Astrospeak
  • Live TV
  • Read In English

ବୀଭତ୍ସ ହତ୍ୟାକାଣ୍ଡ : ଶ୍ୱଶୁର ଘରେ ସ୍ତ୍ରୀର ତଣ୍ଟିକାଟି ହତ୍ୟା କଲା ସ୍ୱାମୀ

ଖୋର୍ଦ୍ଧା ଗୁରୁଜଙ୍ଗରେ ଅଭାବନୀୟ ଘଟଣା । ଶ୍ୱଶୁର ଘରେ ସ୍ତ୍ରୀର ତଣ୍ଟିକାଟି ସ୍ୱାମୀ ହତ୍ୟା କରିଥିବା ଅଭିଯୋଗ ହୋଇଛି । ଗତକାଲି ରାତିରେ କାର୍ତ୍ତିକ ପ୍ରଧାନ ଓ ତାଙ୍କ ସ୍ତ୍ରୀ ଇନ୍ଦିରା ପ୍ରିୟଦର୍ଶିନୀଙ୍କ ମଧ୍ୟରେ ବଚସା ହୋଇଥିଲା। ପରେ କୌଣସି କାରଣକୁ ନେଇ କାର୍ତ୍ତିକ ତାଙ୍କ ସ୍ତ୍ରୀକୁ ହତ୍ୟାକରିଥିବା ଅଭିଯୋଗ କରିଛନ୍ତି ପରିବାର ଲୋକେ

murder
ମୃତଦେହ ଜବତ କରି ତଦନ୍ତ କରୁଛି ପୋଲିସ୍

News Summary

ଖୋର୍ଦ୍ଧା ଗୁରୁଜଙ୍ଗରେ ଅଭାବନୀୟ ଘଟଣା

ସ୍ତ୍ରୀର ତଣ୍ଟିକାଟି ସ୍ୱାମୀ ହତ୍ୟା କରିଥିବା ଅଭିଯୋଗ

ଘଟଣାସ୍ଥଳରୁ ଅଭିଯୁକ୍ତ ସ୍ବାମୀ ଫେରାର

ମୃତଦେହ ଜବତ କରି ତଦନ୍ତ କରୁଛି ପୋଲିସ୍

ଖୋର୍ଦ୍ଧା (ବଳରାମ ଲେଙ୍କା): ଖୋର୍ଦ୍ଧା ଗୁରୁଜଙ୍ଗରେ ଅଭାବନୀୟ ଘଟଣା । ଶ୍ୱଶୁର ଘରେ ସ୍ତ୍ରୀର ତଣ୍ଟିକାଟି ସ୍ୱାମୀ ହତ୍ୟା କରିଥିବା ଅଭିଯୋଗ ହୋଇଛି । ଗତକାଲି ରାତିରେ କାର୍ତ୍ତିକ ପ୍ରଧାନ ଓ ତାଙ୍କ ସ୍ତ୍ରୀ ଇନ୍ଦିରା ପ୍ରିୟଦର୍ଶିନୀଙ୍କ ମଧ୍ୟରେ ବଚସା ହୋଇଥିଲା। ପରେ କୌଣସି କାରଣକୁ ନେଇ କାର୍ତ୍ତିକ ତାଙ୍କ ସ୍ତ୍ରୀକୁ ହତ୍ୟାକରିଥିବା ଅଭିଯୋଗ କରିଛନ୍ତି ପରିବାର ଲୋକେ । ପୋଲିସ ମୃତଦେହ ଜବତ କରି ତଦନ୍ତ କରୁଛି । ଅଭିଯୁକ୍ତ କାର୍ତ୍ତିକ ଘଟଣାସ୍ଥଳରୁ ଫେରାର ହୋଇଯାଇଛି ।

ଗୁରୁଜଙ୍ଗରେ ମୃତ ମହିଳା ଇନ୍ଦିରା ପ୍ରିୟଦର୍ଶିନୀଙ୍କ ବାପ ଘର । ସ୍ୱାମୀଙ୍କ ସହ ସମ୍ପର୍କ ଭଲ ନଥିବାରୁ ସେ ବାପଘରେ ରହୁଥିଲେ । ବିବାହ ପର ଠାରୁ ସେ ବହୁତ କମ୍ ସମୟ ସ୍ୱାମୀଙ୍କ ସହ ରହିଛନ୍ତି । କାର୍ତ୍ତିକ, ଇନ୍ଦିରାଙ୍କୁ ସବୁବେଳେ ସନ୍ଦେହ କରିବା ସହ ମାରଧର କରୁଥିଲେ । ତାଙ୍କ ଉପରେ ଅକଥନୀୟ ଅତ୍ୟାଚାର ଚଳାଇଥିଲେ । ସେଥିପାଇଁ ପରିବାର ଲୋକ ଇନ୍ଦିରାଙ୍କୁ ଘରକୁ ନେଇ ଆସିଥିଲେ । ତେବେ କିଛି ଦିନ ପୂର୍ବରୁ ଅଭିଯୁକ୍ତ ସ୍ୱାମୀ ମଧ୍ୟ ଶ୍ୱଶୁର ଘରକୁ ରହିବାକୁ ଆସିଥିଲା । ଦୀର୍ଘ ଦିନ ଧରି ଉଭୟଙ୍କ ମଧ୍ୟରେ କଳହ ଲାଗି ରହୁଥିଲା । ତେବେ ଗତକାଲି ରାତି କାର୍ତ୍ତିକ ଇନ୍ଦିରାଙ୍କ ତଣ୍ଟି ଚିପି ହତ୍ୟା କରିଥିବା ଅଭିଯୋଗ କରିଛନ୍ତି ତାଙ୍କ ମାମୁଁ ।

Also Read

ଅଭିଯୋଗ ପରେ ଟାଉନ୍ ଥାନା ପୋଲିସ୍ ଓ ସାଇଣ୍ଟିଫିକ୍ ଟିମ୍ ଘଟଣାସ୍ଥଳରେ ଆସି ପହଞ୍ଚିଥିଲେ । ଆଉ ତା’ପରେ ମୃତଦେହକୁ ଉଦ୍ଧାର କରି ଖୋର୍ଦ୍ଧା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଯାଇଛି । ତେବେ ସ୍ତ୍ରୀକୁ ହତ୍ୟା କରିବା ପରେ ଇନ୍ଦିରାଙ୍କୁ ହତ୍ୟା କରି ଫେରାର ହୋଇଯାଇଛନ୍ତି। ଇନ୍ଦିରାଙ୍କୁ ଏକ ଛୁରୀ କିମ୍ବା ଧାରୁଆ ଅସ୍ତ୍ରରେ ମାରିଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଥିବା କହିଛି ପୋଲିସ୍ ।