Advertisment

ଚିକିଟି ବିଷାକ୍ତ ମଦ ମୃତ୍ୟୁକୁ ନେଇ ହଇଚଇ, ଚିକିତ୍ସାଧୀନ ଅବସ୍ଥାରେ ୨ ଜଣଙ୍କ ମୃତ୍ୟୁ

ଅବକାରୀ ବିଭାଗର ଅତିରିକ୍ତ କମିଶନରଙ୍କ କହିବା କଥା, ବେଆଇନ ମଦ କାରବାର ଅଭିଯୋଗରେ ସୁରେନ୍ଦ୍ର ପୂର୍ବରୁ ବି ଜେଲ୍ ଯାଇଛି। ଜେଲରୁ ମୁକୁଳି ପୁଣି ଚଳାଇଥିଲା ମଦ ବେପାର।

Liquor Death

Liquor Death

Advertisment

ଟେନସନ୍ ବଢ଼ାଉଛି ଚିକିଟି ମଦ ଟ୍ରାଜେଡି। ବିଷାକ୍ତ ମଦର ବିଭୀଷିକାରେ ଗଡିଲାଣି ଦୁଇ-ଦୁଇଟି ମୁଣ୍ଡ। ସକାଳେ ସାମ୍ନାକୁ ଆସିଥିଲା ଚିକିଟି ପେଣ୍ଠ ଜେନାପୁରର ଜୁର ବେହେରାଙ୍କ ମୃତ୍ୟୁ ଖବର। ଅପରାହ୍ନରେ ଆସିଲା ସେହି ଜେନାପୁରର ଲୋକନାଥ ବେହେରାଙ୍କ ବିୟୋଗ ଖବର। ଉଭୟେ MKCGରେ ଚିକିତ୍ସାଧିନ ଥିଲେ। ଏମାନଙ୍କ ବ୍ୟତୀତ ଅନ୍ୟ ୧୨ ଜଣଙ୍କ ବି ଚିକିତ୍ସା ଚାଲିଛି ବଡ଼ ମେଡ଼ିକାଲରେ। କିନ୍ତୁ ମୃତ୍ୟୁର ବିଭୀଷିକା ଆଜି ଦୋହଲାଇ ଦେଉଛି ସାରା ଜେନାପୁର ଗାଁକୁ। ଜୁର ବେହେରାଙ୍କ ମୃତ୍ୟୁ ପରେ ମୃତଦେହକୁ ଧରି ୨୦ ଲକ୍ଷ ଟଙ୍କାର ଆର୍ଥିକ ସହାୟତା ଦାବିରେ ରାସ୍ତାରୋକ କରିଥିଲେ ଆତ୍ମୀୟ ସ୍ୱଜନ ଏବଂ ଗାଁ ଲୋକେ।

Advertisment

କେଉଁଠୁ ଆସିଲା ଏହି ବିଷାକ୍ତ ମଦ? ବିଷାକ୍ତ ମଦର ସୌଦାଗର କିଏ ? ସେନେଇ ତନାଘନା ଜାରି ରଖିଛି ଅବକାରୀ ବିଭାଗ। ଏହା ଭିତରେ ୫ ଜଣଙ୍କୁ ବି ଗିରଫ କରିସାରିଛି। ମଦ ପିଇ ଅସୁସ୍ଥ ହୋଇପଡ଼ିଥିଲେ ଚିକିଟି କରବାଲୁଆ ଓ ଜେନା ସାହିର ମୋଟ୍ ୧୬ ଜଣ। କୁହାଯାଉଛି, ଏମାନେ ସମସ୍ତେ ମାଉନ୍ଦପୁର ନିକଟରେ ବିକ୍ରି ହେଉଥିବା ଦେଶୀ ମଦ ପିଇଥିଲେ। ଯାହାର ବ୍ୟବସାୟୀ ହେଉଛି ଦିଗପହଣ୍ଡି ଅଞ୍ଚଳର ସୁରେନ୍ଦ୍ର ମଲ୍ଲିକ।

ଅବକାରୀ ବିଭାଗର ଅତିରିକ୍ତ କମିଶନରଙ୍କ କହିବା କଥା, ବେଆଇନ ମଦ କାରବାର ଅଭିଯୋଗରେ ସୁରେନ୍ଦ୍ର ପୂର୍ବରୁ ବି ଜେଲ୍ ଯାଇଛି। ଜେଲରୁ ମୁକୁଳି ପୁଣି ଚଳାଇଥିଲା ମଦ ବେପାର। ତେବେ କିଏ ଏହି ସୁରେନ୍ଦ୍ର ମଲ୍ଲିକ? କାହା ଛତ୍ରଛାୟାରେ ସେ ଚଳାଇଥିଲା ବେଆଇନ ମଦ କାରବାର? ଏସବୁ ପ୍ରଶ୍ନ ଭିତରେ, ନିଶା ନିବାରଣ ସଂସ୍ଥା କହିଛି, ଜିଲ୍ଲାରେ ମଦ ବନ୍ଦ ପାଇଁ ୧୦ ଲକ୍ଷ ସ୍ୱାକ୍ଷର ସମ୍ବଳିତ ଏକ ସ୍ମାରକପତ୍ର ଦିଆଯାଇଥିଲା ପୂର୍ବ ବିଜେଡି ସରକାରକୁ। କିନ୍ତୁ ରାଜନୈତିକ ଲିଙ୍କ୍ ଥିବା ଯୋଗୁ କିଛି ଫରକ ପଡ଼ିନାହିଁ।

Advertisment

ଗଂଜାମ ଜିଲ୍ଲାରେ ୨୫ଟି ଲାଇସେନ୍ସପ୍ରାପ୍ତ ମହୁଲି ମଦ ଭାଟି ରହିଛି ସତ। କିନ୍ତୁ ରାଜନୈତିକ ଛତ୍ରଛାୟାରେ ଛତୁଫୁଟିଲା ଭଳି ଚାଲିଛି ଅନେକ ବେଆଇନ ମଦ ଭାଟି। ପରିଣାମ ସ୍ୱରୂପ ୨୦୦୬, ମାର୍ଚ୍ଚ ୧୭ ରେ ଜିଲ୍ଲାର ସାନରାମଚନ୍ଦ୍ରପୁର, ଗଡ଼ହୁମ୍ମା, ମଧୁରଚୁଆଁ ଗାଁରେ ୨୨ ଜଣଙ୍କ ଯାଇଥିଲା ଜୀବନ। କିଏ ଆଖି ହରାଇ ଅନ୍ଧ ହୋଇଗଲେ ତ ଆଉ କିଏ ବିକଳାଙ୍ଗ ଅବସ୍ଥାକୁ ଚାଲିଆସିଲେ।

ଗଂଜାମରେ ଏଭଳି ମଦ ବିଭୀଷିକାକୁ ନେଇ ତେଜିଛି ରାଜନୀତି। ବିଧାନସଭାରେ ମୁହାଁମୁହିଁ ହୋଇଛନ୍ତି ଶାସକ-ବିରୋଧୀ। ୨୪ ବର୍ଷ ଧରି ଶାସନ କରିଥିବା ବିଜେଡିକୁ ଘଟଣା ଭିତରକୁ ଟାଣି ଚିକିଟି ବିଜେପି ବିଧାୟକ ମନୋରଞ୍ଜନ ଦ୍ୟାନ ସାମନ୍ତରାୟ ଅଭିଯୋଗ କରିଛନ୍ତି, ବର୍ଷ ବର୍ଷ ଧରି ବିଜେଡି ଲିଙ୍କରେ ଚାଲିଥିଲା ମଦ କାରବାର। ଯାହାର ତଦନ୍ତ ହେଲେ ସବୁକଥା ଧରାପଡ଼ିବ। ଅପରପକ୍ଷେ ବିଜେଡି କହିଛି, ଚୋରା ମଦ କାରବାର ବଢୁଥିବାରୁ ଚିକିଟିରେ ମଦ ମୃତ୍ୟୁ ହୋଇଛି। ଏହାର RDC ସ୍ତରୀୟ ତଦନ୍ତ ହେଉ।

Advertisment

Duplicate Liquor
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ