Advertisment

ମା’ଝିଅଙ୍କ ସହ ଡ୍ରାଇଭରର ବଚସା ଭିଡିଓ ଭାଇରାଲ, ଅଭିଯୁକ୍ତର ରାଗ ପାଇଁ ବଳି ପଡ଼ିଲା ଦୁଇ ନିରୀହ ଜୀବନ

ହତ୍ୟା ପୂର୍ବରୁ ସାଇଡ୍ ମରାକୁ ନେଇ ଡ୍ରାଇଭରଙ୍କ ସହ ହୋଇଥିଲା ବଚସା

ଅଦ୍ୟତନ ହୋଇଛି
Special story

Special story

Advertisment

ମୃତ୍ୟୁ ପୂର୍ବରୁ ଭିଡିଓ ଭାଇରାଲ୍‌ । ମା’ ଝିଅକୁ ଗାଡ଼ି ମଡ଼ାଇ ହତ୍ୟା କରିବା ପୂର୍ବରୁ ଡ୍ରାଇଭର ସହ ହୋଇଥିବା ବଚସାର ଭିଡିଓ ଏବେ ଭାଇରାଲ ହେଉଛି । ଯାଜପୁର ଜିଲ୍ଲା ଜେନାପୁର ୫୩ ନମ୍ବର ଜାତୀୟ ରାଜପଥର ବରଡା ଛକ ନିକଟରେ ଟ୍ରକ୍ ଚଢାଇ ମାରିଦେବା ପୂର୍ବରୁ ଡ୍ରାଇଭର ଓ ମା, ଝିଅଙ୍କ ମଧ୍ୟରେ ବଚସା ହୋଇଥିଲା । ସାଇଡ୍ ମରାକୁ କେନ୍ଦ୍ର କରି ଡ୍ରାଇଭରଙ୍କ ସହ ହୋଇଥିବା ଏହି ବଚସାର ଭିଡିଓ ଏବେ ସବୁ କଥା ମନେ ପକାଇ ଦେଉଛି ।

Advertisment

ଅନ୍ୟପକ୍ଷରେ ଗାଡ଼ି ଚଢାଇ ହତ୍ୟା ଅଭିଯୋଗ ଘଟଣାରେ ଅଭିଯୁକ୍ତକୁ କୋର୍ଟ ଚାଲାଣ କରାଯାଇଛି । ଟ୍ରକ୍ ଚପାଇ ସୁକିନ୍ଦା ଅଞ୍ଚଳର ଅଶୋକ ଚକ୍ରବର୍ତ୍ତିୀଙ୍କ ୪୭ ବର୍ଷିୟା ପତ୍ନୀ ଶ୍ରୀତିକା ଚକ୍ରବର୍ତ୍ତି ଏବଂ ୨୪ ବର୍ଷିୟା ଝିଅ ଲିପିକାଙ୍କୁ ହତ୍ୟା କରାଯାଇଥିଲା । ବାପାଙ୍କ ଶୁଦ୍ଧିକ୍ରିୟା ସାରି ଶୋକସନ୍ତପ୍ତ ଅବସ୍ଥାରେ ଘରକୁ ଫେରୁଥିଲେ ମାଆଝିଅ । ଏନ୍ଏଚ୍ ୫୩ ଆରୁହା ଛକରେ ଗାଡି ସାଇଡ ମରାକୁ ନେଇ ଡ୍ରାଇଭର ଅମର ସ୍ୱାଇଁ ସହ ଶ୍ରୀତିକା ଓ ଲିପିକାଙ୍କ ପାଟିତୁଣ୍ଡ ହୋଇଥିଲା ।

Advertisment

ପରେ ଶ୍ରୀତିକା ଓ ଝିଅ ଲିପିକାଙ୍କୁ ଟ୍ରକ୍ ମଡ଼ାଇ ବରଡ଼ା ଛକରେ ମାରିଦେଇଥିଲା ଅଭିଯୁକ୍ତ । ପ୍ରଥମେ ଏହାକୁ ଦୁର୍ଘଟଣା ବୋଲି କୁହାଯାଉଥିଲା ବେଳେ ପୋଲିସ ତଦନ୍ତ ପରେ ସତ ସାମ୍ନାକୁ ଆସିଥିଲା ।

Mother-daughter Murder
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ