Advertisment

ଗୁଇନ୍ଦାଗିରିରେ ସୀମିତ ନାହିଁ ହନି ଟ୍ରାପ୍; ଚୋରି, ଠକେଇରେ ବ୍ୟବହୃତ

ଆଗରୁ କେବଳ ଗୁଇନ୍ଦାଗିରିରେ ସୀମିତ ଥିଲା ହନି ଟ୍ରାପ୍। ଏବେ ଚୋରି, ଠକେଇ ଏବଂ ଅନ୍ୟ ଅପରାଧ ପାଇଁ ବ୍ୟବହାର ହେଲାଣି ଏହି ଟ୍ରିକ୍। ଘରେ ବସି ସୁନ୍ଦରୀ ଯୁବତୀଙ୍କ ସହାୟତାରେ କୋଟି କୋଟି ଟଙ୍କା ଚୂନ ଲଗାଇବାରେ ହନି ଟ୍ରାପକୁ ବହୁଳ ବ୍ୟବହାର ସାମ୍ନାକୁ ଆସୁଛି। ଯାହା ଅପରାଧ ନିୟନ୍ତ୍ରଣ କ୍ଷେତ୍ରରେ ପୋଲିସ ପାଇଁ ସାଜିବାକୁ ଯାଉଛି ବଡ଼ ଚ୍ୟାଲେଞ୍ଜ୍।

Honey Trap

Honey Trap

Advertisment

ଭୁବନେଶ୍ୱର : ଆଗରୁ କେବଳ ଗୁଇନ୍ଦାଗିରିରେ ସୀମିତ ଥିଲା ହନି ଟ୍ରାପ୍। ଏବେ ଚୋରି, ଠକେଇ ଏବଂ ଅନ୍ୟ ଅପରାଧ ପାଇଁ ବ୍ୟବହାର ହେଲାଣି ଏହି ଟ୍ରିକ୍। ଘରେ ବସି ସୁନ୍ଦରୀ ଯୁବତୀଙ୍କ ସହାୟତାରେ କୋଟି କୋଟି ଟଙ୍କା ଚୂନ ଲଗାଇବାରେ ହନି ଟ୍ରାପକୁ ବହୁଳ ବ୍ୟବହାର ସାମ୍ନାକୁ ଆସୁଛି। ଯାହା ଅପରାଧ ନିୟନ୍ତ୍ରଣ କ୍ଷେତ୍ରରେ ପୋଲିସ ପାଇଁ ସାଜିବାକୁ ଯାଉଛି ବଡ଼ ଚ୍ୟାଲେଞ୍ଜ୍।

Advertisment

ପ୍ରତିରକ୍ଷା ପ୍ରତିଷ୍ଠାନରୁ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଚୋରି ହେଉ କି କେଉଁ ଦାୟିତ୍ୱସମ୍ପନ୍ନ ଉଚ୍ଚ ପଦାଧିକାରୀଙ୍କଠାରୁ ଗୋପନୀୟ ସୂଚନା ହାସଲ ଘରର ଚାରିକାନ୍ଥ ଭିତରେ ବସି କେବଳ ବୁଦ୍ଧି ବଳରେ ଲକ୍ଷ ଲକ୍ଷ ଟଙ୍କା ଠକେଇ ହେଉ ବା କାହାକୁ ପ୍ରେମ ନାଁରେ ଚୂନ ଲଗାଇବା ଏସବୁ ପାଇଁ ଚାରିଶ ବିସ୍‌ଙ୍କ ହାତରେ ଏବେ ବଡ଼ ଅସ୍ତ୍ର ହନି ଟ୍ରାପ୍। ସୂଚନାମୁତାବକ ସେପଟେମ୍ବର ୧୪, ୨୦୨୧ ବାଲେଶ୍ୱର ଚାନ୍ଦିପୁରସ୍ଥିତ ITRରୁ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଲିକ୍ ମାମଲାରେ ସାମ୍ନାକୁ ଆସିଛି ହନି ଟ୍ରାପ୍ ପ୍ରସଙ୍ଗ। ତା’ ପୂର୍ବରୁ ଚଳିତ ମାସ ୧୧ ତାରିଖରେ ଗଣମାଧ୍ୟମରେ ଚର୍ଚ୍ଚାକୁ ଆସିଥିଲା ଖୋର୍ଦ୍ଧା ନାଚୁଣୀର ଏକ ଇମୋସନାଲ ବ୍ଲାକ୍ ମେଲର ପ୍ରିୟଙ୍କା ପରିଡ଼ା। ସେ ବି ହନି ଟ୍ରାପ୍‌କୁ ଆୟୁଧ କରି ଦିନ ଦି ପହରେ ଲୁଟି ନେଇଛି ଲକ୍ଷ ଲକ୍ଷ ଟଙ୍କା। ଫେସ୍‌ବୁକ୍‌ରେ ଫେକ୍ ଆଇଡି କରି ଉଚ୍ଚ ଶିକ୍ଷିତଙ୍କୁ ଭକୁଆ ବନେଇବାରେ ସଫଳ ହେଉଥିଲା। ସେହିପରି ଆଉ ଜଣେ ହେଲେ କଟକ ଜିଲ୍ଲା ନିଶ୍ଚିନ୍ତକୋଇଲିର ପ୍ରସନ୍ନ ପଣ୍ଡା। ନିଜ ଅଜଣାତରେ ହନିଟ୍ରାପରେ ଫସିଯିବା ପରେ ୪ ଲକ୍ଷ ଟଙ୍କା ହରାଇ ଏବେ ନ୍ୟାୟ ଅପେକ୍ଷାରେ ଅଛନ୍ତି।

Advertisment

ତେବେ ଏଠାରେ ପ୍ରଶ୍ନ ଉଠୁଛି, କ’ଣ ଏହି ହନି ଟ୍ରାପ୍ ଏବଂ କାହିଁକି ବଢ଼ି ଚାଲିଛି ଏ ଘଟଣା? ସାଇବର ବିଶେଷଜ୍ଞଙ୍କ ମତରେ ଇଣ୍ଟରନେଟର ସହଜ ଉପଲବ୍ଧ ଓ ସ୍ମାର୍ଟ ଫୋନ୍ ଓ ସୋସିଆଲ ମିଡିଆର ବହୁଳ ବ୍ୟବହାରର ଫାଇଦା ଉଠାଉଛନ୍ତି କିଛି ନିର୍ଦ୍ଦିଷ୍ଟ ଉଚ୍ଚ ଶିକ୍ଷିତା ଓ ସୁନ୍ଦରୀ ଯୁବତୀ। ଟଙ୍କା ରୋଜଗାର ପାଇଁ ଏମାନେ ନିଜେ ହୁଅନ୍ତୁ କିମ୍ବା କୌଣସି ସଂସ୍ଥା ପାଇଁ କାମକରି ହନି ଟ୍ରାପ୍ ଥିଓରୀକୁ ଆପଣାଇ ନେଉଛନ୍ତି। ଆଗରୁ ଗୁଇନ୍ଦାଗିରି ଓ ପ୍ରତିରକ୍ଷା ସୂଚନା ହାସଲ ପାଇଁ ହନି ଟ୍ରାପ୍‌କୁ ବ୍ୟବହାର କରଯାଉଥିଲା। ତେବେ ବର୍ତ୍ତମାନ ସୋସିଆଲ ମିଡିଆର ବହୁଳ ଆଦୃତି ପରେ କିଛି ଠକ ଓ ଅପରାଧୀ ଏହାକୁ ସାଇବର କ୍ରାଇମ୍ ଓ ଅର୍ଥ ଉପାର୍ଜନ ପାଇଁ ମୁଖ୍ୟ ଅସ୍ତ୍ର କରିନେଇଛନ୍ତି। ସେପଟେ ସଚେତନତା ଓ ଉପସ୍ଥିତ ବୁଦ୍ଧିର ଅଭାବ ଏବଂ ଦାୟିତ୍ୱହୀନତା ହିଁ ହନି ଟ୍ରାପ୍ ଭଳି ବ୍ୟାଧିକୁ ପରିପୁଷ୍ଟ କରୁଥିବା କହିଛନ୍ତି ସାଇବର ଏକ୍ସପର୍ଟ ଲିଙ୍ଗରାଜ ସେଠୀ।

ନିକଟରେ ଏକ ଜାତୀୟ ଇଂରାଜୀ ଦୈନିକର ତଥ୍ୟ ଅନୁସାରେ ଓଡ଼ିଶାରେ ଗଲା ବର୍ଷେ ଭିତରେ ୨୨ଟି ହନିଟ୍ରାପ୍ ଘଟଣା ସାମ୍ନାକୁ ଆସିଛି। ତେବେ ବାସ୍ତବରେ ହନି ଟ୍ରାପ୍‌ରେ ଶିକାର ହେବା ପରେ ସାମାଜିକ ଲଜ୍ଜା ହେଉ କି ଅନ୍ୟ କୌଣସି କାରଣ ହେଉ, ଅଧିକାଂଶ ସ୍ଥଳରେ ଲୋକେ ମୁହଁ ଖୋଲୁ ନ ଥିବାରୁ ଅପରାଧୀ ଖସିଯିବାରେ ସଫଳ ହେଉଛନ୍ତି।

Advertisment
Crime News Honey Trap
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ