Advertisment

ବାପା କହିଲେ- ‘ମୋବାଇଲ୍‌ ବନ୍ଦ’...ଟେରାସ୍‌ରୁ ଡେଇଁ ଆତ୍ମହତ୍ୟା କଲା ଝିଅ

ପାଠପଢ଼ା ଛାଡ଼ି ଅଧିକାଂଶ ସମୟ ମୋବାଇଲ୍‌ ବ୍ୟବହାର କରୁଥିଲା ଝିଅ। ଶେଷରେ ବାପା ଗାଳି ଦେବାରୁ ଝିଅ ଜୀବନ ହାରିବାକୁ ନିଷ୍ପତ୍ତି ନେଇଥିଲା।

ଅଦ୍ୟତନ ହୋଇଛି
Girl Suicide Case

girl dies by suicide after father scolds her for using phone

Advertisment

ପାଠପଢ଼ା ଛାଡ଼ି ଅଧିକାଂଶ ସମୟ ମୋବାଇଲ୍‌ ବ୍ୟବହାର କରୁଥିଲା ଝିଅ। ସବୁବେଳେ ଏହା ଦେଖି ବାପା ମଧ୍ୟ ରାଗି ଯାଉଥିଲେ ଓ ଝିଅକୁ ତାଗିଦ୍‌ କରୁଥିଲେ। ହେଲେ ବାପାଙ୍କ କଥାକୁ ଝିଅ ଗୁରୁତ୍ୱର ସହ ନେଉ ନଥିଲା। ଶେଷରେ ବାପା ଗାଳି ଦେବାରୁ ଝିଅ ଜୀବନ ହାରିବାକୁ ନିଷ୍ପତ୍ତି ନେଇଥିଲା। ଘରର ଟେରାସ୍‌ରୁ ଡେଇଁ ୧୯ ବର୍ଷୀୟ ଯୁବତୀ ଜଣକ ଆତ୍ମହତ୍ୟା କରିଛନ୍ତି। ମହାରାଷ୍ଟ୍ର ପୁଣେର ଘୋଡେଗାଓଁରେ ଏହ ଅଭାବନୀୟ ଘଟଣା ଘଟିଛି। 

Advertisment

ଅଧିକ ପଢ଼ନ୍ତୁ: ଘର ଲୋକ ମୋବାଇଲ୍ ମରାମତି କଲେନି, ଫ୍ୟାନ୍‌ରେ ଝୁଲିପଡ଼ିଲା ୧୫ ବର୍ଷର ବାଳକ

ସୂଚନା ଅନୁସାରେ, ମଙ୍ଗଳବାର ସକାଳେ ଘରର ଟେରାସ୍‌ରୁ ଯୁବତୀଙ୍କୁ ଉଦ୍ଧାର କରାଯାଇଥିଲା। ତୁରନ୍ତ ତାଙ୍କୁ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଥିଲା। ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ପାଠପଢ଼ା ଛାଡ଼ି ଅଧିକ ସମୟ ମୋବାଇଲ୍‌ ବ୍ୟବହାର କରୁଥିବାରୁ ଯୁବତୀଙ୍କୁ ତାଙ୍କ ବାପା ଗାଳି କରିଥିଲେ। ଏଥିରେ ବିରକ୍ତି ହୋଇ ଯୁବତୀ ଜଣକ ଘରର ଟେରାସ୍‌କୁ ଯାଇ ତଳକୁ ଡେଇଁ ପଡ଼ିଥିଲେ। 

Advertisment

ପୋଲିସ୍‌ ମୃତଦେହ ପୋଷ୍ଟମର୍ଟମ ପାଇଁ ପଠାଇବା ସହ ଦୁର୍ଘଟଣା ଜନିତ ମାମଲା ରୁଜୁ କରି ତଦନ୍ତ ଚଳାଇଛି। ମୃତ ଯୁବତୀ ଦ୍ୱାଦଶ ଶ୍ରେଣୀରେ ପଢ଼ୁଥିବା ବେଳେ ସେ ପରିବାରର ଏକମାତ୍ର ସନ୍ତାନ ଥିଲା। ତାଙ୍କ ବାପା ବିଜ୍‌ନେସ୍‌ମ୍ୟାନ୍‌ ଓ ମା’ ଗୃହିଣୀ। 

Suicide Case
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ