Advertisment

ବିଚାରପତିଙ୍କ ରହସ୍ୟଜନକ ମୃତ୍ୟୁ; ମୁଣ୍ଡ ଟେକୁଛି ପାରିବାରିକ ବିବାଦ

ବିବାଦର କାଠଗଡ଼ାରେ ବିଚାରପତି ସୁବାସଙ୍କ ରହସ୍ୟଜନକ ମୃତ୍ୟୁ। ପୁଅକୁ ହତ୍ୟା ଅଭିଯୋଗ ଆଣି ଥାନାକୁ ଗଲେ ବୃଦ୍ଧ ମା। କହିଲେ ଦାମ୍ପତ୍ୟ ବିବାଦରୁ ବୋହୂ ଦେଉଥିଲେ ମାନସିକ ଓ ଶାରିରୀକ ନିର୍ଯାତନା। ବୋହୂ ଓ ଶଳା ହତ୍ୟା କରିଥିବା ନେଇ ଏତଲା ପରେ ବଢ଼ିଲା ସସ୍‌ପେନ୍ସ।

ଅଦ୍ୟତନ ହୋଇଛି
undefined

Judge Suicide case take a new turn

Advertisment

କଟକ ପକ୍ସୋ କୋର୍ଟ ବିଚାରପତି ସୁବାସ ବିହାରୀଙ୍କ ରହସ୍ୟଜନକ ମୃତ୍ୟୁ ପଛରେ ମୁଣ୍ଡ ଟେକିଛି ପାରିବାରିକ ବିବାଦ। ବୋହୂ ସହ ଦୀର୍ଘଦିନ ଧରି ଲାଗି ରହିଥିବା ଦାମ୍ପତ୍ୟ କଳିକୁ ଉଜାଗର କରି ଆଜି ବିଚାରପତି ପୁଅଙ୍କ ମୃତ୍ୟୁରେ ଟୁଇଷ୍ଟ୍‌ ଆଣିଛନ୍ତି ମା ତୁଳସୀ ବିହାରୀ। ପୁଅର ଶରୀରର ବିଭିନ୍ନ ସ୍ଥାନରେ ଦାଗ ରହିଛି। ତେଣୁ ତାଙ୍କୁ ପ୍ରଥମେ ହତ୍ୟା ଓ ପରେ ଆତ୍ମହତ୍ୟାର ରୂପଦେବାକୁ ଯାଇ ଟାଙ୍ଗି ଦେଇଥିବା ଦର୍ଶାଇ ଏତଲା ଦେଇଛନ୍ତି ତୁଳସୀ। ସମାନ ଅଭିଯୋଗ ଆଣି ଏହି ଘଟଣାର ସିବିଆଇ ତଦନ୍ତ ଦାବି କରିଛନ୍ତି ବିଚାରପତି ସୁବାସଙ୍କ ଭାଇ। ତେବେ ଏନେଇ ସୁବାସଙ୍କ ପତ୍ନୀଙ୍କ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ।

Advertisment

ଯିଏ ନ୍ୟାୟମୂର୍ତ୍ତି ସାଜି ନ୍ୟାୟ ଦେଉଥିଲେ, ତାଙ୍କ ମୃତ୍ୟୁ ଏବେ ବିବାଦର କାଠଗଡ଼ାରେ। ଯିଏ ଦିନେ ଦୋଷୀକୁ ସଜା ଶୁଣାଉଥିଲେ, ସେହି ବିଚାରପତିଙ୍କ ମୃତ୍ୟୁ ପଛରେ ରହିଛି ଷଡ଼ଯନ୍ତ୍ରର ଅଭିଯୋଗ। କଟକ ପକ୍ସୋ କୋର୍ଟ ବିଚାରପତି ସୁବାସ ବିହାରୀଙ୍କ ମୃତ୍ୟୁ ଆତ୍ମହତ୍ୟା ନୁହେଁ, ବରଂ ତାଙ୍କୁ ହତ୍ୟା କରାଯାଇଥିବା ସଂଗୀନ ଅଭିଯୋଗ ଆଣିଛନ୍ତି ମୃତ ବିଚାରପତିଙ୍କ ମା’ ତୁଳସୀ ବିହାରୀ।

ପୁଅ ଚାଲିଯିବାର ଇତିମଧ୍ୟରେ ୨୪ ଘଣ୍ଟା ବିତିଗଲାଣି। ମା’ ଆଖିରୁ ନା ଲୁହ ଶୁଖୁଛି ନା ଧୈର୍ଯ୍ୟ ରହୁଛି। ପରିଣତ ବୟସରେ ଛାତିଫଟାଇ କାନ୍ଦୁଛନ୍ତି ୪୯ ବର୍ଷିୟ ପୁଅ ପାଇଁ। ଶେଷରେ ଆଜି କଟକ ମର୍କତ ନଗର ଥାନାକୁ ଯାଇ ପୁଅ ସୁବାସଙ୍କୁ ହତ୍ୟାକରି ଟାଙ୍ଗି ଦେଇଥିବା ଦର୍ଶାଇ ଏତଲା ଦେଇଛନ୍ତି।

Advertisment

ଏତଲା ଅନୁଯାୟୀ, ଗତ ୧୫ ବର୍ଷ ତଳେ ଯାଜପୁରର ଅପରିଜିତା ରାୟଙ୍କୁ ପ୍ରେମ ବିବାହ କରିଥିଲେ ସୁବାସ। ବିବାହର ୩ ବର୍ଷ ଯାଏଁ ସବୁକିଛି ଠିକ ଠାକ ଥିଲା। ତା’ପରଠୁ କିନ୍ତୁ ପରିବାର ସହ ସୁସମ୍ପର୍କ ରହିଲା ନାହିଁ। ଏପରିକି ପୁଅ ସୁବାସଙ୍କୁ ନିଜ ଭାଇ ସହ ମିଶି ବୋହୂ ମାନସିକ ଓ ଶାରିରୀକ ନିର୍ଯାତନା ଦେଉଥିଲେ। ଏହି ବିବାଦରୁ ଉଭୟେ ମିଶି ପୁଅକୁ ହତ୍ୟା କରି ଟାଙ୍ଗି ଦେଇଥିବା ଅଭିଯୋଗ କରି ଏତଲା ଦେଇଛନ୍ତି ମା ତୁଳସୀ। ସୁବାସଙ୍କ ଗଳା, ଛାତି ଓ ପେଟରେ ଦାଗ ଥିବାରୁ ହତ୍ୟା ସନ୍ଦେହ ହେଉଛି ବୋଲି ତୁଳସୀ ଏତଲାରେ ଦର୍ଶାଇଛନ୍ତି।

ବିଚାରପତି ସୁବାସ ବିହାରୀଙ୍କ ଘର ଯାଜପୁର ସଦର ଥାନା ଅନ୍ତର୍ଗତ ଭୁବନେଶ୍ୱରପୁର ଗାଁ। ଶେଷଦେବ ବାସନ୍ତୀ ହାଇସ୍କୁଲରୁ ମାଟ୍ରିକ ପାସ ପରେ ଯାଜପୁର ନରସିଂହ ଚୌଧୁରୀ କଲେଜରୁ ସ୍ନାତକ ଓ ବିରଜା ଆଇନ ମହାବିଦ୍ୟାଳୟରୁ ଏଲ୍ଏଲ୍‌ବି ପାସ କରିଥିଲୋ। ଏହାପରେ ୨୦୦୪ରେ OJS ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇ ବାଲିଗୁଡା, ବରଗଡ଼, ବାଲେଶ୍ୱର, ଭୁବନେଶ୍ୱର ସମେତ ଅନେକ ଜିଲ୍ଲାର କୋର୍ଟରେ ବିଚାରପତି ଥିଲେ।

Advertisment

୨୦୦୭ ମସିହାରେ ବିବାହ କରିଥିଲେ ବିଚାରପତି ସୁବାସ ବିହାରୀ। ତେବେ ଗତକାଲି କଟକ ସିଡିଏ ସେକ୍ଟର-୯ ସ୍ଥିତ ସରକାରୀ ବାସଭବନରୁ ସୁବାସଙ୍କ ମିଳିଥିଲା ଝୁଲନ୍ତା ମୃତଦେହ। ତେବେ କାହିଁକି ଓ କେଉଁ ପରିସ୍ଥିତିରେ ଏଭଳି ମୃତ୍ୟୁ ହେଲା ବିଚାରପତି ସୁବାସ ବିହାରୀଙ୍କର ? ବାସ୍ତବରେ ଏହା ହତ୍ୟା ନା ଆତ୍ମହତ୍ୟା ? ନ୍ୟାୟମୂର୍ତ୍ତି ଭାବେ ଦୋଷୀଙ୍କୁ ଦଣ୍ଡ ଓ ନିର୍ଦ୍ଦୋଶଙ୍କୁ ନ୍ୟାୟ ଦେଉଥିବା ବିଚାରପତିଙ୍କ ଏଭଳି ଚରମ ନିଷ୍ପତ୍ତି ପଛର ରହସ୍ୟ କଣ ? ଏବେ ଏଭଳି ନାନା ପ୍ରଶ୍ନ ଉଙ୍କି ମାରୁଥିବାବେଳେ ସୁବାସଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ଆଣି CBI ତଦନ୍ତ ଦାବି କରିଛନ୍ତି ତାଙ୍କ ଭାଇ। ସେପଟେ ସୁବାସଙ୍କ ମା’ଙ୍କ ଏତଲାକୁ ଗ୍ରହଣ କରି ତଦନ୍ତ କରୁଛି ପୋଲିସ।

Judge Death Case
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ