Advertisment

ଦୁଷ୍କର୍ମ କରି ଫଟୋ ରଖିଲେ; ଏବେ ଧର୍ମ ପରିବର୍ତ୍ତନ କରିବାକୁ ବାଧ୍ୟ କରି ବ୍ଲାକମେଲ୍‌ କରୁଛନ୍ତି

ଜଣେ ମୁସଲିମ୍‌ ଦମ୍ପତି ମହିଳାଙ୍କ ଅଶ୍ଲୀଳ ଫଟୋ ଲିକ୍‌ କରିବା ନେଇ ଧମକ ଚମକ ଦେଇଛନ୍ତି। ଅଭିଯୁକ୍ତ ଜଣକ ମହିଳାଙ୍କୁ ଦୁଷ୍କର୍ମ କରି ତାଙ୍କର କିଛି ଅଶ୍ଲୀଳ ଫଟୋ ଓ ଭିଡିଓ ନିଜ ପାଖରେ ରଖିଛନ୍ତି।

ଅଦ୍ୟତନ ହୋଇଛି
Blackmailing

Blackmailing

Advertisment

‘ଧର୍ମ ପରିବର୍ତ୍ତନ ନ କଲେ ଲିକ୍‌ କରିଦେବି ପ୍ରାଇଭେଟ୍‌ ଫଟୋ। ଦିନକୁ ୫ ଥର ନମାଜ ନ ପଢ଼ିଲେ ଭାଇରାଲ କରିଦେବି ଅଶ୍ଲୀଳ ଭିଡିଓ।’ ଜଣେ ୨୮ ବର୍ଷୀୟ ମହିଳାଙ୍କୁ ଏଭଳି କିଛି ଢଙ୍ଗରେ ବ୍ଲାକମେଲ୍‌ କରିଛନ୍ତି ଜଣେ ମୁସଲିମ୍‌ ଦମ୍ପତି ଓ ୫ ଅଭିଯୁକ୍ତ। ଏଭଳି ସାଙ୍ଘାତିକ ଅଭିଯୋଗ ଆସିଛି କର୍ଣ୍ଣାଟକ ବେଲାଗଭି ଅଞ୍ଚଳରୁ। ଯେଉଁଠି ଜଣେ ମହିଳାଙ୍କୁ ଦୁଷ୍କର୍ମ ପରେ ଇସଲାମ ଧର୍ମ ଗ୍ରହଣ କରିବାକୁ ବାଧ୍ୟ କରାଯାଇଛି। ପୋଲିସ ଅଭିଯୁକ୍ତଙ୍କ ବିରୋଧରେ ମାମଲା ବି ରୁଜୁ କରିଛି।

Advertisment

ଅଭିଯୋଗ ମୁତାବକ ଜଣେ ମୁସଲିମ୍‌ ଦମ୍ପତି ମହିଳାଙ୍କ ଅଶ୍ଲୀଳ ଫଟୋ ଲିକ୍‌ କରିବା ନେଇ ଧମକ ଚମକ ଦେଇଛନ୍ତି। ଅଭିଯୁକ୍ତ ଜଣକ ମହିଳାଙ୍କୁ ଦୁଷ୍କର୍ମ କରି ତାଙ୍କର କିଛି ଅଶ୍ଲୀଳ ଫଟୋ ଓ ଭିଡିଓ ନିଜ ପାଖରେ ରଖିଛନ୍ତି। କିଛିଦିନ ପରେ ଏହାକୁ ନେଇ ମହିଳାଙ୍କୁ ବ୍ଲାକମେଲ୍‌ କରିଛନ୍ତି ଯେ, ସେ ଯଦି ଇସଲାମ ଧର୍ମ ଗ୍ରହଣ ନ କରିବେ ତାଙ୍କର ଫଟୋ ଓ ଭିଡିଓ ଲିକ୍‌ କରିଦେବେ।

ଅଧିକ ପଢ଼ନ୍ତୁ: ନେହା ହତ୍ୟା ପଛରେ ଲଭ୍-ଜିହାଦ! ଆଜି କର୍ଣ୍ଣାଟକ ବନ୍ଦ ଡାକରା ଦେଇଛି ବିଜେପି

Advertisment

ପୋଲିସର ରିପୋର୍ଟ ଅନୁଯାୟୀ ଅଭିଯୁକ୍ତ ରଫିକ୍‌ ମହିଳାଙ୍କୁ ଦୁଷ୍କର୍ମ କରିବା ପରେ ତାଙ୍କୁ ଜୋର ଜବରଦସ୍ତ ଇସଲାମ ଧର୍ମ ଗ୍ରହଣ କରିବାକୁ ବାଧ୍ୟ କରିଛନ୍ତି। ଏହା ବ୍ୟତିତ ସିନ୍ଦୂର ପିନ୍ଧିବା ବଦଳରେ ବୁରଖା ପିନ୍ଧିବା ଏବଂ ଦିନକୁ ୫ଥର ନମାଜ ପଢ଼ିବାକୁ ବାଧ୍ୟ କରିଥିଲା ରଫିକ୍‌।

ଯଦି ମହିଳା ଜଣକ ଇସଲାମ ଧର୍ମ ଗ୍ରହଣ ନ କରନ୍ତି ଏବଂ ତାଙ୍କ ସ୍ୱାମୀଙ୍କୁ ଛାଡ଼ପତ୍ର ନ ଦିଅନ୍ତି, ତେବେ ତାଙ୍କ ଅଶ୍ଲୀଳ ଭିଡିଓକୁ ଭାଇରାଲ କରିବା ନେଇ ଧମକ ଦେଇଥିଲା ରଫିକ୍‌। ମହିଳାଙ୍କ ଅଭିଯୋଗ ଅନୁଯାୟୀ ଅଭିଯୁକ୍ତ ବିରୋଧରେ ପୋଲିସ FIR ରୁଜୁ କରିଛି। ଦୁଷ୍କର୍ମ, ଅପହରଣ, ବ୍ଲାକମେଲିଂ ଆଦି ଅଭିଯୋଗ ଆଧାରରେ ପୋଲିସ ଆଇନ୍‌ଗତ ମାମଲା ରୁଜୁ କରିଛି ଏବଂ ତଦନ୍ତ ଆରମ୍ଭ କରିଛି। ପୂର୍ବରୁ ମଧ୍ୟ ଧର୍ମ ପରିବର୍ତ୍ତନ ନେଇ ଅନେକ ମାମଲା ଦେଶରେ ଦେଖିବାକୁ ମିଳିଛି।

Advertisment
Blackmailing
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ