Advertisment

ଅନ୍ଧାର ରାତିରେ ଜଙ୍ଗଲୀ ରାସ୍ତାରେ ଗଛ ପକାଇ ବସ୍‌ରୁ ଡକାୟତି ପ୍ଲାନିଂ କରିଥିଲେ ଦୁର୍ବୃତ୍ତ, ହେଲେ...

ଯାତ୍ରୀବାହୀ ବସ୍‌ରୁ ଡକାୟତି କରିବା ପାଇଁ ପୁରା ପ୍ଲାନିଂ କରିଥିଲେ ଦୁର୍ବୃତ୍ତ। ଏଥିପାଇଁ ରାସ୍ତା ଉପରେ ଗଛ କାଟି ପକାଇ ଥିଲେ। ହେଲେ ସେମାନଙ୍କର ଏହି ଉଦ୍ୟମ ପୁରା ଭଣ୍ଡୁର ହୋଇଯାଇଥିଲା।

ଅଦ୍ୟତନ ହୋଇଛି
Forest Department Foils Loot Bid

Forest Department Foils Loot Bid

Advertisment

ନୀଳଗିରି: ଏକ ଯାତ୍ରୀବାହୀ ବସ୍‌ରୁ ଡକାୟତି କରିବା ପାଇଁ ପୁରା ପ୍ଲାନିଂ କରିଥିଲେ ଦୁର୍ବୃତ୍ତ। ଯୋଜନା ମୁତାବକ, ଦୁର୍ବୃତ୍ତମାନେ ଏଥିପାଇଁ ରାସ୍ତା ଉପରେ ଗଛ କାଟି ମଧ୍ୟ ପକାଇ ଥିଲେ। ଫଳରେ ଗାଡ଼ି ଅଟକିବ ଓ ଏହି ସମୟରେ ଦୁର୍ବୃତ୍ତମାନେ ଡକାୟତି କରିବାରେ ସଫଳ ହେବେ। ହେଲେ ସେମାନଙ୍କର ଏହି ଉଦ୍ୟମ ପୁରା ଭଣ୍ଡୁର ହୋଇଯାଇଥିଲା। ଠିକ୍‌ ସମୟରେ ବନ ବିଭାଗ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ଯିବାରୁ ଦୁର୍ବୃତ୍ତମାନେ ଚମ୍ପଟ ମାରିଥିଲେ। ନୀଳଗିରି-ଉଦଳା ରାସ୍ତାର ସଜନାଗଡ଼ ଜଙ୍ଗଲରେ ଏହି ଘଟଣା ଘଟିଛି।

Advertisment

ସୂଚନା ଅନୁସାରେ, ନୀଳଗିରି-ଉଦଳା ରାସ୍ତାର ତିନିକୋଶିଆ ଜଙ୍ଗଲୀ ରାସ୍ତା ଉପରେ ଗଛ ପକାଇ ଦୁର୍ବୃତ୍ତମାନେ ଡକାୟତି ପାଇଁ ପ୍ଲାନିଂ କରିଥିଲେ। ଭୁବନେଶ୍ୱର ଅଭିମୁଖେ ଯାଉଥିବା ‘ବିଜୟା’ ନାମକ ବସ୍‌ରୁ ଡକାୟତି ପାଇଁ ଦୁର୍ବୃତ୍ତମାନେ ଯୋଜନା କରିଥିଲେ। ପ୍ଲାନ୍‌ ଅନୁସାରେ, କିଛି ଦୁର୍ବୃତ୍ତ ଗଛ କାଟି ରାସ୍ତା ଉପରେ ଗଡାଇ ଦେଇଥିଲେ। ରାସ୍ତା ଉପରେ ଗଛ ପଡ଼ିଥିବା ଦେଖି ଡ୍ରାଇଭର ବସ୍‌ ଅଟକାଇ ଥିଲେ। ରାସ୍ତା ଉପରେ ଗଛ ପଡ଼ିଛି, ତେଣୁ କିଛି ଟଙ୍କା ଦେଲେ ଭିତିରିଆ ରାସ୍ତା ଦେଇ ନେଇ ଯିବୁ ବୋଲି ଦୁର୍ବୃତ୍ତମାନେ ଡ୍ରାଇଭରଙ୍କୁ କହିଥିଲେ। 

ସୌଭାଗ୍ୟବଶତଃ, ଏହି ସମୟରେ ଦେବଦୂତ ସାଜି ନୀଳଗିରି ବନ ବିଭାଗର କିଛି କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ଥିଲେ। ବନ ବିଭାଗ କର୍ମଚାରୀଙ୍କୁ ଦେଖି ଦୁର୍ବୃତ୍ତମାନେ ମାରଣାସ୍ତ୍ର ଦେଖାଇଥିଲେ। ହେଲେ ବନ ବିଭାଗ କର୍ମଚାରୀ ନଡରି ଅନ୍ୟ ଲୋକଙ୍କୁ ଡାକିଥିଲେ। ଏହାପରେ ସେଇ ବାଟ ଦେଇ ଯାଉଥିବା ଯାତ୍ରୀବାହୀ ବସ୍‌ ସମେତ ୫ଟି ଟୁରିଷ୍ଟ୍‌ ବସ୍‌ ଘଟଣାସ୍ଥଳରେ ପହଞ୍ଚି ଥିଲା। ଏହି ସମୟରେ ଦୁର୍ବୃତ୍ତମାନେ ଅନ୍ଧାରର ସୁଯୋଗ ନେଇ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ। 

Advertisment

ବନ ବିଭାଗ କର୍ମଚାରୀ ମେସିନ୍‌ ଯୋଗେ ରାସ୍ତା ଉପରେ ପଡ଼ିଥିବା ଗଛ କାଟି ଏହାକୁ ରାସ୍ତାରୁ ହଟାଇଥିଲେ। ଏହାପରେ ଗାଡ଼ି ଚଳାଚଳ ସ୍ୱାଭାବିକ ହୋଇଥିଲା।ବନ ବିଭାଗ ଟିମ୍‌ ଯୋଗୁ ୫ଟି ବସ୍‌ରୁ ଡକାୟତ ଉଦ୍ୟମ ଭଣ୍ଡୁର ହୋଇଥିବା ଜଣାପଡ଼ିଛି। ତେବେ ଏହି ଜଙ୍ଗଲୀ ରାସ୍ତାରେ ବହୁ ସମୟରେ ଡକାୟତି ଅଭିଯୋଗକୁ ପୋଲିସ ଗୁରୁତ୍ୱର ସହ ନେଇ ପାଟ୍ରୋଲିଂକୁ କଡ଼ାକଡ଼ି କରିବା ପାଇଁ ଦାବି ହୋଇଛି।

Loot Bid
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ