ମନ୍ଦିର ଲୁଟେରା ବରଦା-ଅନ୍ନଦା-ସାରଦା; ପଶୁଥିଲେ, ଲୁଟି ନେଉଥିଲେ

ମୂର୍ତ୍ତି ଚୋରି ରାକେଟରେ ୩ ଭାଇ । ଭୁବନେଶ୍ୱର ବାଲିପାଟଣାରୁ ଜଗତସିଂହପୁରକୁ ଲମ୍ବିଛି ମୂର୍ତ୍ତି ଚୋରି ରାକେଟ୍ ।

Idol Theft Racket

ମୂର୍ତ୍ତି ଚୋରି ରାକେଟରେ ୩ ଭାଇ । ଭୁବନେଶ୍ୱର ବାଲିପାଟଣାରୁ ଜଗତସିଂହପୁରକୁ ଲମ୍ବିଛି ମୂର୍ତ୍ତି ଚୋରି ରାକେଟ୍ । ଏହି ଘଟଣାରେ ୩ ଭାଇଙ୍କୁ ଗିରଫ କରିଛି ପୋଲିସ । ଗତ ଶୁକ୍ରବାର ଅଭିଯୁକ୍ତ ଦୁଇ ଭାଇଙ୍କୁ ବାଲିପାଟଣା ପୋଲିସ ଗିରଫ କରିଥିବା ବେଳେ ଗତକାଲି ଜଗତସିଂହପୁର ଚଢ଼େଇ ଗାଁରୁ ବଡ଼ ଭାଇକୁ ଗିରଫ କରିଛି ସଦର ପୋଲିସ ।

ଅଭିଯୁକ୍ତର ଘରୁ ୫୦ରୁ ଅଧିକ ବିଭିନ୍ନ ଧାତୁର ମୂର୍ତ୍ତି, ପିତ୍ତଳ ନାଗ ସହ ଘଣ୍ଟ ଘଣ୍ଟା ଓ ମନ୍ଦିରର ଅନ୍ୟ ସାମଗ୍ରୀ ଜବତ କରିଛି । ଅଭିଯୁକ୍ତ ତାର ଘର ଭିତରେ ମାଟି ତଳେ ମୂର୍ତ୍ତି ଗୁଡିକୁ ପୋତି ରଖିଥିବା ବେଳେ ଗ୍ରାମବାସୀ ଓ ଜଗତସିଂହପୁର ପୋଲିସ ସହାୟତାରେ ଏହାକୁ ଖୋଳା ଯାଇ ଉଦ୍ଧାର କରାଯାଇଛି ।

ଶୁକ୍ରବାର ଖୋର୍ଦ୍ଧା ଜିଲ୍ଲା ବାଲିପାଟଣା ପୋଲିସ ଅଭିଯୁକ୍ତ ଦୁଇ ଭାଇ ବରଦା ପ୍ରସନ୍ନ ଆଚାର୍ଯ୍ୟ ଓ ଅନ୍ନଦା ପ୍ରସନ୍ନ ଆଚାର୍ଯ୍ୟକୁ ଗିରଫ କରିଥିଲା । ଗତକାଲି ବଡ଼ ଭାଇ ସାରଦା ଆଚାର୍ଯ୍ୟକୁ ଗିରଫ କରିଛି ପୋଲିସ । ଏମାନେ କଟକ, ଖୋର୍ଦ୍ଧା, ଜଗତସିଂହପୁର, ପୁରୀ ଜିଲ୍ଲାର ମନ୍ଦିରରୁ ଚୋରି କରୁଥିଲେ । ସେପଟେ ମନ୍ଦିର ଚୋରି ଗ୍ୟାଙ୍ଗର ତିନି ଭାଇଙ୍କ କଳା ସାମ୍ରାଜ୍ୟ ଉପରୁ ଉଠୁଛି ପରଦା ।

ଜଗତସିଂହପୁରରୁ ଏହି ତିନି ଭାଇ ପୁରୀ, ଖୋର୍ଦ୍ଧା, କଟକ ଭଳି ଏକାଧିକ ଜିଲ୍ଲାର ମନ୍ଦିରରେ ବୁଲାଇଛନ୍ତି କଳା କନା । ବରଦା-ଅନ୍ନଦା-ସାରଦା ଏହି ତିନି ଭାଇଙ୍କୁ ଗିରଫ କରି ଏମାନଙ୍କ ଲିଙ୍କ୍ ଖୋଜୁଛି ପୋଲିସ୍ । ଏମାନଙ୍କ ପାଖରୁ ଏକାଧିକ ବହୁମୂଲ୍ୟ ମୂର୍ତ୍ତି ଜବତ ହୋଇଛି । ରାମ କୃଷ୍ଣ, ହନୁମାନ, ବିଶାଳକାୟ ନାଗ, ତ୍ରିଶୁଳ, ଘଣ୍ଟ, ମୁକୁଟ ଏବଂ ଠାକୁରଙ୍କ ବିମାନ ।

କିଛି ବି ଛାଡ଼ୁନଥିଲେ, କିଛି ବି ରଖୁନଥିଲେ । ମନ୍ଦିରରେ ପଶି ବେଫିକର୍ ଭାବେ ସବୁ ଚୋରି କରି ନେଇ ଏହାକୁ ବିକି ଦେଉଥିଲେ । ଗତ ଶୁକ୍ରବାର ଅଭିଯୁକ୍ତ ଦୁଇ ଭାଇଙ୍କୁ ବାଲିପାଟଣା ପୋଲିସ ଗିରଫ କରିଥିବା ବେଳେ ଗତକାଲି ଜଗତସିଂହପୁର ଚଢ଼େଇ ଗାଁରୁ ବଡ଼ ଭାଇକୁ ଗିରଫ କରାଯାଛି । ଅଭିଯୁକ୍ତର ଘରୁ ଯାଞ୍ଚ ବେଳେ ମିଳିଛି ବହୁ ସାମଗ୍ରୀ । ୫୦ରୁ ଅଧିକ ବିଭିନ୍ନ ଧାତୁର ମୂର୍ତ୍ତି, ପିତ୍ତଳ ନାଗ ସହ ଘଣ୍ଟ ଘଣ୍ଟା ଓ ମନ୍ଦିରର ଅନ୍ୟ ସାମଗ୍ରୀ ମାଟି ତଳେ ପୋତି ରଖିଥିଲେ ।