Advertisment

ହରିୟାଣାର INLD ମୁଖ୍ୟଙ୍କୁ ଗୁଳି କରି ହତ୍ୟା...୪୦ରୁ ୫୦ ରାଉଣ୍ଡ ଫାୟାରିଂ କଲେ ଦୁର୍ବୃତ୍ତ...

INLD ହରିୟାଣା ମୁଖ୍ୟ ନଫେ ସିଂ ରାଠିଙ୍କୁ ଗୁଳିକରି ହତ୍ୟା । ନଫେ ସିଂଙ୍କ ଉପରକୁ ଦୁର୍ବୃତ୍ତ ୪୦ରୁ ୫୦ ରାଉଣ୍ଡ ଗୁଳି କରି ଫେରାର ମାରିଛନ୍ତି।

ଅଦ୍ୟତନ ହୋଇଛି
Nafe Singh Rathi Shot Dead

Nafe Singh Rathi Shot Dead

Advertisment

INLD ହରିୟାଣା ମୁଖ୍ୟ ନଫେ ସିଂ ରାଠିଙ୍କୁ ଗୁଳିକରି ହତ୍ୟା । ପୂର୍ବତନ ବିଧାୟକ ତଥା ଭାରତୀୟ ଜାତୀୟ ଲୋକ ଦଳ (INLD) ହରିୟାଣା ମୁଖ୍ୟ ନଫେ ସିଂ ଏସୟୁଭିରେ ଯାଉଥିଲା ବେଳେ ଏକ ଆଇ-୨୦ କାରରେ ପିଛା କରିଥିଲେ ଦୁର୍ବୃତ୍ତ । ପରେ ବାହାଦୂରଗଡ଼ ଠାରେ ତାଙ୍କୁ ଗୁଳି କରିଥିଲେ। ନଫେ ସିଂଙ୍କ ଉପରକୁ ଦୁର୍ବୃତ୍ତ ୪୦ରୁ ୫୦ ରାଉଣ୍ଡ ଗୁଳି କରି ଫେରାର ମାରିଛନ୍ତି। ନଫେ ସିଂଙ୍କ ଗଳା ଓ ଅଣ୍ଟାରେ ଗୁଳି ଲାଗିଥିଲା । ତୁରନ୍ତ ତାଙ୍କୁ ହସ୍ପିଟାଲ ନିଆଯାଇଥିଲେ ବି ଡାକ୍ତର ମୃତ ଘୋଷଣା କରିଥିଲେ। ଗୁଳିମାଡ଼ରେ ନଫେ ସିଂଙ୍କ ସୁରକ୍ଷା କର୍ମୀ ବି ପ୍ରାଣ ହରାଇଛନ୍ତି। ସିଆଇଏ ଏବଂ ଏସଟିଏଫ୍ ଟିମ୍ ଘଟଣାର ତଦନ୍ତ କରୁଛନ୍ତି, ଅଭିଯୁକ୍ତଙ୍କୁ ଖୁବଶୀଘ୍ର ଗିରଫ କରାଯିବ ବୋଲି ଝାଜର ଏସପି ଅର୍ପିତ ଜୈନ କହିଛନ୍ତି। ଗୁଳିକାଣ୍ଡରେ ଗ୍ୟାଙ୍ଗଷ୍ଟର ଲରେନ୍ସ ବିଷ୍ଣୋଇ ଏବଂ ତା ସହଯୋଗୀ କାଲା ଜଠେଡିର ହାତ ଥିବା ସନ୍ଦେହ କରୁଛି ପୋଲିସ । 

Advertisment

INLDର ମିଡିଆ ସେଲ୍ ମୁଖ୍ୟ ରାକେଶ ସିହାଗ ନାଫେ ସିଂ ରାଠୀଙ୍କ ମୃତ୍ୟୁକୁ ସ୍ପଷ୍ଟ କରିଛନ୍ତି । ବାହାଦୂରଗଡର ବରାହୀ ଫାଟକ ନିକଟରେ ଦୁର୍ବୃତ୍ତମାନେ କାରକୁ ଅତର୍କିତ ଗୁଳିମାଡ କରିଥିଲେ । ଖବର ପାଇ ପୋଲିସ ପହଞ୍ଚି ରାଠୀଙ୍କ କାର ଜବତ କରିଛି । ହସ୍ପିଟାଲରେ ମଧ୍ୟ ପୋଲିସ ଟିମ୍‌ ୨ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି । ହରିୟାଣା ଗୃହମନ୍ତ୍ରୀ ଅନିଲ ବିଜ ହତ୍ୟାକାଣ୍ଡର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି । ହରିୟାଣା ପୋଲିସ ସ୍ପେଶାଲ ଟାକ୍ସଫୋର୍ସ ଗଠନ କରି ଘଟଣାର ଆରମ୍ଭ କରିଛି । INLD ନେତା ଅଭୟ ଚୌତାଲା ନାଫେ ସିଂଙ୍କୁ କାହଁକି ପୂର୍ବରୁ ସୁରକ୍ଷା ମିଳିନଥିଲା ବୋଲି ପ୍ରଶ୍ନ କରିଛନ୍ତି ।

Advertisment
Haryana Police
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ