Advertisment

ରାକ୍ଷସ ପାଲଟିଲା ପୋଲିସ; ବନ୍ଧୁକ ମୁନରେ ଡରାଇ ମୁହଁରେ ପରିସ୍ରା କଲା..

କାନପୁର ପୋଲିସର ଜଣେ ହେଡ୍‌ କନଷ୍ଟେବଳ ଓ ୧୨ ଜଣ ମିଶି MCA ପଢୁଥିବା ଜଣେ ୨୩ ବର୍ଷୀୟ ଛାତ୍ର ଆୟୁଷ ଦ୍ୱିବେଦୀଙ୍କୁ ନିର୍ଯାତନା ଦେଇଥିବା ଅଭିଯୋଗ ହୋଇଛି ।

ଅଦ୍ୟତନ ହୋଇଛି
Urinated

Urinated

Advertisment

କ୍ରୁରତାର ସୀମା ଟପିଲା ପୋଲିସ । ୧୨ ଜଣ ଲୋକଙ୍କ ସହ ମିଶି ଘଟାଇଲା ଜଘନ୍ୟ କାଣ୍ତ । ଜଣେ ଛାତ୍ରକୁ ବନ୍ଧୁକ ମୁନରେ ଡରାଇ ତାଙ୍କ ମୁହଁରେ ପରିସ୍ରା କଲେ । ଏଭଳି ଅଭାବନୀୟ ଘଟଣା ଉତ୍ତରପ୍ରଦେଶ କାନପୁରରେ ଦେଖିବାକୁ ମିଳିଛି । ଏହି ଘଟଣାରେ ପୀଡ଼ିତ ଜଣେ MCA ଛାତ୍ର ।

Advertisment

କାନପୁର ପୋଲିସର ଜଣେ ହେଡ୍‌ କନଷ୍ଟେବଳ ଓ ୧୨ ଜଣ ମିଶି MCA ପଢୁଥିବା ଜଣେ ୨୩ ବର୍ଷୀୟ ଛାତ୍ର ଆୟୁଷ ଦ୍ୱିବେଦୀଙ୍କୁ ନିର୍ଯାତନା ଦେଇଥିବା ଅଭିଯୋଗ ହୋଇଛି । ଅଭିଯୋଗ ଅନୁଯାୟୀ ଆୟୁଷ କୁପରଗଞ୍ଜରେ ଜଣଙ୍କୁ ଭେଟିବାକୁ ଯାଇଥିବା ବେଳେ କିଛି ଅଭିଯୁକ୍ତ ତାଙ୍କୁ ଆକ୍ରମଣ କରିବା ସହ ଅପହରଣ କରିନେଇଥିଲେ । ଏହାପରେ ତାଙ୍କୁ କୁପରଗଞ୍ଜ ରେଲୱେ ଟ୍ରାକ୍‌ ନିକଟକୁ ଆଣି ପରିସ୍ରା ପିଇବାକୁ ବାଧ୍ୟ କରିଥିଲେ । ଏମିତିକି ଚପଲରେ ଛେପ ପକାଇ ଚାଟିବାକୁ କହିଥିଲେ ।

ଆୟୁଷଙ୍କୁ ଡରାଇବା ପାଇଁ ସେଠାରେ ଉପସ୍ଥିତ ଥିବା ଜଣେ ପୋଲିସ ହେଡ୍‌ କନଷ୍ଟେବଳ ତାଙ୍କ ଉପରେ ଗୁଳି ଚଳାଇଥିଲା । ଗୁଳିଟି ଆୟୁଷଙ୍କ କାନ ପାଖାପାଖି ଯାଇଥିଲା । ଏହାପରେ ପୋଲିସ ବାବୁଙ୍କ ସମେତ ଆଉ ୧୨ ଜଣ ଜଣେ ଜଣେ କରି ଆୟୁଷଙ୍କ ମୁହଁରେ ପରିସ୍ରା କରିଥିଲେ ଏବଂ ଛେପ ଚାଟିବାକୁ କହିଥିଲେ ।

Advertisment

ଆୟୁଷଙ୍କ ଅଭିଯୋଗ ପରେ ପୋଲିସ ହେଡ୍‌ କନଷ୍ଟେବଳ ଓ ୩ ଅଭିଯୁକ୍ତଙ୍କୁ ଗିରଫ କରିଛି ପୋଲିସ । ହେଡ୍ସ‌ କନଷ୍ଟେବଳଙ୍କ ନାମ ହେଉଛି ଧର୍ମେନ୍ଦ୍ର ଯାଦବ, ଯିଏକି ଲୋକାଲ ଇଣ୍ଟେଲିଜେନ୍ସ ୟୁନିଟ୍‌ରେ କାମ କରୁଥିଲେ । ଦଫା ୩୦୭(ହତ୍ୟା ଉଦ୍ୟମ) ରେ ଅଭିଯୁକ୍ତଙ୍କ ବିରୁଦ୍ଧରେ ପୋଲିସ ମାମଲା ରୁଜୁ କରିଛି ।

Crime News Kanpur Police Urinated
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ