Advertisment

୫ ହଜାର ଟଙ୍କା ପାଇଁ ଦୁଇ ନାବାଳକ ପୁଅଙ୍କୁ ବନ୍ଧା ପକାଇଛି ବାପା

ଋଣ ଶୁଝିବା ପାଇଁ ମାତ୍ର ୫ ହଜାର ଟଙ୍କା ପାଇଁ ଦୁଇ ନାବାଳକୁ ପୁଅକୁ ବନ୍ଧା ପକାଇଛି ବାପା । କୋମଳମତି ଶିଶୁଙ୍କ ଭବିଷ୍ୟତ ପାଇଁ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି । ହେଲେ ପୁରୀ ଜିଲ୍ଲା କଣାସ ବ୍ଲକରୁ ଏଭଳି ଖବର ଆସିଛି, ଯାହା ପ୍ରଶାସନ ଉପରେ ପ୍ରଶ୍ନ ବାଚୀ ସୃଷ୍ଟି କରୁଛି ।

୫ ହଜାର ଟଙ୍କା ପାଇଁ ଦୁଇ ନାବାଳକ ପୁଅଙ୍କୁ ବନ୍ଧା ପକାଇଛି ବାପା

minor

Advertisment

କଣାସ( ଦ୍ୱିତିକୃଷ୍ଣ ପଟ୍ଟନାୟକ) : ଟଙ୍କା ପାଇଁ ବନ୍ଧା ପଡ଼ିଛି ଜୀବନ । ଋଣ ଶୁଝିବା ପାଇଁ ମାତ୍ର ୫ ହଜାର ଟଙ୍କା ପାଇଁ ଦୁଇ ନାବାଳକୁ ପୁଅକୁ ବନ୍ଧା ପକାଇଛି ବାପା । କୋମଳମତି ଶିଶୁଙ୍କ ଭବିଷ୍ୟତ ପାଇଁ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି । ହେଲେ ପୁରୀ ଜିଲ୍ଲା କଣାସ ବ୍ଲକରୁ ଏଭଳି ଖବର ଆସିଛି, ଯାହା ପ୍ରଶାସନ ଉପରେ ପ୍ରଶ୍ନ ବାଚୀ ସୃଷ୍ଟି କରୁଛି । ନାବାଳକ ଦୁଇ ଭାଇଙ୍କ ପାଇଁ କୌଣସି ସୁବିଧାସୁଯୋଗ ସାତ ସପନ । ଫଳରେ ସାମାନ୍ୟ କେଇଟା ଟଙ୍କା ପାଇଁ ପରିବାରକୁ ଛାଡ଼ି ଟଙ୍କା ସୁଝିବା ଲାଗି କାମ କରୁଛନ୍ତି ।

Advertisment

ପୁରୀ ଜିଲ୍ଲା କଣାସ ବ୍ଲକର ଦୟାବିହାର ଗ୍ରାମରେ ବସନ୍ତ ବେହେରା ନାମକ ବ୍ୟକ୍ତିଙ୍କ ଘରେ ଦୁଇ ନାବାଳକ ବନ୍ଧା ପଡ଼ିଛନ୍ତି । ଦୁଇ ଭାଇ ଟାଙ୍ଗି ଅଞ୍ଚଳର ମଙ୍ଗଳାଯୋଡି ଅଞ୍ଚଳର ରାଜ ବେହେରା , ଶଙ୍କର ବେହେରା । ଉଭୟଙ୍କ ବୟସ ୧୦ ରୁ ୧୪ ବର୍ଷ ବୟସ ମଧ୍ୟରେ । ବାପାଙ୍କ କରଜ ଶୁଝିବା ପାଇଁ ଅଣ୍ଟା ଭିଡିଛନ୍ତି ଦୁଇ ଭାଇ । ଜୀବନକୁ ବାଜି ଲଗାଇ ଆସି ବନ୍ଧା ପଡିଛନ୍ତି । ଯେଉଁ ବୟସରେ ହାତରେ କଲମ ଏବଂ କାନ୍ଧରେ ବ୍ୟାଗ ଧରି ସ୍କୁଲ ବାହାରିବା କଥା ସେ ବୟସରେ କୋମଳମତି ପିଲା ନିଜ ଗରିବ ପରିବାରକୁ ଚଳାଇବା ଏବଂ ଘରର ଆର୍ଥିକ ସମସ୍ୟାକୁ ଦୂର କରିବା ପାଇଁ ହାତରେ କାତ ଏବଂ ଜାଲ ଧରି ବାହାରି ପଡ଼ୁଛନ୍ତି । ପ୍ରତିଦିନ ଅକାତକାତ ଜଳ ରାଶିରେ ଜାଲ ପକାଇ ମାଛ ଧରୁଛନ୍ତି । ଇଚ୍ଛା ନଥିଲେ ବି ଘରର ଆର୍ଥିକ ସ୍ଥିତି ତାଙ୍କୁ ଏପରି କରିବାକୁ ବାଧ୍ୟ କରୁଛି । ମାତ୍ର ୫୦୦୦ ଟଙ୍କାରେ ଦୁଇ ପୁଅକୁ ବନ୍ଧା ପକାଇ ଯାଇଛି ବାପା ।

Advertisment

ଦୁଇ ନାବାଳକ ବନ୍ଧା ପଡ଼ିଥିବା କଥା ସାରା ଅଞ୍ଚଳ ବାସୀଙ୍କ ମନକୁ ଆନ୍ଦୋଳିତ କରିଛି । ଛୋଟପିଲାଙ୍କ ମାନସିକ ସ୍ଥିତି ଏବଂ କୋମଳମତି ପିଲାଙ୍କ ପାଇଁ ଥିବା ରାଜ୍ୟ ସରକାରଙ୍କର ସମସ୍ତ ସୁବିଧା ଏବଂ ବ୍ୟବସ୍ଥା ଉପରେ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । କାହିଁକି ପିଲାମାନେ ଏତେ ଦୂରରୁ ଆସି କାମ କରୁଛନ୍ତି । ଯେଉଁ ବୟସରେ ସେ ସ୍କୁଲ ଯିବା କଥା ପର ଘରେ ଆସି ମୂଲ ଲାଗିଛନ୍ତି । ଏ ଘଟଣା ପ୍ରତି ପ୍ରଶାସନ କାହିଁକି ଧ୍ୟାନ ଦେଉନି ?

Odisha
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ