Advertisment

ଓ୍ୱାର୍ଡ ମେମ୍ବରଙ୍କୁ ଉଠେଇନେଲେ ବିରୋଧି

ଓ୍ୱାର୍ଡ ମେମ୍ବର ଅପହରଣ ଅଭିଯୋଗ। ନାଏବ ସରପଞ୍ଚ ମନୋନୟନ ଥିବାରୁ ପରାଜିତ ଆଶଙ୍କା କରି ବିରୋଧୀ ଏଭଳି କରିଥିବା ବିଜୟୀ ସରପଞ୍ଚ ଅଭିଯୋଗ କରିଛନ୍ତି।

ଅଦ୍ୟତନ ହୋଇଛି
Kidnap word member

Kidnap word member

Advertisment

ଯାଜପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପାଖରେ ଥିବା ପଣସା ପଞ୍ଚାୟତର ଓ୍ୱାର୍ଡ ମେମ୍ବରଙ୍କୁ ଅପହରଣ କରାଯାଇଥିବା ଅଭିଯୋଗ ହୋଇଛି। ୧୨ ନମ୍ବର ଓ୍ୱାର୍ଡର ଓ୍ୱାର୍ଡ ମେମ୍ବର ମନୋଜ ରାଉତଙ୍କୁ କିଛି ଦୁର୍ବୁତ୍ତ ପଞ୍ଚାୟତ ଅଫିସ ପାଖରୁ ଅପହରଣ କରି ନେଇଥିବା ଜଣାଯାଇଛି।

Advertisment

ଶୁକ୍ରବାର ନାଏବ ସରପଞ୍ଚ ମନୋନୟନ ଥିବାରୁ ପରାଜିତ ଆଶଙ୍କା କରି ବିରୋଧୀ ଏଭଳି କରିଛନ୍ତି ବୋଲି ବିଜୟୀ ସରପଞ୍ଚ କୁଳମଣୀ ପରିଡା ଅଭିଯୋଗ କରିଛନ୍ତି। ନାଏବ ସରପଞ୍ଚ ଚୟନ ଥିବାରେ ସେମାନେ କେତେକ ସଭ୍ୟଙ୍କ ସହ ପଞ୍ଚାୟତ ଅଫିସ୍ ଯାଇଥିଲେ। ଗେଟ୍ ପାଖରୁ କେତେକ ଅସାମାଜିକ ବ୍ୟକ୍ତି ସେମାନଙ୍କର ଜଣେ ୱାର୍ଡ ମେମ୍ବରଙ୍କୁ ମାରଧର କରିବା ସହ ଜବରଦସ୍ତ ଉଠେଇ ନେଇଥିବା ସେ କୁହନ୍ତି।

ତେବେ ଓ୍ୱାର୍ଡ ମେମ୍ବରଙ୍କୁ ଅପହରଣ ପରେ ନାଏବ ସରପଞ୍ଚ ମନୋନୟନ ପାଇଁ ଧାର୍ଯ୍ୟ ଦିନ ବାତିଲ କରାଯାଇଛି। ସେପଟେ ସ୍ୱାମୀଙ୍କୁ ଉଦ୍ଧାର କରିବା ଲାଗି ଅପହୃତ ମନୋଜଙ୍କ ପତ୍ନୀ ସସ୍ମିତା ରାଉତ ଯାଜପୁର ଥାନାରେ ଅଭିଯୋଗ କରିଛନ୍ତି। ସ୍ୱାମୀଙ୍କ ମୋବାଇଲ୍ ସୁଇଜ୍ ଅଫ୍‌ ଥିବାରୁ ତାଙ୍କ ସହ ଏପର୍ଯ୍ୟନ୍ତ କୌଣସି ଯୋଗାଯୋଗ ହୋଇ ପାରି ନ୍ ଥିବା ସେ କୁହନ୍ତି। ତେବେ ପୋଲିସ ଘଟଣା ସମ୍ପର୍କରେ ତଦନ୍ତ କରୁଥିବା ଯାଜପୁର ଟାଉନ ଥାନା ଅଧିକାରୀ ସୂଚନା ଦେଇଛନ୍ତି।

Advertisment

ସେହିପରି ବଲାଙ୍ଗିର ଜିଲ୍ଲା ଦେଓଗାଁ ସାହାଜବାହାଲ ପଞ୍ଚାୟତର ୨ ଓ୍ୱାର୍ଡ ମେମ୍ବରଙ୍କୁ ଅପହରଣ ହୋଇଥିବା ଅଭିଯୋଗ ହୋଇଛି।  ଆଜି ନାଏବ ସରପଞ୍ଚ ନିର୍ବାଚନ ଥିବାବେଳେ ସେମାନଙ୍କୁ ଅନ୍ୟ ଗୋଷ୍ଠୀର ଲୋକେ ଉଠାଇ ନେଇଥିବା ଅଭିଯୋଗ ହୋଇଛି। ଏହି ପଞ୍ଚାୟତର ନାଏବ ସରପଞ୍ଚ ପଦ ପାଇଁ ନିଜ ସମର୍ଥକଙ୍କୁ ଧରି ପଞ୍ଚାୟତ ଅଫିସକୁ ଯାଉଥିଲେ ନିରୁପମା ମହାନନ୍ଦ। ହେଲେ ସେହି ସମୟରେ ୭ ନମ୍ବର ଓ୍ୱାର୍ଡର ଯୁଧିଷ୍ଠିର ଡାଙ୍ଗ, ୮ ନମ୍ବର ଓ୍ୱାର୍ଡର ମେମ୍ବର ନାରାୟଣ ଭୋଇଙ୍କୁ ବିରୋଧି ଦଳର ପ୍ରଦ୍ୟୁମ୍ନ ହୋତା ଓ ଅନ୍ୟ ୪ ଜଣ ଅପହରଣ କରିନେଇଥିବା ଅଭିଯୋଗ କରିଛନ୍ତି ଅପହୃତଙ୍କ ପତ୍ନୀ। ଅଭିଯୋଗ ପରେ ପୋଲିସ ତଦନ୍ତ ଚାଲିଛି।

Odisha News
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ