Viral Video
ଥାନାରେ ମଦ ପିଇ ନାଚ କରୁଥିଲେ । ଭାଇରାଲ ହେଲା ଭିଡିଓ । ସସ୍ପେଣ୍ଡ ହେଲେ ୫ ପୋଲିସ ଅଧିକାରୀ । ଏଭଳି ଏକ ଖବର ଏବେ ସାମ୍ନାକୁ ଆସିଛି ଝାରଖଣ୍ଡରୁ । ହୋଲି ଅବସରରେ ଥାନାରେ କର୍ମଚାରୀମାନେ ମଦ ପିଇ ନାଚ କରୁଥିଲେ । ଆଉ ସେହି ସମୟର ଭିଡିଓ ବି ରେକର୍ଡିଂ ହେଉଥିଲା ମୋବାଇଲରେ । ଭିଡିଓ ଭାଇରାଲ ହେବା ପରେ ଚାଲିଗଲା ୫ ଜଣଙ୍କ ଚାକିରି ।
ଗତ ୯ ତାରିଖ ଦିନ ଏହି ଭିଡିଓ ସାମ୍ନାକୁ ଆସିଥିଲା । ଏହା ଗୋଡ୍ଡା ଜିଲ୍ଲା ମାହାଗାମା ଥାନାର ବୋଲି ଜଣାପଡ଼ିଛି । ଭିଡିଓ ଭାଇରାଲ ହେବା ପରେ ଏନେଇ ତଦନ୍ତ ଆରମ୍ଭ ହୋଇଥିଲା । ଏଥିରେ ସମ୍ପୃକ୍ତ ଥିବା ୫ ପୋଲିସ କର୍ମଚାରୀଙ୍କୁ ସସ୍ପେଣ୍ଡ କରାଗଲା । ଏନେଇ ସ୍ଥାନୀୟ ଏସ୍ପି ଏକ ପ୍ରେସ୍ ବିବୃତ୍ତି ମାଧ୍ୟମରେ ସୂଚନା ଦେଇଥିଲେ ।
ତେବେ ସସ୍ପେଣ୍ଡ ହୋଇଥିବା ପୋଲିସ ଅଧିକାରୀଙ୍କ ମଧ୍ୟରେ ଦୁଇ ଜଣ ଏସ୍ଆଇ ଏବଂ ୩ ଜଣ କନଷ୍ଟେବଲ ରହିଛନ୍ତି ।
ଏହି ଘଟଣା ପରେ ଝାରଖଣ୍ଡ ମୁଖ୍ୟମନ୍ତ୍ରୀଙ୍କୁ ବିରୋଧୀ ଟାର୍ଗେଟ କରିଛନ୍ତି । ରାଜ୍ୟରେ ଆଇନ୍ ଶୃଙ୍ଖଳା ବିଗିଡ଼ିଥିବା ବିରୋଧୀ କହିଥିବା ବେଳେ ଏହି ରାଜ୍ୟରେ ରକ୍ଷକ ଏବେ ଭକ୍ଷକ ସଜିଥିବା କହିଛନ୍ତି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1678459581.jpg)