ମାଆ ନା ରାକ୍ଷସୀ!! ୧୬ ମାସର ଝିଅକୁ ଏମିତି ପିଟିଲା ଯେ ...

ମାତ୍ର ୧୬ ମାସର ଶିଶୁ କନ୍ୟାକୁ ଜନ୍ମଦାତ୍ରୀ ମାଆର ଅମାନୁଷିକ ମାଡ଼ ।

Mother Daughter

ମାତ୍ର ୧୬ ମାସର ଶିଶୁ କନ୍ୟାକୁ ଜନ୍ମଦାତ୍ରୀ ମାଆର ଅମାନୁଷିକ ମାଡ଼ । ବାଣପୁର ବ୍ଳକ ଗମ୍ଭାରୀମୁଣ୍ଡା ହରିଚନ୍ଦନପୁର ଗାଁର ଏ ଘଟଣା ସୋସିଆଲ୍ ମିଡିଆରେ ଭାଇରାଲ ହେବାରେ ଲାଗିଛି । କୁନି ଝିଅର ବଡ଼ବାପାଙ୍କ ଏତଲା କ୍ରମେ ସ୍ଥାନୀୟ ପୋଲିସ୍ ଶିଶୁ ଓ ମାଆକୁ ଥାନାକୁ ଆଣି ପଚରା ଉଚରା କରିଛି ।

ପାରିବାରିକ କଳହରୁ ନିଜ ଝିଅକୁ ଏଭଳି ମାଡ଼ ମାରିଥିବା ଓ ତାର ଭିଡ଼ିଓ କରି କେରଳରେ ରହୁଥିବା ସ୍ୱାମୀଙ୍କ ପାଖକୁ ପଠାଇଥିବା ସ୍ୱୀକାର କରିଛି ମାଆ ବନିତା ନାୟକ । ଉକ୍ତ ଭିଡ଼ିଓ ଦେଖି ଝିଅର ସୁରକ୍ଷା ପାଇଁ ବାପା ପ୍ରମୋଦ ନାୟକ, ତାଙ୍କ ବଡ଼ ଭାଇ ମାଧବ ନାୟକଙ୍କୁ ଜଣାଇବା ପରେ ମାଧବ ବାଣପୁର ଥାନାରେ ଲିଖିତ ଏତଲା ଦେଇଥିଲେ ।

ହରିଚନ୍ଦନପୁର ଗ୍ରାମର ପ୍ରମୋଦ ନାୟକଙ୍କର ଗଞ୍ଜାମ ଜିଲ୍ଳା ସିଂହାସନୀ ଅଞ୍ଚଳର ବନିତା ନାୟକଙ୍କୁ ଚାରି ବର୍ଷ ପୂର୍ବେ ବିବାହ କରିଥିଲେ । ତେବେ ବିବାହ ପରଠାରୁ ଉଭୟ ପତି ଓ ପତ୍ନୀଙ୍କ ମଧ୍ୟରେ ମନୋମାଳିନ୍ୟ ଦେଖା ଦେଇଥିଲା । ପରିବାରର ଅନ୍ୟ ଜଣେ ମହିଳାଙ୍କ ସହ ସ୍ୱାମୀଙ୍କର ସମ୍ପର୍କ ରହିଥିବା କବିତା ଅଭିଯୋଗ କରିବାରୁ ଉଭୟଙ୍କ ମଧ୍ୟରେ ଯୁକ୍ତିତର୍କ ଓ ବଚସା ହେଉଥିଲା । ପ୍ରତ୍ୟହ ଗଣ୍ଡଗୋଳ ହେବାରୁ କବିତା ବାଣପୁର ବଜାରରେ ଅଲଗା ରହୁଥିଲେ ।

ଏ’ମଧ୍ୟରେ ଉଭୟଙ୍କର ଗୋଟିଏ ଶିଶୁ କନ୍ୟା ଜନ୍ମ ହୋଇଥିଲା । ତେବେ ଘର ଭଡା ସହ ଝିଅ ଓ ପତ୍ନୀଙ୍କର ପ୍ରତିପୋଷଣ ତଥା ଆନୁଷଙ୍ଗିକ ଖର୍ଚ୍ଚ ପାଇଁ ସ୍ୱାମୀ ସୁଶାନ୍ତ କୌଣସି ଟଙ୍କା ଦେଉନଥିଲେ । ଏଥିରେ ଉତ୍ତକ୍ଷିପ୍ତ ହୋଇ କବିତା ନିଜର ଦେଢ ବର୍ଷର ଝିଅକୁ ବିଭିନ୍ନ ସମୟରେ ମାଡ ମାରି ନିଜର ରାଗ ସୁଝାନ୍ତି ।

ତେବେ କିଛି ଦିନ ପୂର୍ବେ କବିତା ଅତି ଅମାନୁଷିକ ଭାବେ ଝିଅକୁ ମାଡ ମାରିବା ସହ ଏହାର ଭିଡିଓ ଉତ୍ତୋଳନ କରିଥିଲେ । ଭିଡିଓଟିକୁ ସ୍ୱାମୀଙ୍କ ମୋବାଇଲ ଫୋନକୁ ପଠାଇ ଥିଲେ । ତେବେ ସ୍ୱାମୀ ଭିଡିଓଟି ପରିବାରର ଅନ୍ୟ ସଦସ୍ୟମାନଙ୍କୁ ସାମାଜିକ ଗଣ ମାଧ୍ୟମରେ ପଠାଇବା ବେଳେ ଭିଡିଓଟି ଭାଇରାଲ ହୋଇଥିଲା ।

ଅନ୍ୟ ପଟେ ଜଣେ ଜନ୍ମକଲା ମା ଏମିତି ନିର୍ଦ୍ଦୟ ଭାବରେ କେମିତି ମାରିପାରେ ବୋଲି ସାଧାରଣରେ ପ୍ରଶ୍ନ ଉଠିଛି । ସେ ମା ନୁହେଁ ଜଣେ ରାକ୍ଷସୀ ବୋଲି କହିଛନ୍ତି ମହିଳାଙ୍କ ଯା ଓ ଦେଢ଼ଶୂର । ଏନେଇ ବାଣପୁର ଥାନାରେ ଅଭିଯୋଗ କରିଛନ୍ତି ଦେଢ଼ଶୂର ମାଧବ ନାୟକ । ତେବେ ଉକ୍ତ ଘଟଣାରେ ପୋଲିସର ପ୍ରତିକ୍ରିୟା ମିଳିନାହିଁ ।