Advertisment

'ମୋର ସବୁ ହ୍ୱାଇଟ୍‌ , ବ୍ଲାକ୍‌ ଥିଲେ ସିନା ଡରିବି'

ଖଣି ମାଲିକ ତଥା ଚମ୍ପୁଆର ପୂର୍ବତନ ବିଧାୟକ ଜିତୁ ପଟ୍ଟନାୟକଙ୍କ ଘରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ED)ର ଚଢ଼ଉ ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ୧୩୩ କୋଟିର ଜମାକୁ ସିଜ୍ ସହ ୬୯ ଲକ୍ଷର କ୍ୟାସ୍‌ ଇଡି ଜବତ କରିଛି।

ଅଦ୍ୟତନ ହୋଇଛି
Jitu Patnaik

Jitu Patnaik

Advertisment

ଖଣି ମାଲିକ ତଥା କେନ୍ଦୁଝର ଚମ୍ପୁଆର ପୂର୍ବତନ ବିଧାୟକ ଜିତୁ ପଟ୍ଟନାୟକଙ୍କ ଘରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ କରୁଥିବା ରେଡ୍ ଶେଷ ହୋଇଛି। ଚଢାଉ ବେଳେ ତାଙ୍କ ଘର ଓ ଅଫିସ୍‌ରୁ ବହୁ ଗୁରୁତ୍ୱପୂର୍ଣ୍ଣ ନଥିପତ୍ର ଏବଂ ହାର୍ଡ ଡିସ୍କ ଜବତ କରିଛି ଇଡି । ଜିତୁଙ୍କ ବାସଭବନରୁ ୫୫ ଲକ୍ଷ ଟଙ୍କା ଏବଂ ଅଫିସ୍‌ରୁ ସାଢେ ୧୪ ଲକ୍ଷ ଟଙ୍କା ଜବତ ହୋଇଛି । ସେହିପରି ବିଭିନ୍ନ ବ୍ୟାଙ୍କରେ ଥିବା ଫିକ୍ସଡ ଡିପୋଜିଟ୍ ବାବଦକୁ ୧୩୦ କୋଟି ଟଙ୍କାର ବଣ୍ଡକୁ ଜବତ କରିଛି ଇଡି । ଆସନ୍ତା ୨୨ ତାରିଖ ଦିନ ଭୁବନେଶ୍ୱର ଇଡି ଅଫିସ୍‌ରେ ହାଜର ହେବାକୁ ଜିତୁ ପଟ୍ଟନାୟକଙ୍କୁ ସମନ କରାଯାଇଛି ।

Advertisment

ମନି ଲଣ୍ଡ୍ରିଂ ମାମଲାରେ ଗତକାଲି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଭୁବନେଶ୍ୱରର ୨ଟି ଓ କେନ୍ଦୁଝର ଜିଲ୍ଲା ଯୋଡ଼ାର ୨ଟି ସ୍ଥାନରେ ଚଢ଼ଉ କରିଥିଲା। ଜିତୁ ପଟ୍ଟନାୟକଙ୍କ ଖଣିରୁ ବେଆଇନ ଖଣିଜ କାରବାର ହୋଇଥିବା ନେଇ ଅଭିଯୋଗ ଥିବାରୁ ଏହି ଚଢ଼ଉ କରାଯାଇଥିବା ସୂଚନା ମିଳିଛି।

ତେବେ ଏନେଇ ଜିତୁଙ୍କ ପ୍ରତିକ୍ରିୟା ମିଳିଛି । ସେ କହିଛନ୍ତି ଯେ, ‘ଇଡି ମତେ ୨୨ ତାରିଖ ଯାଏଁ ସମୟ ଦେଇଥିଲେ କି ବ୍ୟାଙ୍କର ସମସ୍ତ କାଗଜପତ୍ର ଏକ ଷ୍ଟେଟମେଣ୍ଟ କରି ଦାଖଲ କରିବା ପାଇଁ । ଯେଉଁଥିରେ ଏହା କଳାଟଙ୍କା ନୁହଁ ବୋଲି ସେ ପ୍ରମାଣ କରିବାକୁ କହିଥିଲେ । ମୋ ପାଖରେ ଯାହା ବି ସବୁ ଅଛି ହ୍ୱାଇଟ୍‌ ମନି, ମୋ ପାଖରେ ସିନା ବ୍ଲାକ୍‌ ମନି ଥିଲେ ମୁଁ ଡରିଥାନ୍ତି । ମୋତେ ଟାଇମ୍‌ ଦିଆଯାଉ ଯାହାଦ୍ୱାରା ମୋ ପାଖରେ ଥିବା ବ୍ୟାଙ୍କ୍‌ ଷ୍ଟେଟମେଣ୍ଟ, ରେକର୍ଡ, ଅଡିଟ୍‌ ଯାହା ବି ଅଛି, ମୁଁ ନେଇ ଦାଖଲ କରିବି ’।

Advertisment
ED’s Raid Jitu Patnaik
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ