Advertisment

ଆଇପିଏସ୍ ମାଲିକ, ଅବସାଦଗ୍ରସ୍ତ ଚାକର : ଗୋଡ଼ରେ ମଲମ ଲଗାଉ ଲଗାଉ ନେଇଗଲା ଜୀବନ

ୟାସିର ଅହମ୍ମଦର ଡାଏରୀ ପଢ଼ିବା ପରେ ପୋଲିସ ବି ତାଜୁବ

undefined

Jammu Cop's Throat Cut

Advertisment

ଆଇପିଏସ୍ ମାଲିକ, ଅବସାଦଗ୍ରସ୍ତ ଚାକର । ଗୋଡ଼ରେ ମଲମ ଲଗାଉ ଲଗାଉ, ଜୀବନ ନେଇଗଲା ଘରୋଇ ସହାୟକ । ହତିଆର ଥିଲା ତକିଆ ଓ ଭଙ୍ଗା ସସ୍ ବୋତଲ । ଜାମ୍ମୁ ଓ କାଶ୍ମୀରର ଜେଲ୍ ଡିଜି ହେମନ୍ତ ଲୋହିଆ ହତ୍ୟାକାଣ୍ଡ ଯେତିକି ବିଭତ୍ସ, ହତ୍ୟାକାରୀର କାରନାମା ସେତିକି ନୃଶଂସ । ପୋଲିସର ସୂଚନା ମୁତାବକ, ଗତକାଲି ରାତିରେ ଜଣେ ବନ୍ଧୁଙ୍କ ଜାମ୍ମୁ ସ୍ଥିତ ଘରେ ଶୋଇଥିଲେ ହେମନ୍ତ । ଗୋଡ଼ ଫୁଲିଥିବାରୁ ମଲମ ଘଷୁଥିଲା ମୁଖ୍ୟ ଅଭିଯୁକ୍ତ ୟାସିର ଅହମ୍ମଦ । ପ୍ରାୟ ୬ ମାସ ହେଲା ହେମନ୍ତଙ୍କ ଘରୋଇ ସହାୟକ ଭାବେ କାମ କରୁଥିଲା ୟାସିର । କିନ୍ତୁ ଅଚାନକ୍ ସେ ଭିତରୁ କବାଟ ବନ୍ଦ କଲା, ହେମନ୍ତଙ୍କ ମୁହଁରେ ତକିଆ ଚାପି ଶ୍ୱାସରୁଦ୍ଧ କଲା, ସସ୍ ବୋତଲ ଭାଙ୍ଗି ଧାରୁଆ କାଚରେ ତଣ୍ଟି କାଟିଦେଲା ।

Advertisment

ଶେଷରେ ହେମନ୍ତଙ୍କ ନିର୍ଜୀବ ଶରୀରରେ ନିଆଁ ଲଗାଇଦେଲା । ବାହାରେ ଜଗିଥିବା ଗାର୍ଡ ନିଆଁ ଦେଖି ସେଠାକୁ ଆଥିଲେ ଏବଂ କବାଟ ଭାଙ୍ଗି ହେମନ୍ତଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ଉଦ୍ଧାର କରିଥିଲେ । ୟାସିର ଘରୁ ବାହାରକୁ ଦୌଡ଼ି ପଳାଇବାର ଭିଡିଓ ସିସିଟିଭି ଫୁଟେଟରୁ ମିଳିବା ପରେ, ତାକୁ ଖୋଜି ଗିରଫ କରିଛି ପୋଲିସ ।

ୟାସିର ଅହମ୍ମଦର ଡାଏରୀ ପଢ଼ିବା ପରେ ପୋଲିସ ବି ତାଜୁବ । ସନ୍ଦେହ କରାଯାଉଛି, ଅବସାଦଗ୍ରସ୍ତ ଥିଲା ୨୩ ବର୍ଷୀୟ ୟାସିର । ଡାଏରୀରେ ସେ ଲେଖିଛି ଯେ- ମୁଁ ମୋ ଜୀବନକୁ ଘୃଣା କରେ । ଜୀବନ କେବଳ କଷ୍ଟ ଦିଏ, ଏବେ ତ କେବଳ ମୃତ୍ୟୁ ହିଁ ଶାନ୍ତି ଦେବ । ପ୍ରିୟ ମୃତ୍ୟୁ, ମୋ ଜୀବନକୁ ଆସ । ମୁଁ ସବୁବେଳେ ତୁମକୁ ଅପେକ୍ଷା କରିଛି । ଏଥିସହ ଡାଏରୀରେ ଭୁଲା ଦେନା ମୁଝେ ଗୀତ ଉତାରିଛି ୟାସିର ।

Advertisment

ଆଉ ଏକ ପୃଷ୍ଠାରେ ଲେଖିଛି- ଜୀବନ ୧ ପ୍ରତିଶତ, ପ୍ରେମ ଶୂନ ପ୍ରତିଶତ, ଟେନସନ୍ ୯୦ ପ୍ରତିଶତ, ଦୁଃଖ ୯୯ ପ୍ରତିଶତ, ମିଛ ହସ ୧୦୦ ପ୍ରତିଶତ । ମୁଁ ଯେମିତି ଜୀବନ ବଞ୍ଚୁଛି, ସେଥିରେ କିଛି ସମସ୍ୟା ନାହିଁ । ସମସ୍ୟା କେବଳ ଏଇଆ ଯେ, ଆଗକୁ ମୋର କଣ ହେବ । ତେଣେ ପୋଲିସ ୟାସିରକୁ ଜେରା କରୁଥିବା ବେଳେ, ସେ ପୂର୍ବରୁ ଖୁବ୍ ବଦ୍ରାଗୀ ଥିଲା ବୋଲି ଜାଣିବାକୁ ପାଇଛି ।

ଏଭଳି ହାଇପ୍ରୋଫାଇଲ୍ ମର୍ଡର ପଛର କାରଣ କଣ? କାହିଁକି ହଠାତ୍ ନିଜ ମାଲିକଙ୍କୁ ହତ୍ୟା କଲା ଜଣେ ଘରୋଇ ସହାୟକ? ଏହା ପଛର କାରଣ ଅବସାଦ, ନା ଆତଙ୍କବାଦ? ଏକ ଆତଙ୍କୀ ଗୋଷ୍ଠୀ PAFF ଏହି ହତ୍ୟାକାଣ୍ଡ ପଛରେ ନିଜର ଭୂମିକା ଥିବା ଦାବି କରିବା ପରେ ଏଭଳି ସନ୍ଦେହ ସୃଷ୍ଟି ହୋଇଛି । କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ଗସ୍ତ ଉପଲକ୍ଷେ ଏହା ଏକ ଛୋଟିଅଆ ଭେଟି ବୋଲି କହିଛି ସଂଗଠନ ।

Advertisment

ଅନ୍ୟପକ୍ଷରେ ଆତଙ୍କୀ ବିରୋଧୀ ଅପରେସନରେ ଦିବଂଗତ ଆଇପିଏସ୍ ହେମନ୍ତ ଲୋହିଆଙ୍କର ୩ ଦଶନ୍ଧିର ଭଲ ଟ୍ରାକ୍ ରେକର୍ଡ ବି ରହିଛି । ତେଣୁ ହତ୍ୟାକାଣ୍ଡର ଟେରର୍ ଲିଙ୍କକୁ ଏଡ଼ାଇ ଦିଆଯାଇନପାରେ । ତେବେ ଜାମ୍ମୁ-କାଶ୍ମୀର ଅତିରିକ୍ତ ପୋଲିସ ଡିଜି କହିଛନ୍ତି, ବର୍ତ୍ତମାନ ସୁଦ୍ଧା ସେଭଳି କିଛି ସ୍ପଷ୍ଟ ହୋଇନାହିଁ ।

ଏହି ହତ୍ୟାକାଣ୍ଡ ପରେ ଆଇନଶୃଙ୍ଖଳାକୁ ଦୃଷ୍ଟିରେ ରଖି, ଜାମ୍ମୁ ଓ ରଜୌରୀ ଜିଲ୍ଲାରେ ମୋବାଇଲ୍ ଇଣ୍ଟରନେଟ୍ ସେବା ଅସ୍ଥାୟୀ ଭାବେ ବନ୍ଦ ରଖାଯାଇଛି ।

Jammu And Kashmir Death
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ