Advertisment

ଏମିତି ଲୋକଙ୍କୁ ସାବଧାନ ! ବେଶ ବଦଳାଇ ଲୋକଙ୍କୁ ଚୂନ ଲଗାଉ ଥିଲେ, ଠକେଇ ଟଙ୍କାରେ ଗଢ଼ିଥିଲେ ଯାତ୍ରା ପାର୍ଟି...

ପୋଲିସ ହାତରେ ଠକ-୪୨୦। କେତେବେଳେ ନିଜକୁ କ୍ରାଇମବ୍ରାଞ୍ଚ ଅଧିକାରୀ ତ ଆଉ କେତେବେଳେ ଡାକ୍ତର ପୁଣି କେତେବେଳେ ଥାନା ଅଧିକାରୀର ପରିଚୟ ଦେଇ ଲୋକଙ୍କଠୁ ଲୁଟ୍‌ କରିଥିଲେ।

Imposter posing as doctor, police duped people on the promise of jobs; arrested

Imposter posing as doctor, police duped people on the promise of jobs; arrested

Advertisment

ପୋଲିସ ହାତରେ ଠକ-୪୨୦। କେତେବେଳେ ନିଜକୁ କ୍ରାଇମବ୍ରାଞ୍ଚ ଅଧିକାରୀ ତ ଆଉ କେତେବେଳେ ଡାକ୍ତର ପୁଣି କେତେବେଳେ ଥାନା ଅଧିକାରୀର ପରିଚୟ ଦେଇ ଲୋକଙ୍କଠୁ ଲୁଟ୍‌ କରିଥିଲେ। କଥାରେ ଅଛି ନା ଚୋର ଘର ସବୁବେଳେ ଅନ୍ଧାର ରୁହେନି। ଠିକ୍‌ ସେହିପରି ତାଙ୍କର ଏହି ଚାଲାକି ବେଶୀ ଦିନ ଚାଲି ପାରିଲା ନାହିଁ ଓ ଶେଷରେ ସେ ପୋଲିସ୍‌ ହାତରେ ଧରାପଡ଼ି ଯାଇଥିଲେ। 

Advertisment

ASO ଚାକିରି ନାଁରେ ଲୋକଙ୍କୁ ଠକିବା ଅଭିଯୋଗରେ ପାହାଳ ପୋଲିସ୍‌ ରଞ୍ଜନ ନାୟକ ନାମକ ଜଣେ ବ୍ୟକ୍ତିଙ୍କୁ ଗିରଫ କରିଛି। ଠକେଇ ଟଙ୍କାରେ ସେ ଯାତ୍ରା ପାର୍ଟି ଗଢ଼ିଥିଲେ। 

ସୂଚନା ଅନୁସାରେ, ରଞ୍ଜନ କେତେବେଳେ ନିଜକୁ କ୍ରାଇମବ୍ରାଞ୍ଚ ଅଧିକାରୀ ତ ଆଉ କେତେବେଳେ ଡାକ୍ତର ପୁଣି କେତେବେଳେ ଥାନା ଅଧିକାରୀର ପରିଚୟ ଦେଇ ଲୋକଙ୍କଠାରୁ ଲକ୍ଷାଧିକ ଲୁଟ୍‌ କରିଥିଲେ। ଶେଷରେ ଅଭିଯୋଗ ଆଧାରରେ ପାହାଳ ପୋଲିସ୍‌ ତାଙ୍କୁ ଗିରଫ କରିଛି।

Advertisment

ଗିରଫ ବେଳେ ରଞ୍ଜନଙ୍କ ନିକଟରୁ ପୋଲିସ ଓ ଡାକ୍ତର ପୋଷାକ ଜବତ ହୋଇଛି। ଅଭିଯୋଗକାରୀ ଅକ୍ଷୟ ମହନ୍ତଙ୍କ ଅଭିଯୋଗ ଅନୁସାରେ, ପୋଲିସ ରଞ୍ଜନଙ୍କୁ ଗିରଫ କରିଛି । ASO ଚାକିରି କରାଇ ଦେବା ନାଁରେ ସେ  ପ୍ରାୟ ୮ଲକ୍ଷ ଟଙ୍କା ଠକିଥିବା ଅଭିଯୋଗ ଥିଲା।

Job Fraud
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ