କପି କାଗଜ ପାଇଁ ହତ୍ୟା ! ଲଭ୍‌ ଲେଟର୍‌ ଦେଇଥିବା ଭାବି ନାବାଳକକୁ ଟିକ୍‌ ଟିକ୍ କରି କାଟିଦେଲେ

ବିନା ଦୋଷରେ ନାବାଳକକୁ ଟିକ୍‌ ଟିକ୍‌ କରି କାଟିଦେଲେ । ଭୁଲ ନକରି ଦୋଷୀ ହୋଇଗଲା ନୀରିହ, ଚାଲିଗଲା ଜୀବନ ।

କ’ଣ ବା ଭୁଲ୍‌ ଥିଲା ତା’ର ?

 ଭୁଲ୍‌ ବୁଝାମଣା ପାଇଁ ଅକାଳରେ ଚାଲିଗଲା ନୀରିହର ଜୀବନ । କପି କାଗଜ ପାଇଁ ନାବାଳକୁ ନିର୍ମମ ଭାବେ ହତ୍ୟା କରାଯାଇଛି । ନିଜ ଭଉଣୀକୁ କପି ଫିଙ୍ଗି ସାହାଯ୍ୟ କରିବାକୁ ଚେଷ୍ଟା କରୁଥିଲା । କିନ୍ତୁ କାଗଜଟି ନିଜ ଭଉଣୀ ପାଖରେ ନପଡ଼ି ଆଉ ଜଣେ ଝିଅ ପାଖରେ ପଡ଼ିଥିଲା । ଆଉ ସେହି କାଗଜକୁ ଲଭ୍‌ ଲେଟର୍‌ ଭାବି ନେଇଥିଲା ଝିଅଟି । ଏକଥା ନିଜ ଭାଇକୁ କହିଥିଲା । ଆଉ ଝିଅର ଭାଇ କିଛି ନବୁଝି ନଶୁଝି ସାଙ୍ଗମାନଙ୍କ ସହ ମିଶି ୧୨ ବର୍ଷୀୟ ପିଲାଟିକୁ ଖଣ୍ଡଖଣ୍ଡ କରି କାଟି ହତ୍ୟା କରିଛି ।

ବିହାରର ଭୋଜପୁର ଜିଲ୍ଲାରେ ଏଭଳି ହୃଦୟଥରା ଘଟଣା ଘଟିଛି । ୧୨ ବର୍ଷୀୟ ପିଲାଟି ଖଣ୍ଡ ଖଣ୍ଡ ଶରୀରର ବିଭିନ୍ନ ଅଂଶକୁ ମହତବାନିଆ ହଲ୍ଟ ଷ୍ଟେସନ ନିକଟସ୍ଥ ରେଳ ଟ୍ରାକ୍‌ ନିକଟରୁ ଉଦ୍ଧାର କରାଯାଇଛି। ଏହାପରେ ଅଭିଯୁକ୍ତ ଓ ତା’ର ସାଙ୍ଗମାନଙ୍କୁ ଗିରଫ କରିଛି ପୋଲିସ୍‌ । ଏଥିସହ ଫରେନ୍ସିକ ସାଇନ୍ସ ଲ୍ୟାବର ସହଯୋଗରେ ଘଟଣାର ଅଧିକ ତଦନ୍ତ ଆରମ୍ଭ କରିଛି ।

ଅଧିକ ପଢ଼ନ୍ତୁ: ସ୍ତ୍ରୀକୁ ହତ୍ୟା କରି ପୋତିଦେଲା ସ୍ୱାମୀ, ୪୫ ଦିନ ପରେ ମୃତଦେହ ଉଦ୍ଧାର

ଗତ ସପ୍ତାହରେ ଜଣେ ୫ମ ଶ୍ରେଣୀର ଛାତ୍ର ୬ଷ୍ଠ ଶ୍ରେଣୀରେ ପଢ଼ୁଥିବା ତା’ର ଭଉଣୀକୁ ପରୀକ୍ଷା ପାଇଁ ସ୍କୁଲକୁ ନେଇ ଯାଇଥିଲା । ପରୀକ୍ଷାରେ ଭଉଣୀଙ୍କୁ ସହଯୋଗ କରିବାକୁ ପିଲାଟି ଏକ କପି କାଗଜ ପରୀକ୍ଷା ହଲ ମଧ୍ୟକୁ ଫିଙ୍ଗିଥିଲା । ତେବେ ଭୁଲ ବଶତଃ ସେହି କପି କାଗଜଟି ହଲରେ ବସିଥିବା ଆଉ ଜଣେ ଝିଅ ପାଖରେ ପଡ଼ିଥିଲା ।  ଆଉ ସେ ଏହାକୁ ଲଭ ଲେଟର ବୋଲି ଭାବି ନେଇଥିଲା । ପରୀକ୍ଷା ଶେଷ ହେବା ପରେ ଭାଇକୁ ସବୁକଥା ଜଣାଇଥିଲା ।  ଘଟଣା ପରେ ଝିଅର ଭାଇ ତା’ର ସାଙ୍ଗମାନଙ୍କୁ ନେଇ ୧୨ ବର୍ଷୀୟ ଛାତ୍ରକୁ ମାଡ଼ ମାରିଥିଲା ।

ସେପଟେ ଏକଥା ଝିଅଟି ତା’ ଘରେ ମଧ୍ୟ ଜଣାଇଥିଲା । ଏହାପରେ ପରିବାର ଲୋକ ପିଲାଟିକୁ ଖୋଜିବାକୁ ଆରମ୍ଭ କରିଥିଲେ।  ପୋଲିସ୍‌କୁ ମଧ୍ୟ ଖବର ଦେଇଥିଲେ । ହେଲେ ଏହାରି ଭିତରେ ଝିଅଟିର ଭାଇ ଓ ତା’ର ସାଙ୍ଗମାନେ ପିଲାଟିକୁ ଖଣ୍ଡଖଣ୍ଡ କରି କାଟି ରେଳ ଷ୍ଟେସନ ଓ ଅନ୍ୟାନ୍ୟ ସ୍ଥାନରେ ପକାଇ ସାରିଥିଲେ ।

ପରେ ଗାଁର ଜଣେ ଲୋକ ସ୍ଥାନୀୟ ମନ୍ଦିର ନିକଟରେ କଟା ହାତ ପଡ଼ିଥିବା ଦେଖି ପୋଲିସକୁ ଖବର ଦେଇଥିଲେ। ପୋଲିସ୍ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଖଣ୍ଡ ବିଖଣ୍ଡିତ ଉଦ୍ଧାର କରିଥିଲା । କଟା ଶରୀରରେ ଲାଗିଥିବା ଏକ କପଡ଼ାରୁ ପିଲାଟିକୁ ଚିହ୍ନଟ କରିଥିଲେ ପରିବାର ଲୋକ । ଅଧିକ ତଦନ୍ତ କରାଯିବାରୁ ପୂରା ଘଟଣା ସାମ୍ନାକୁ ଆସିଥିଲା । ହତ୍ୟାକାରୀମାନେ ନାବାଳକ ହୋଇଥିବାରୁ ସମସ୍ତଙ୍କୁ ବାଳ ସୁଧାର ଗୃହକୁ ପଠାଇ ଦିଆଯାଇଛି ।