Advertisment

ଝିଅକୁ ଦୁଷ୍କର୍ମ କରୁଥିଲା ସାବତ ବାପା; ସାଥ୍ ଦେଉଥିଲା ମା’

ଏନେଇ ସେମାନେ ମା’ଙ୍କୁ ଜଣାଇବା ପରେ ସେ ତାଙ୍କୁ ସମର୍ଥନ କରିବା ପରିବର୍ତ୍ତେ ତାଙ୍କୁ ନିର୍ଯାତନା ଦେବା ଆରମ୍ଭ କରିଥିଲେ। ଆଶ୍ଚର୍ଯ୍ୟର କଥା, ଯଦି ସେ ଏକଥା ବାହାରେ ପ୍ରକାଶ କରେ ତେବେ ତାଙ୍କୁ ଜୀବନରୁ ମାରି ଦେବାକୁ ଧମକ ଦେଇଥିଲେ ମା’।ଏଥିରେ ଭୟଭୀତ ହୋଇ ଝିଅଟି ଗାଜିଆବାଦ ଘର ଛାଡି ଦିଲ୍ଲୀ ପଳାଇଥିଲା।

ଅଦ୍ୟତନ ହୋଇଛି
girl raped by stepfather

girl raped by stepfather

Advertisment

ଗାଜିଆବାଦରେ ଲଜ୍ଜା। ଜନ୍ମକଲା ମା’ ନିଜ ୧୧ବର୍ଷର ଝିଅକୁ ସାବତ ବାପା ଦ୍ୱାରା ବାରମ୍ବାର ଦୁଷ୍କର୍ମ କରାଉଥିବା ଅଭିଯୋଗ ହୋଇଛି। ଏହି ଘଟଣାକୁ ଲୁଚାଇ ରଖିବା ପାଇଁ ସେ ଝିଅକୁ ନିର୍ଯାତନା ବି ଦେଉଥିଲେ। ଝିଅଟିର ୧୪ବର୍ଷୀୟ ଭାଇକୁ ବି ସାବତ ବାପା ଯୌନ ନିର୍ଯାତନା ଦେଇଥିବା ଅଭିଯୋଗ ହୋଇଛି। ଏହି ଘଟଣାରେ ପୋଲିସ ଉଭୟ ମା’ ଓ ସାବତ ବାପାଙ୍କୁ ଗିରଫ କରିଛି।

Advertisment

ଅତ୍ୟାଚାର ସହି ନପାରି ନାବାଳିକା ଘର ଛାଡି ପଳାଇଥିଲେ। ଦିଲ୍ଲୀ ରାସ୍ତାରେ ବୁଲୁଥିବା ବେଳେ କିଛି ଲୋକ ତାଙ୍କୁ ଉଦ୍ଧାର କରି ଦିଲ୍ଲୀ ପୋଲିସକୁ ହସ୍ତାନ୍ତର କରିଥିଲେ। ନାବାଳିକାଙ୍କ ଡାକ୍ତରୀ ପରୀକ୍ଷଣରୁ ଜଣାପଡିଛି ଯେ ତାଙ୍କୁ ଏକାଧିକ ବାର ଦୁଷ୍କର୍ମ କରାଯାଇଛି। ଝିଅଟିର ବାପା କିଛି ବର୍ଷ ପୂର୍ବେ ମୃତ୍ୟୁ ବରଣ କରିଥିଲେ ବୋଲି ସେ ପୋଲିସକୁ କହିଥିଲା। ତାଙ୍କ ମାଆ ଏବଂ ଦୁଇ ଭାଇ ନିଜ ଗାଁକୁ ଯାଇଥିଲେ।

କିନ୍ତୁ କିଛି ଦିନ ପରେ ମା’, ଝିଅ ଏବଂ ପୁଅ ଗାଜିଆବାଦକୁ ଫେରିଗଲେ। ଏହାପରେ ସେ ଜଣେ ବ୍ୟକ୍ତିଙ୍କୁ ବିବାହ କରି ତାଙ୍କ ସହ ରହିବାକୁ ଲାଗିଲେ। ସେହି ବ୍ୟକ୍ତିଜଣକ ତାଙ୍କ ମା’କୁ ବେଶ୍ୟାବୃତ୍ତିରେ ନିୟୋଜିତ କରିବା ସହ ନାବାଳିକାକୁ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି।କେବଳ ସେତିକି ନୁହେଁ, ଅଭିଯୁକ୍ତ ଜଣକ ନାବାଳିକାର ଭାଇକୁ ବି ଛାଡିନଥିଲା। ୧୪ବର୍ଷୀୟ ନାବାଳକକୁ ମଧ୍ୟ ଅସଦାଚଣ କରିଥିବା ଜଣାପଡିଛି।

Advertisment

ଏନେଇ ସେମାନେ ମା’ଙ୍କୁ ଜଣାଇବା ପରେ ସେ ତାଙ୍କୁ ସମର୍ଥନ କରିବା ପରିବର୍ତ୍ତେ ତାଙ୍କୁ ନିର୍ଯାତନା ଦେବା ଆରମ୍ଭ କରିଥିଲେ। ଆଶ୍ଚର୍ଯ୍ୟର କଥା, ଯଦି ସେ ଏକଥା ବାହାରେ ପ୍ରକାଶ କରେ ତେବେ ତାଙ୍କୁ ଜୀବନରୁ ମାରି ଦେବାକୁ ଧମକ ଦେଇଥିଲେ ମା’।ଏଥିରେ ଭୟଭୀତ ହୋଇ ଝିଅଟି ଗାଜିଆବାଦ ଘର ଛାଡି ଦିଲ୍ଲୀ ପଳାଇଥିଲା। ପରବର୍ତ୍ତୀ ସମୟରେ ଦିଲ୍ଲୀ ପୋଲିସ ତାଙ୍କୁ ଏକ ନିର୍ଜନ ରାସ୍ତାରୁ ଉଦ୍ଧାର କରିଥିଲା।

ଏନେଇ ଏପ୍ରିଲ ୯ରେ ଦିଲ୍ଲୀ ପୋଲିସ ଏକ ମାମଲା ରୁଜୁ କରିବା ପରେ ମାମଲା ଲୋନି ପୋଲିସକୁ ହସ୍ତାନ୍ତର କରାଯାଇଥିଲା। ପରବର୍ତ୍ତୀ ସମୟରେ ପୀଡିତାଙ୍କ ମା ଏବଂ ସାବତ ପିତାଙ୍କୁ ଗିରଫ କରାଯାଇଥିଲା। ନାବାଳିକାଙ୍କ ଡାକ୍ତରୀ ପରୀକ୍ଷା କରାଯାଇଥିଲା ଏବଂ ତାଙ୍କୁ ଯୌନ ନିର୍ଯାତନା ଦିଆଯାଇଥିବା ସ୍ପଷ୍ଟ ହୋଇଥିଲା। ପୀଡିତାଙ୍କୁ ଦିଲ୍ଲୀର ଏକ ଶିଶୁ ଗୃହକୁ ପଠାଯାଇଛି ବୋଲି ଏସିପି ଭାସ୍କର ବର୍ମା କହିଛନ୍ତି।

Advertisment
Minor Girl Minor Girl Rape Case Torture
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ