Advertisment

ପ୍ରେମିକା ରକ୍ତରେ ହୋଲି ! ହତ୍ୟା ପରେ ନିଜକୁ ଶେଷ କରିଦେବାକୁ ଚାହୁଁଥିଲା ପ୍ରେମିକ...

ମହିଳା ଡାକ୍ତରଙ୍କୁ ତାଙ୍କ ବୟଫ୍ରେଣ୍ଡ୍‌ ଛୁରୀ ଭୁସି ହତ୍ୟା କରିଥିବା ସୂଚନା ମିଳିଛି। ପ୍ରେମିକାକୁ ହତ୍ୟା ପରେ ପ୍ରେମିକ ଆତ୍ମହତ୍ୟା ଉଦ୍ୟମ ମଧ୍ୟ କରିଥିଲା।

ଅଦ୍ୟତନ ହୋଇଛି
Girlfriend stabbed to death by boyfriend during holi

Girlfriend stabbed to death by boyfriend during holi

Advertisment

ପ୍ରେମ ମାନେ ନାହିଁ ବନ୍ଧ ବାଡ଼, ପ୍ରେମ ଆଗରେ ସବୁ କିଛି ତୁଚ୍ଛ। କୁହାଯାଏ, ପ୍ରେମ ନିଶା ଥରେ ଘାରିଲେ ମଣିଷ ଅନ୍ଧ ହୋଇଯାଏ। ହେଲେ ଏହି ପ୍ରେମ ଯଦି ଘୃଣାରେ ବଦଳି ଯାଏ ତା’ହେଲେ ଜୀବନକୁ ନେବାକୁ ମଧ୍ୟ ପଛାଏ ନାହିଁ। ହୋଲିରେ ଜମ୍ମୁରେ ଏକ ଲୋମ ଟାଙ୍କୁରା ଘଟଣା ସାମ୍ନାକୁ ଆସିଛି। ମହିଳା ଡାକ୍ତରଙ୍କୁ ତାଙ୍କ ବୟଫ୍ରେଣ୍ଡ୍‌ ଛୁରୀ ଭୁସି ହତ୍ୟା କରିଥିବା ସୂଚନା ମିଳିଛି। ପ୍ରେମିକାକୁ ହତ୍ୟା ପରେ ପ୍ରେମିକ ଆତ୍ମହତ୍ୟା ଉଦ୍ୟମ ମଧ୍ୟ କରିଥିଲା। ଖବର ପାଇ ପୋଲିସ୍‌ ଘଟଣାସ୍ଥଳରେ ପହଞ୍ଚି ଗୁରୁତର ଅବସ୍ଥାରେ ଯୁବକଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରିଥିଲା। ଏହାସହ ମାମଲା ରୁଜୁ ଯାଞ୍ଚ ଆରମ୍ଭ କରିଛି। 

Advertisment

ମୃତ ମହିଳା ଡାକ୍ତରଙ୍କ ନାଁ ଡଃ ସୁମେଧା ଶର୍ମା(୨୬)। ତାଙ୍କ ଘର ତାଲାବ ତିଲ୍ଲୋ(ଜମ୍ମୁ)ରେ। ଅଭିଯୁକ୍ତ ଜୋହର ଗନଇର ଘର ଡୋଡା ଜିଲ୍ଲାରେ। ହେଲେ ଜୋହରର ପରିବାର ଲୋକ ଏବେ ପମ୍ପୋଶ କଲୋନୀରେ ରହୁଛନ୍ତି। ହତ୍ୟାକାଣ୍ଡ ସମ୍ପର୍କରେ ସେତେବେଳେ ଜଣାପଡ଼ିଥିଲା ଯେତେବେଳେ ଜୋହରର  ଜଣେ ସମ୍ପର୍କୀୟ ଘଟଣା ସମ୍ପର୍କରେ ପୋଲିସ୍‌କୁ ସୂଚନା ଦେଇଥିଲେ। ପୋଲିସ୍‌କୁ ସୂଚନା ଦିଆଯାଇଥିଲା ଯେ, ଜୋହର ଏକ ଫେସ୍‌ବୁକ୍‌ ପୋଷ୍ଟରେ ଲେଖିଥିଲା- କିଛି ବ୍ୟକ୍ତିଗତ କାରଣ ଯୋଗୁ ସେ ନିଜ ଜୀବନ ଶେଷ କରିଦେବାକୁ ଚାହୁଁଛନ୍ତି।  

ଏହା ଜାଣିବା ପରେ ପୋଲିସ୍‌ ଜମ୍ମୁର ଜାନିପୁର ସ୍ଥିତ ଜୋହରର ଘରେ ପହଞ୍ଚିଥିଲା। ଘରେ ପଶି ଛାନ୍‌ଭିନ୍ ବେଳେ ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ଡଃ ସୁମେଧାଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା। ଏହାସହ ଜୋହରର ପେଟରେ ଗଭୀର ଆଘାତ ଚିହ୍ନ ଥିବା ଦେଖିବାକୁ ମିଳିଥିଲା। ଗୁରୁତର ଅବସ୍ଥାରେ ତାଙ୍କୁ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଛି। ବର୍ତ୍ତମାନ ଜୋହରର ଅବସ୍ଥା ସଙ୍କଟାପନ୍ନ ଥିବାବେଳେ ପୋଲିସ୍ ହତ୍ୟା ମାମଲା ରୁଜୁ କରି ଯାଞ୍ଚ ଚଳାଇଛି।

Advertisment

ଗୋଟିଏ କଳେଜରେ ପଢ଼ୁଥିଲେ ସୁମେଧା ଓ ଜୋହର...

ସୂଚନା ଅନୁସାରେ, ମୃତ ସୁମେଧା ଓ ଅଭିଯୁକ୍ତ ଜୋହର ମଧ୍ୟରେ ପ୍ରେମ ସମ୍ପର୍କ ଥିଲା। ସେମାନେ ଜମ୍ମୁର ଏକ ଡେଣ୍ଟାଲ କଳେଜରୁ ବିଡିଏସ୍‌ କରିଥିଲେ। ଏହାପରେ ସୁମେଧା ଜମ୍ମୁ-କାଶ୍ମୀର ବାହାରେ ଏକ କଲେଜରେ ଏମ୍‌ଡିଏସ୍‌ କରୁଥିଲେ। 

ହୋଲି ଅବସରରେ ଜୋହରଙ୍କ ଘରକୁ ଯାଇଥିଲେ ସୁମେଧା...

ହୋଲି ଛୁଟି ଅବସରରେ ସୁମେଧା ଜମ୍ମୁ ଆସିଥିଲେ ଓ ମାର୍ଚ୍ଚ ୭ରେ ଜାନିପୁରରେ ପ୍ରେମିକ ଜୋହରର ଘରକୁ ଯାଇଥିଲେ। ସେଠାରେ ଉଭୟଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା। ଏଥିରେ ଉତ୍‌କ୍ଷିପ୍ତ ହୋଇ ଜୋହର ରୋଷେଇ ଘରୁ ଛୁରୀ ଆଣି ସୁମେଧାଙ୍କୁ ହତ୍ୟା କରିଥିଲା। ଏହାପରେ ସେଇ ଛୁରୀରେ ନିଜକୁ ଭୁସି ଆତ୍ମହତ୍ୟାଉଦ୍ୟମ କରିଥିଲା ଜୋହର। 

Advertisment
Murder Holi
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ