Advertisment

‘ମୋ ମୃତ୍ୟୁ ପାଇଁ ୩ ପୋଲିସ୍‌ ବାବୁ ଦାୟୀ’...ସୁଇସାଇଡ୍‌ ନୋଟ୍‌ ଲେଖି ଜୀବନ ହାରିଲେ ଛାତ୍ର

ଆତ୍ମହତ୍ୟା ପୂର୍ବରୁ ସୁଇସାଇଡ୍‌ ନୋଟ୍‌ ଲେଖି ଜୀବନ ହାରିଛନ୍ତି ଜଣେ ଛାତ୍ର। ସେ ସିଭିଲ ସର୍ଭିସ୍‌ (UPSC) ପାଇଁ ପ୍ରସ୍ତୁତ ହେଉଥିଲେ।

ଅଦ୍ୟତନ ହୋଇଛି
Fed up with fake case upsc student commits suicide

Fed up with fake case upsc student commits suicide

Advertisment

‘ମୋ ମୃତ୍ୟୁ ପାଇଁ ୩ ପୋଲିସ୍‌ ବାବୁ ଦାୟୀ। ଏମାନେ ମୋ ବିରୋଧରେ ମିଥ୍ୟା ମାମଲା ରୁଜୁ କରି ମୋତେ ହଇରାଣ କରୁଛନ୍ତି। ଏଥିପାଇଁ ମୁଁ ଆତ୍ମହତ୍ୟା କରିବାକୁ ଯାଉଛି’...ଆତ୍ମହତ୍ୟା ପୂର୍ବରୁ ଏଭଳି କିଛି ସୁଇସାଇଡ୍‌ ନୋଟ୍‌ରେ ଲେଖି ଜୀବନ ହାରିଛନ୍ତି ଜଣେ ଛାତ୍ର। ସେ ସିଭିଲ ସର୍ଭିସ୍‌ (UPSC) ପାଇଁ ପ୍ରସ୍ତୁତ ହେଉଥିଲେ। ଉତ୍ତର ପ୍ରଦେଶ ଲକ୍ଷ୍ନୌର ରହିମାବାଦ ଅଞ୍ଚଳରେ ଏହି ଘଟଣା ଘଟିଛି।

Advertisment

ଘଟଣା ସାମ୍ନାକୁ ଆସିବା ପରେ ଡିଜିପି ୨ ଜଣ ସବ୍‌ ଇନ୍ସପେକ୍ଟର ଓ ଜଣେ କନଷ୍ଟେବଲ୍‌ଙ୍କୁ ହାଜର ଲାଗି ନିର୍ଦ୍ଦେଶ ଦେଇଛନ୍ତି। ଏହାସହ ମାମଲାର ଯାଞ୍ଚ ଆରମ୍ଭ କରିଛନ୍ତି। ମିଳିଥିବା ସୂଚନା ଅନୁସାରେ, ରହିମାବାଦ ଥାନା ଅଞ୍ଚଳର ୨୨ ବର୍ଷୀୟ ଆଶିଷ କୁମାର ଲକ୍ଷ୍ନୌରେ ରହି ସିଭିଲ ସର୍ଭିସ୍‌ ପାଇଁ କୋଚିଂ ନେଉଥିଲେ। ତାଙ୍କ ମା’ ସୁଶୀଳା ଦେବୀଙ୍କ କହିବା ଅନୁସାରେ, ସ୍ୱାମୀ ମହାଦେବଙ୍କ ବିରୋଧରେ ଗାଁରେ ରହୁଥିବା ନନ୍ଦୁ ବିଶ୍ୱକର୍ମା ଓ ଶ୍ୟାମଲାଲ୍‌ ମିଥ୍ୟା ମାମଲା ରୁଜୁ କରିଥିଲେ। ଏହାପରେ ୪ ଜଣ ପୋଲିସ୍‌କର୍ମୀ ମାମଲା ରଫାଦଫା ପାଇଁ ମହାଦେବଙ୍କୁ ୫ ହଜାର ଟଙ୍କା ଲାଞ୍ଚ ମାଗିଥିଲେ।

ଯେତେବେଳେ ମହାଦେବ ଟଙ୍କା ଦେବା ପାଇଁ ମନା କରି ଦେଇଥିଲେ ପୋଲିସ୍‌ ତାଙ୍କର ୨ ପୁଅ ଆଶିଷ ଓ ମୟଙ୍କ ବିରୋଧରେ ମିଥ୍ୟା ମାମଲା ରୁଜୁ କରିଥିଲେ। ଏନେଇ ଆଶିଷ ଟେନ୍‌ସନ୍‌ରେ ଥିଲେ। ସୁଶୀଳା କହିଛନ୍ତି ଯେ, ‘ତାଙ୍କ ପୁଅ ଆଶିଷ ସବୁବେଳେ ପାଠପଢ଼ା ଉପରେ ଗୁରୁତ୍ୱ ଦେଇଥାନ୍ତି। ହେଲେ ପୋଲିସ୍‌ ତାକୁ ବାରମ୍ବାର ହଇରାଣ କରୁଥିଲା। ଏଥିପାଇଁ ସେ ପାଠପଢ଼ି ପାରୁ ନଥିଲା।’

Advertisment

ତେବେ ରବିବାର ସନ୍ଧ୍ୟାରେ ଆଶିଷ ନିଜକୁ ରୁମ୍‌କୁ ଯାଇ ଭିତର ପଟୁ କବାଟ ଲକ୍‌ କରି ଦେଇଥିଲା। ବହୁତ ସମୟ ଧରି କବାଟ ନଖୋଲିବାରୁ ଘର ଲୋକଙ୍କ ସନ୍ଦେହ ହୋଇଥିଲା। ଉପାୟଶୂନ୍ୟ ହୋଇ ପରିବାର ଲୋକ କବାଟ ଭାଙ୍ଗିବା ପରେ ଆଶିଷଙ୍କ ଝୁଲନ୍ତା ମୃତଦେହ ଦେଖିବାକୁ ପାଇଥିଲେ। ଏନେଇ ମୃତ ଆଶିଷଙ୍କ ମା’ ରହିମାବାଦ ଥାନାରେ ସବ୍‌ ଇନ୍ସପେକ୍ଟର ରାଜମଣି ପାଲ୍‌, ଲଲନ ପାଲ୍‌ ଓ କନଷ୍ଟେବଲ୍‌ ମୋହିତ ଶର୍ମାଙ୍କ ବିରୋଧରେ ମାମଲା ରୁଜୁ କରିଛନ୍ତି। ଏମାନଙ୍କ ବ୍ୟତୀତ ସେ ନନ୍ଦୁ ବିଶ୍ୱକର୍ମା ଓ ଶ୍ୟାମଲାଲ୍‌ଙ୍କ ବିରୋଧରେ ମଧ୍ୟ ଅଭିଯୋଗ କରିଛନ୍ତି। ଏସବୁ ପାଇଁ ଏମାନେ ଦାୟୀ ବୋଲି ସୁଶୀଳା କହିଛନ୍ତି। କାରଣ ଏମାନେ ମିଥ୍ୟା ମାମଲାରେ ଫସାଇଛନ୍ତି। 

ଅନ୍ୟପକ୍ଷେ, ପୋଲିସ୍‌ ଜବତ କରିଥିବା ସୁଇସାଇଡ୍‌ ନୋଟ୍‌ରେ ଆଶିଷ ଲେଖିଛନ୍ତି, ‘‘ମୋ ମୃତ୍ୟୁ ପାଇଁ ୩ ପୋଲିସ୍‌କର୍ମୀ, ନନ୍ଦୁ ବିଶ୍ୱକର୍ମା ଓ ଶ୍ୟାମଲାଲ୍‌ ଦାୟୀ। ଏମାନେ ମୋ ବିରୋଧରେ ମିଥ୍ୟା ମାମଲା ରୁଜୁ କରି ମୋତେ ହଇରାଣ କରୁଛନ୍ତି। ଏଥିପାଇଁ ମୁଁ ଆତ୍ମହତ୍ୟା କରିବାକୁ ଯାଉଛି’।

Advertisment
Deadbody Found
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ