Advertisment

ସାର୍ କହୁଛନ୍ତି… ତୁ ଝଡ଼ି ଗଲୁଣି… ଅଣ୍ଡା କଦଳୀ ଖାଉନୁ

‘ସାର୍ ସେ ଝିଅର ଆଇଡେଣ୍ଟିଟି କାର୍ଡ ଧରିକି କହୁଛନ୍ତି… ତୁ ତ ଆଗରୁ କେତେ ସୁନ୍ଦର ଥିଲୁ… ଏବେ କେତେ ଝଡ଼ି ଗଲୁଣି… ଅଣ୍ଡା କଦଳୀ ଖାଉନୁ… ପ୍ରୋଟିନ୍ ପିଉନୁ…’ ଭୁବନେଶ୍ୱରସ୍ଥିତ ବିଜୁ ପଟ୍ଟନାୟକ କଲେଜରେ ଶିକ୍ଷକଙ୍କ ବ୍ୟବହାରକୁ ନେଇ ପ୍ରଶ୍ନ ଉଠାଇଛନ୍ତି କିଛି ଛାତ୍ରୀ।

ଅଦ୍ୟତନ ହୋଇଛି
Girl Students Allege Misbehaviour By Teachers

Girl Students Allege Misbehaviour By Teachers

Advertisment

ବିଜୁ ପଟ୍ଟନାୟକ କଲେଜରୁ ଆସିଲା ସଙ୍ଗୀନ ଅଭିଯୋଗ। ପାଠ ପଢାଇବା ନାଁରେ ଅଧ୍ୟାପକ ଛାତ୍ରୀମାନଙ୍କୁ କରୁଥିଲେ ଅଶ୍ଳୀଳ ଇଙ୍ଗିତ। ଯାହାକୁ ନେଇ ଆଜି କଲେଜରେ ତୁମ୍ବି ତୋଫାନ୍‌ ହୋଇଛି। ଛାତ୍ରୀଙ୍କ ଆଇକାର୍ଡ଼କୁ ଦେଖି କୁଆଡ଼େ ଅଧ୍ୟାପକ ଜଣକ କହୁଥିଲେ ତୁ ପୂରା ଝଡ଼ିଗଲୁଣି। ଆଗରୁ କେତେ ସୁନ୍ଦର ଦେଖାଯାଉଥିଲୁ। ଏବେ କେମିତି ଦେଖାଗଲୁଣି ଦେଖ୍‌। ଟିକେ ପ୍ରୋଟିନ୍‌ ଖା ଆଉ ଅଣ୍ଡା କଦଳୀ ବି ଖା। ଆଉ ଏହା ପରେ ଚିହିଁକି ଉଠିଛନ୍ତି ଛାତ୍ରୀ। ଆଉ ଏମିତି ସଙ୍ଗୀନ ଅଭିଯୋଗ ଆସିଛି ଶୁଭେନ୍ଦୁ ସାରଙ୍କ ବିରୋଧରେ।

Advertisment

କ୍ଲାସ୍‌ରେ ଷ୍ଟାଟିଷ୍ଟିକ୍‌ସ ପଢାଇବା ବେଳେ ଏମିତି କିଛି ଅଶ୍ଳୀଳ ଇଙ୍ଗିତ କରୁଥିଲେ ଅଧ୍ୟାପକ। ଥରେ ନୁହେଁ କି ଦୁଇଥର ନୁହେଁ ବରଂ ବାରମ୍ବାର ଏମିତି ଅଶ୍ଳୀଳ ଇଙ୍ଗୀତ ଶୁଭେନ୍ଦୁ ସାର କରୁଥିବା ନେଇ ଜଣାପଡ଼ିଛି। ଖାଲି ଟଙ୍କା ପରେ ଏମାନେ ଟଙ୍କା ନେଉଛନ୍ତି। କିନ୍ତୁ କିଛି ସୁବିଧା ଦେଉନାହାନ୍ତି। ଆମ କଲେଜ୍‌ ଜିଏସ୍‌ଟି ଦେଉଛି କିନ୍ତୁ ଟଙ୍କା କେମିତି ଖର୍ଚ୍ଚ ହେଉଛି ତାହାକୁ ଜଣାଉନାହାନ୍ତି।

ଅଭିଯୋଗ କେବଳ ଏତିକିରେ ସରିନାହିଁ ବରଂ ଛାତ୍ରୀଙ୍କୁ ମାଗଣାରେ ପାସ୍‌ ହୋଇଛ ତୁମର କୌଣସି ଔକାତ୍‌ ନାହିଁ ବୋଲି କୁଆଡ଼େ ଅଧ୍ୟାପକ କହୁଥିଲେ। ଆଉ ଆଜି ଏହାକୁ ନେଇ ଗଣମାଧ୍ୟମ ସାମ୍ନାରେ ମୁହଁ ଖୋଲିଛନ୍ତି ଛାତ୍ରୀ। ଆଉ ରାତି ୯ଟାରେ ରସିକିଆ ଅଧ୍ୟାପକ କୁଆଡ଼େ ଛାତ୍ରୀଙ୍କୁ ମେସେଜ୍‌ କରୁଥିବା ଜଣାପଡ଼ିଛି। ତେବେ ଏହି ଖବର ଜଣାପଡ଼ିବା ପରେ କଲେଜ୍‌କୁ ନେଇ ଏବେ ବେଶ ଚର୍ଚ୍ଚା ଚାଲିଛି।

Advertisment

ଖବର ଲେଖାହେବା ସୁଦ୍ଧା ଅଧ୍ୟାପକଙ୍କ ପ୍ରତିକ୍ରିୟା ମିଳିପାରିନି

BijuPattnaikCollege
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ