Advertisment

ଲେଡିଜ ଟଏଲେଟ୍‌ରେ ଲାଗିଥିଲା ସିକ୍ରେଟ୍‌ କ୍ୟାମେରା ! ୬୦ ଭିଡିଓ ରେକର୍ଡ, ତା’ପରେ...

ଲେଡିଜ ଟଏଲେଟ୍‌ରେ ସିକ୍ରେଟ୍‌ କ୍ୟାମେରା। ଆଉ ଲୁଚିଛପି ୬୦ ଭିଡିଓ ରେକର୍ଡ କରାଯାଇଥିବା ଅଭିଯୋଗ ହୋଇଛି। ଏହା କୌଣସି ଶପିଂ ମଲ୍‌ କିମ୍ବା ଅନ୍ୟ କୌଣସି ସ୍ଥାନରେ ନୁହେଁ ବରଂ ଏକ ଦୂତିବାସ (ଏମ୍ବାସି)ରେ ଏଭଳି ଘୃଣ୍ୟ କାର୍ଯ୍ୟ କରାଯାଇଥିବା ଘଟଣା ସାମ୍ନାକୁ ଆସିଛି।

ଅଦ୍ୟତନ ହୋଇଛି
Hiden Camera In Women's Bathrooms

Former Australian embassy employee jailed for installed hidden cameras in women's bathrooms

Advertisment

ଲେଡିଜ ଟଏଲେଟ୍‌ରେ ସିକ୍ରେଟ୍‌ କ୍ୟାମେରା। ଆଉ ଲୁଚିଛପି ୬୦ ଭିଡିଓ ରେକର୍ଡ କରାଯାଇଥିବା ଅଭିଯୋଗ ହୋଇଛି। ଏହା କୌଣସି ଶପିଂ ମଲ୍‌ କିମ୍ବା ଅନ୍ୟ କୌଣସି ସ୍ଥାନରେ ନୁହେଁ ବରଂ ଏକ ଦୂତାବାସ(ଏମ୍ବାସି)ରେ ଏଭଳି ଘୃଣ୍ୟ କାର୍ଯ୍ୟ କରାଯାଇଥିବା ଘଟଣା ସାମ୍ନାକୁ ଆସିଛି। ଜଣେ ବ୍ୟକ୍ତି ରାଷ୍ଟ୍ରଦୂତରେ ଥିବା ଲେଡିଜ ଟଏଲେଟ୍‌ରେ ଲୁଚିଛପି ସ୍ପାଏ କ୍ୟାମେରା ଇନଷ୍ଟଲ୍‌ କରି ଭିଡିଓ ରେକର୍ଡ କରିଥିବା ଅଭିଯୋଗ ହୋଇଛି। ଏହି ମାମଲାରେ ବ୍ୟାଙ୍କକ୍‌ ସାଉଥ୍‌ କ୍ରିମିନାଲ୍‌ କୋର୍ଟ ସମ୍ପୃକ୍ତ ବ୍ୟକ୍ତିଙ୍କୁ ୨ ବର୍ଷ ଜେଲ୍‌ ଦଣ୍ଡାଦେଶ ଶୁଣାଇଛନ୍ତି।

Advertisment

ସିକ୍ରେଟ୍‌ କ୍ୟାମେରାରେ ରେକର୍ଡ...

Thaiger ର ରିପୋର୍ଟ ଅନୁସାରେ, ଥାଇଲାଣ୍ଡର ରାଜଧାନୀ ବ୍ୟାଙ୍କକ୍‌ ସ୍ଥିତ ଅଷ୍ଟ୍ରେଲିଆ ଦୂତାବାସରେ ଏଭଳି ଘଟଣା ଘଟିଛି। ଅଭିଯୁକ୍ତ ଜଣକ ୩୯ ବର୍ଷୀୟ ନୟୋତ ବ୍ୟାଙ୍କ ଥମସୋଙ୍ଗସାନା ବୋଲି ଜଣାପଡ଼ିଛି। ସେ ଥାଇଲାଣ୍ଡ ସ୍ଥିତ ଅଷ୍ଟ୍ରେଲିଆ ଦୂତାବାସରେ ଆଇଟି କର୍ମଚାରୀ ଭାବେ କାର୍ଯ୍ୟ କରୁଥିଲେ। ତଦନ୍ତ ଅଧିକାରୀଙ୍କ କହିବା ଅନୁସାରେ, ନୟୋତ ଲୁଚିଛପି ୬୦ ଜଣ ମହିଳାଙ୍କ ଭିଡିଓ ରେକର୍ଡ କରିଥିଲେ। ଏନେଇ ସମସ୍ତ ପୀଡ଼ିତା ରୟାଲ୍‌ ଥାଇ ପୋଲିସ୍‌ ନିକଟରେ ସେମାନଙ୍କର ବୟାନ ଦେଇଛନ୍ତି। ଏମାନଙ୍କ ମଧ୍ୟରୁ ୨ ମହିଳା ଅଭିଯୁକ୍ତଙ୍କ ବିରୋଧରେ ଅଭିଯୋଗ କରିଥିଲେ। ଏହାପରେ ନୟୋତଙ୍କ ବିରୋଧରେ କୋର୍ଟରେ ଶୁଣାଣି ହୋଇଥିଲା।

ଅଧିକ ପଢ଼ନ୍ତୁ: ଅଫିସ୍‌ ଟଏଲେଟ୍‌ରେ କ୍ୟାମେରା ଲଗାଇଲେ ବସ୍‌, ଲିକ୍‌ ହେଲା ଫଟୋ !

ଏହି ମାମଲାରେ ବିଚାରପତି ପ୍ରଥମେ ନୟୋତଙ୍କୁ ୪ ବର୍ଷ ଜେଲ୍‌ ଦଣ୍ଡାଦେଶ ଶୁଣାଇଥିଲେ। ହେଲେ ପରେ ସଜା କମାଇ ଏହାକୁ ୨ ବର୍ଷ କରିଥିଲେ। ସଜା ଶୁଣାଇବା ବେଳେ ନୟୋତଙ୍କୁ ବିଚାରପତି କଡ଼ା ଭର୍ତ୍ସନା କରିଥିଲେ। ବିଚାରପତି କହିଥିଲେ, ନୟୋତ ସମାଜ ପାଇଁ ବଡ଼ ବିପଦ ଥିଲେ। ଅନେକଙ୍କ ଭାବପ୍ରବଣତାକୁ ସେ କ୍ଷତି ପହଞ୍ଚାଇଛନ୍ତି। ସେପଟେ ଏହି ମାମଲାରେ ଅଷ୍ଟ୍ରେଲିଆ ଦୂତାବାସ ରିପୋର୍ଟ ଉପସ୍ଥାପନା କରିଛନ୍ତି। ଯେଉଁଥିରେ ନୟୋତଙ୍କ ପୂର୍ବରୁ କୌଣସି ଅପରାଧିକ ରେକର୍ଡ ନଥିବା କୁହାଯାଇଛି। ରୟାଲ ଥାଇ ପୋଲିସ୍‌ ୨୦୨୨ ମସିହାରେ ନୟୋତଙ୍କୁ ଗିରଫ କରିଥିଲେ। ଏହାପରେ ତାଙ୍କୁ ଚାକିରିରୁ ବାହାର କରି ଦିଆଯାଇଥିଲା।

Advertisment

ନିଷ୍ପତ୍ତି ଆସିବା ପରେ କାନ୍ଦି ପକାଇ ଥିଲେ ଅଭିଯୁକ୍ତ...

ବିଚାରପତି, ନୟୋତଙ୍କୁ ୨ ବର୍ଷ ଜେଲ୍‌ ଦଣ୍ଡାଦେଶ ଶୁଣାଇଥିଲେ। ଏହାସହ ୨ ମହିଳାଙ୍କୁ ୭୦ ହଜାର ଟଙ୍କା ଲେଖାଏ କ୍ଷତିପୂରଣ ବାବଦରେ ଦେବାକୁ ନିର୍ଦ୍ଦେଶ ଦେଇଥିଲେ। ଏହା ଶୁଣି ନୟୋତ କାନ୍ଦି ପକାଇଥିଲେ। ଏହାଦେଖି କୋର୍ଟରେ ଉପସ୍ଥିତ ତାଙ୍କ ପତ୍ନୀ ତାଙ୍କୁ ସାନ୍ତ୍ୱନା ଦେଇଥିଲେ। ଏବେ ନୟୋତ ଜେଲ୍‌ରେ ଅଛନ୍ତି।  କୋର୍ଟଙ୍କ ଏହି ନିଷ୍ପତ୍ତି ଉପରେ ଆବେଦନ କରିବା ପାଇଁ ତାଙ୍କ ପାଖରେ ୧ ମାସର ସମୟ ଅଛି। ମାମଲାର ଶୁଣାଣି ବେଳେ ଅଷ୍ଟ୍ରେଲିଆ ଦୂତାବାସର ୩ ଜଣ ଅଧିକାରୀ ଉପସ୍ଥିତ ଥିଲେ। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ