିବାର ସକାଳେ ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ତା’ର ମୃତ୍ୟୁ ଘଟିଥିଲା।

ପୋଲିସର ପଚରାଉଚରା ବେଳେ ନିକୋଲା କହିଛନ୍ତି ଯେ, ତାଙ୍କର ନିୟମିତ ଋତୁସ୍ରାବ ହେଉଥିବାରୁ ସେ ଗର୍ଭବତୀ ଥିବା କଥା ଜାଣି ପାରିନାହାନ୍ତି । ନିକୋଲାଙ୍କ ସ୍ୱାମୀ ଆଣ୍ଡି ଷ୍ଟାନିସ୍ଲାଉସ୍ ଏବଂ ପରିବାରର ଅନ୍ୟ ସଦସ୍ୟମାନେ ମଧ୍ୟ ତାଙ୍କ ଗର୍ଭଧାରଣ ବିଷୟରେ ଅବଗତ ନଥିଲେ । ହଠାତ ବାଥରୁମ୍‌ ଯାଇଥିବା ବେଳେ ତାଙ୍କର ଏକ ପୁତ୍ର ସନ୍ତାନକୁ ଜନ୍ମ ଦେଇଥିଲେ ଓ ପୂର୍ବରୁ ଗର୍ଭଧାରଣ ସଂପର୍କରେ ଅବଗତ ନଥିବାରୁ ଶିଶୁଟିକୁ ଦେଖି ସେ ବିବ୍ରତ ହୋଇ ପଡ଼ିଥିଲେ ଓ ଝରକା ବାହାରକୁ ଫିଙ୍ଗି ଦେଇଥିଲେ।

Advertisment

ପୋଲିସର କହିବାନୁଯାୟୀ ନିକୋଲା ଏବଂ ତାଙ୍କ ସ୍ୱାମୀ ଜୁନ୍ ୨୦୨୨ ରୁ ଲିଭ୍‌-ଇନ୍-ରିଲେସନ୍‌ସିପ୍‌ରେ ରହୁଥିଲେ ଏବଂ ସେମାନେ ଗତ ବର୍ଷ ନଭେମ୍ବରରେ ବିବାହ ମଧ୍ୟ କରିଥିଲେ । ଉଭୟ ନିକୋଲା ଏବଂ ତାଙ୍କ ସ୍ୱାମୀ ମଦ୍ୟପ ଥିଲେ । ନିକୋଲାଙ୍କ ସ୍ୱାମୀ ଏକ ଇଭେଣ୍ଟ ମ୍ୟାନେଜମେଣ୍ଟ କମ୍ପାନୀରେ କାମ କରନ୍ତି । ପୋଲିସ କହିଛି ଯେ ନିକୋଲା ମାନସିକ ସ୍ତରରେ ଅସ୍ଥିର ଥିଲେ ଏବଂ ଗତ ଦୁଇ ତିନି ମାସ ମଧ୍ୟରେ ସେ ବହୁତ କମ୍ କଥା କହୁଥିଲେ । IPC ଧାରା ୩୧୫ ଅନୁଯାୟୀ ପୋଲିସ ନିକୋଲାଙ୍କ ବିରୁଦ୍ଧରେ ଏକ ମାମଲା ରୁଜୁ କରିଛନ୍ତି ।

ତେବେ ଘଟଣା ଯାହା ବି ହେଉ ନା କାହିଁକି ମାଆଟିଏ ଏଭଳି ଘଟଣା ଘଟାଇବା ସତରେ ସମସ୍ତଙ୍କୁ ଆଶ୍ଚର୍ଯ୍ୟଚକିତ କରିଦେଇଛି ।

New Born Baby
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ