Advertisment

ବୟଫ୍ରେଣ୍ଡ୍‌କୁ ଡାକି ପ୍ରଥମେ କୋର୍ଟରେ ବାହା ହେଲେ, ପରେ ହୋଟେଲ୍‌କୁ ନେଇ ଏମିତି କାଣ୍ଡ କଲେ...

ପ୍ରଥମେ ବୟଫ୍ରେଣ୍ଡ୍‌କୁ ଡାକି କୋର୍ଟରେ ବାହା ହେଲେ, ଏହାପରେ ଉଭୟ ହୋଟେଲ୍‌ ଗଲେ। ହେଲେ ସେଠାରେ କୌଣସି କଥାକୁ ନେଇ ଯୁବକ ଓ ଯୁବତୀଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା। କଥା ଏତେ ବାଟ ଚାଲିଗଲା ଯେ, ଯୁବତୀ ଜଣକ ଛୁରୀରେ ବୟଫ୍ରେଣ୍ଡ୍‌ର ପ୍ରାଇଭେଟ୍‌ ପାର୍ଟ କାଟି ଦେଇଥିବା ଅଭିଯୋଗ ହୋଇଛି।

ଅଦ୍ୟତନ ହୋଇଛି
Girlfriend Cuts Boyfriend Private Part After Court Marriage

Girlfriend Cuts Boyfriend Private Part After Court Marriage

Advertisment

ପ୍ରଥମେ ବୟଫ୍ରେଣ୍ଡ୍‌କୁ ଡାକି କୋର୍ଟରେ ବାହା ହେଲେ, ଏହାପରେ ଉଭୟ ହୋଟେଲ୍‌ ଗଲେ। ହେଲେ ସେଠାରେ କୌଣସି କଥାକୁ ନେଇ ଯୁବକ ଓ ଯୁବତୀଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା। କଥା ଏତେ ବାଟ ଚାଲିଗଲା ଯେ, ଯୁବତୀ ଜଣକ ଛୁରୀରେ ବୟଫ୍ରେଣ୍ଡ୍‌ର ପ୍ରାଇଭେଟ୍‌ ପାର୍ଟ କାଟି ଦେଇଥିବା ଅଭିଯୋଗ ହୋଇଛି। ବିହାରର ରାଜଧାନୀ ପାଟନାରେ ଏହି ଚାଞ୍ଚଲ୍ୟକର ଘଟଣା ଘଟିଛି। ଯୁବକ ଜଣକ CRPF ଯବାନ ଥିବାବେଳେ ବର୍ତ୍ତମାନ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ସଙ୍କଟାପନ୍ନ ରହିଛି। ପାଟନା ମେଡିକାଲ୍‌ କଳେଜରେ ସେ ଚିକିତ୍ସିତ ହେଉଛନ୍ତି। ବୁଧବାର ଦିନ ପାଟନାର ଗାନ୍ଧୀ ମୈଦାନ ଥାନା ଅନ୍ତର୍ଗତ ଏକ୍‌ଜିଭିସନ୍‌ ରୋଡ୍‌ ସ୍ଥିତ ଏକ ହୋଟେଲ୍‌ରେ ଏହି ଘଟଣା ଘଟିଛି। 

Advertisment

ସୂଚନା ଅନୁସାରେ, ଯୁବକ ଜଣକ CRPFରେ କାର୍ଯ୍ୟରତ ଥିବାବେଳେ କନଷ୍ଟେବଲ୍‌ ଭାବେ ଛତିଶଗଡ଼ର ସୁକ୍‌ମାରେ ତାଙ୍କର ପୋଷ୍ଟିଂ ହୋଇଥିଲା। ଯୁବତୀଙ୍କ ଘର ଦରଭଙ୍ଗାରେ ଓ ଗତ ୪ ବର୍ଷ ହେବ ସେ ପାଟନାରେ ରହି ପଢ଼ୁଛନ୍ତି। ପୋଲିସ୍‌କୁ ଦେଇଥିବା ବୟାନରେ ଯବାନ କହିଛନ୍ତି, ଗତ ୩ ବର୍ଷ ହେବ ଉକ୍ତ ଯୁବତୀଙ୍କ ସହ ତାଙ୍କର ପ୍ରେମ ସମ୍ପର୍କ ଚାଲିଥିଲା। ହେଲେ ଯବାନଙ୍କ ପରିବାର ଲୋକ ତାଙ୍କ ବିବାହ ଅନ୍ୟତ୍ର ସ୍ଥିର କରିଥିଲେ ଓ ଜୁନ୍‌ ୨୩ରେ ତାଙ୍କର ବିବାହ ହୋଇଥାନ୍ତା। ହେଲେ ତା’ପୂର୍ବରୁ ତାଙ୍କ ସହ ଏଭଳି ଘଟଣା ଘଟିଛି।

ଶିଭହର୍‌ରେ ରହୁଥିବା ଜଣେ ଯୁବତୀଙ୍କ ସହ ଯବାନଙ୍କ ବିବାହ ସ୍ଥିର ହୋଇଥିଲା। ହେଲେ ଏହି କଥା ଯବାନଙ୍କ ଗର୍ଲଫ୍ରେଣ୍ଡ୍‌ ଜାଣିବା ପରେ ରାଗିବା ସହ ଆତ୍ମହତ୍ୟା ଧମକ ଦେଇଥିଲେ। ଫୋନ୍‌ କରି ଯୁବତୀ ଜଣକ ଯବାନଙ୍କୁ କହିଥିଲେ- ‘ଶୀଘ୍ର ଆସି ପହଞ୍ଚ, ନହେଲେ ଆତ୍ମହତ୍ୟା କରିଦେବି’। ଏହାପରେ CRPF ଯବାନ ଜୁନ୍‌ ୩ରେ ସୁକ୍‌ମାରୁ ପାଟନାରେ ପହଞ୍ଚିଥିଲେ। ଯୁବତୀ ଜଣକ ବାରମ୍ବାର ଚାପ ପକାଇବା ପରେ ଜୁନ୍‌ ୫ରେ ପାଟନା ସହରର କୋର୍ଟରେ ଉଭୟ ବାହା ହୋଇଥିଲେ। ବିବାହ ପରେ ଉଭୟ ଏକ ହୋଟେଲ୍‌କୁ ଯାଇଥିଲେ। ଘରେ ସ୍ଥିର କରିଥିବା ବିବାହକୁ ଭାଙ୍ଗି ଦେବା ଲାଗି ଯୁବତୀ ଜଣକ ଯବାନଙ୍କୁ କହିଥିଲେ। ହେଲେ ଏଥିରେ ସେ ରାଜି ହୋଇନଥିଲେ।

Advertisment

ଏହି କଥାକୁ ନେଇ ଉଭୟଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା। ଏଥିରେ ରାଗି ଯାଇ ଯୁବତୀ ବ୍ୟାଗ୍‌ରୁ ଛୁରୀ ବାହାର କରି ବୟଫ୍ରେଣ୍ଡ୍‌ର ପ୍ରାଇଭେଟ୍‌ ପାର୍ଟ କାଟି ଦେଇଥିଲେ। ଗୁରୁତର ଅବସ୍ଥାରେ ଯବାନଙ୍କୁ ଉଦ୍ଧାର କରାଯାଇ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଛି। ବର୍ତ୍ତମାନ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ସଙ୍କଟାପନ୍ନ ରହିଛି। ସେପଟେ ଘଟଣାକୁ ନେଇ ଥାନାରେ ଅଭିଯୋଗ ହୋଇଥିବା ବେଳେ ପୋଲିସ୍‌ ଉକ୍ତ ଯୁବତୀଙ୍କୁ ଗିରଫ କରିଛି। 

Attack
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ