Advertisment

ମହାଦେବ ବେଟିଂ ମାମଲା: ଛଦ୍ମବେଶରେ ଲୁଚିଥିଲେ ‌ସାହିଲ୍ ଖାନ୍..ମାଡ଼ିବସିଲା ପୋଲିସ

ଜଗଦଲପୁରର ଆରାଧ୍ୟା ଇଣ୍ଟରନାସନାଲ ହୋଟେଲରେ ପୋଲିସ ତାଙ୍କୁ ଗିରଫ କରିଥିଲା। ମୁମ୍ବାଇ ପୋଲିସ ୭୨ ଘଣ୍ଟା ଟ୍ରାକିଂ କରି ଶେଷରେ ତାଙ୍କୁ ଗିରଫ କରିଥିଲା। ଗିରଫ ହେବା ପରେ ପୋଲିସ ତାଙ୍କଠାରୁ ଦୁଇଟି ମୋବାଇଲ୍ ଫୋନ୍ ଓ ନଗଦ ଟଙ୍କା ଜବତ କରିଛି।

ଅଦ୍ୟତନ ହୋଇଛି
Mahadev betting app Case

Mahadev betting app

Advertisment

ସରିଲା ଚୋର-ପୋଲିସ ଖେଳ। ଶେଷରେ ମହାଦେବ ବେଟିଂ ଆପ୍ ମାମଲାରେ ଅଭିନେତା ସାହିଲ ଖାନଙ୍କୁ ଗିରଫ କରିଛି ମୁମ୍ବାଇ କ୍ରାଇମବ୍ରାଞ୍ଚର ଏସଆଇଟି। ବମ୍ବେ ହାଇକୋର୍ଟଙ୍କ ଠାରୁ ଆଗୁଆ ଜାମିନ୍ ଏବଂ ଗିରଫଦାରୀରୁ ଆଶ୍ବସ୍ତି ନପାଇବା ପରେ ସାହିଲ ଖାନ ମୁମ୍ବାଇ ଛାଡି ପଳାଇଥିଲେ। ୪ଦିନରେ ପ୍ରାୟ ୧୮୦୦କିଲୋମିଟର ଯାତ୍ରା କରି ପୋଲିସକୁ ଚକମା ଦେଇଥିଲେ ସାହିଲ୍। ମାତ୍ର ଛତିଶଗଡର ଜଗଦଲପୁରରୁ ତାଙ୍କୁ ଗିରଫ କରିଛି ପୋଲିସ।

Advertisment

ସୂଚନା ଅନୁସାରେ, ପୋଲିସ ଠକେଇ ଏବଂ ଜୁଆ ଭଳି ବିଭିନ୍ନ ଆପର ପ୍ରମୋଟରଙ୍କ ସମେତ ୩୨ଜଣଙ୍କ ବିରୋଧରେ ମାମଲା ରୁଜୁ କରିଛି । ଏହି ଲୋକଙ୍କ ମଧ୍ୟରେ ଅଭିନେତା ସାହିଲ ଖାନଙ୍କ ନାମ ସାମିଲ ରହିଛି । ଅଭିନେତା ଲୋଟସ୍ ବୁକ୍ 24/7 ଆପ୍ ଲଞ୍ଚ କରିଥିଲେ । ଏଥିସହ ଆପ୍‌କୁ ପ୍ରୋତ୍ସାହିତ କରିବା ପାଇଁ ସେ ଅନେକ ପ୍ରକାର କାର୍ଯ୍ୟ କରିଥିଲେ । ସେ ସେଲିବ୍ରିଟିମାନଙ୍କୁ ଡାକି ଗ୍ରାଣ୍ଡ ପାର୍ଟିର ଆୟୋଜନ କରୁଥିବା ଅଭିଯୋଗ ହୋଇଥିଲା ।

ଅଧିକ ପଢ଼ନ୍ତୁ: ବାହା ହୋଇଥାନ୍ତେ ‘ତାରକ୍‌ ମେହେଟା କା ଉଲ୍‌ଟା ଚଶ୍‌ମା’ର ସୋଡି; ହୋଇଗଲେ ନିଖୋଜ

Advertisment

ଅଭିଯୋଗ ଆସିବା ପରେ ସେ ପୋଲିସକୁ ଚକମା ଦେବା ପାଇଁ ମାଷ୍ଟରପ୍ଲାନ ପ୍ରସ୍ତୁତ କରିଥିଲେ। ଗିରଫଦାରୀ ଏଡାଇବା ପାଇଁ ୪ଦିନରେ ସେ ୫ଟି ରାଜ୍ୟର ପ୍ରାୟ ୧୮୦୦କିଲୋମିଟର ଯାତ୍ରା କରିଥିଲେ। ଏପ୍ରିଲ ୨୫ରେ ସାହିଲଙ୍କ ଜାମିନ ଆବେଦନକୁ କୋର୍ଟ ପ୍ରତ୍ୟାଖ୍ୟାନ କରିଥିଲେ।ଏହାପରେ ସେ ମୁମ୍ୱାଇ ଛାଡି ଫେରାର ହୋଇଯାଇଥିଲେ। ସେଠାରୁ ସେ କର୍ଣ୍ଣାଟକର ହୁବେଲି ଯାତ୍ରା କରିବା ପରେ ହାଇଦ୍ରାବାଦ ଯାଇଥିଲେ। ଯେପରି କେହି ତାଙ୍କୁ ଜାଣିନପାରେ ସେ ଛଦ୍ମବେଶ ଧାରଣ କରିଥିଲେ।

ସାଧାରଣ ପୋଷାକ ପିନ୍ଧିବା ସହ ସ୍କାର୍ଫରେ ମୁହଁ ଲୁଚାଇ ନିଜର ପରିଚୟ ଲୁଚାଇଥିଲେ। ଏହାପରେ ସେ ଛତିଶଗଡର ମାଓପ୍ରବଣ ଅଞ୍ଚଳ ଦେଇ ଯାତ୍ରା କରିଥିବା ସୂଚନା ମିଳିଛି।ମାତ୍ର ଜଗଦଲପୁରର ଆରାଧ୍ୟା ଇଣ୍ଟରନାସନାଲ ହୋଟେଲରେ ପୋଲିସ ତାଙ୍କୁ ଗିରଫ କରିଥିଲା। ମୁମ୍ବାଇ ପୋଲିସ ୭୨ ଘଣ୍ଟା ଟ୍ରାକିଂ କରି ଶେଷରେ ତାଙ୍କୁ ଗିରଫ କରିଥିଲା। ଗିରଫ ହେବା ପରେ ପୋଲିସ ତାଙ୍କଠାରୁ ଦୁଇଟି ମୋବାଇଲ୍ ଫୋନ୍ ଓ ନଗଦ ଟଙ୍କା ଜବତ କରିଛି।

Advertisment

ଲୋଟସ୍ ବୁକ୍ 24/7 ନାମକ ଏକ ବେଟିଂ ଆପ୍ ୱେବସାଇଟର ଏହି ଅଭିନେତାଙ୍କ ସଂପୃକ୍ତି ଥିବା ଅଭିଯୋଗ ହୋଇଛି। ଏହା ମହାଦେବ ବେଟିଂ ଆପ୍ ନେଟୱାର୍କର ଏକ ଅଂଶ । ଏହି ବେଟିଂ ଆପ୍ ମାଧ୍ୟମରେ ଲୋକମାନଙ୍କଠାରୁ ୧୫ ହଜାର କୋଟିରୁ ଅଧିକ ଟଙ୍କା ଠକେଇ ହୋଇଛି । ମାତ୍ର ସାହିଲ ଦାବି କରିଛନ୍ତି ଯେ ଏଥିରେ ତାଙ୍କର କୌଣସି ଭୂମିକା ନାହିଁ।

ମହାଦେବ ଅନଲାଇନ ବେଟିଂ ଆପର ଦୁଇ ପ୍ରମୋଟର ସୌରଭ ଚନ୍ଦ୍ରାକର ଏବଂ ରବି ଉପ୍ପଲ ବିରୋଧରେ ପ୍ରିଭେନସନ ଅଫ୍ ମନ ଲଣ୍ଡରିଂ(PMLA) କୋର୍ଟରେ ଚାର୍ଜସିଟ୍ ଦାଖଲ କରିଥିଲା । ଅଭିଯୁକ୍ତ ସୌରଭ ଏବଂ ରବି ଛତିଶଗଡର ଭିଲାଇରୁ ଅଟନ୍ତି । ଦୁହେଁ ମହାଦେବ ଆପ୍ ଜରିଆରେ ପ୍ରଥମେ ଦୁର୍ଗ ଭିଲାଇରେ ବେଟିଂ କାମ ଆରମ୍ଭ କରିଥିଲେ । ପରେ ସାରା ଦେଶକୁ ବିସ୍ତାରିତ ହୋଇଥିଲା। ବେରୋଜଗାରଙ୍କୁ ଚାକିରି ଦେବା ଆଳରେ କୋଟି କୋଟି କଳାଟଙ୍କା ଧରି ଦୁବାଇ ପଳାଇଥିଲେ । ଦୁବାଇରୁ ଦୁହେଁ ବେଟିଂ କାରବାର ଅପରେଟ୍‌ କରିବା ଆରମ୍ଭ କରିଥିଲେ ।

Online Betting Apps
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ