Woman Dies After Eating Momo
ଆଜିକାଲି ଫାଷ୍ଟଫୁଡ୍ ଲୋକଙ୍କ ଜୀବନର ଅଂଶ ପାଲଟି ଯାଇଛି। ଚାଓମିନ୍, ରୋଲ୍, ପିଜା, ପେଟିସ୍ଠାରୁ ଆରମ୍ଭ କରି ମୋମୋ ପର୍ଯ୍ୟନ୍ତ ସବୁ ଫାଷ୍ଟଫୁଡ୍ ରାସ୍ତା କଡ଼ରେ ମିଳୁଛି। ହେଲେ ଏହି ଫାଷ୍ଟଫୁଡ୍ ପ୍ରାଣଘାତୀ। ତେବେ ମୋମୋ ଖାଇ ଜଣେ ମହିଳାଙ୍କର ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ଏଥିରେ ଆଉ ୨୦ଜଣ ଗୁରୁତର ହୋଇ ଚିକିତ୍ସାଧୀନ ଅଛନ୍ତି।
ହାଇଦ୍ରାବାଦର ବନଜାରା ପାହାଡ ଅଞ୍ଚଳରେ ରାସ୍ତା କଡ଼ରେ ବିକ୍ରି ହୋଇଥିବା ମୋମୋ ଖାଇବା ପରେ ଜଣେ ୩୩ ବର୍ଷ ବୟସ୍କା ମହିଳାଙ୍କ ମୃତ୍ୟୁ ଘଟିଛି। ଏହା ବ୍ୟତୀତ ଅନ୍ୟ ୨୦ ଜଣ ଫୁଡ ପଏଜନିଂର ଶିକାର ହୋଇଛନ୍ତି। ମୃତ ମହିଳା ହେଲେ ଖଇରତାବାଦର ରେଶମା ବେଗମ୍ । ରେଶମା ଓ ତାଙ୍କର ୨ଝିଅ ଶୁକ୍ରବାର ଦିନ ରାସ୍ତା କଡରୁ ମୋମୋ ଖାଇଥିଲେ। ଯାହାଫଳରେ ଏମିତି ଘଟଣା ଘଟିଛି ।
ପୋଲିସର ସୂଚନାନୁସାରେ, ପ୍ରାଥମିକ ଅନୁସନ୍ଧାନରୁ ଜଣାପଡିଛି ଯେ ଦୋକାନୀ ଖାଦ୍ୟ ନିରାପତ୍ତା ଲାଇସେନ୍ସ ବିନା କାମ କରୁଛନ୍ତି ଏବଂ ଅପରିଷ୍କାର ଅବସ୍ଥାରେ ଖାଦ୍ୟ ପ୍ରସ୍ତୁତ କରାଯାଉଛି। ଏହା କୁହାଯାଉଛି ଯେ ମୋମୋ ତିଆରି କରିବା ପାଇଁ ବ୍ୟବହୃତ ହୋଇଥିବା ମଇଦାକୁ ପ୍ୟାକ ନ କରି ଫ୍ରିଜରେ ରଖାଯାଇଥିଲା ଏବଂ ଫ୍ରିଜର କବାଟ ଭାଙ୍ଗି ଯାଇଛି। ଏହା ପରେ ଖାଦ୍ୟ ବିକ୍ରେତାଙ୍କଠାରୁ ନମୁନା ସଂଗ୍ରହ କରାଯାଇ ପରୀକ୍ଷା ପଠାଯାଇଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1730293493.jpg)