Advertisment

ଘର ଲୋକ ମୋବାଇଲ୍ ମରାମତି କଲେନି, ଫ୍ୟାନ୍‌ରେ ଝୁଲିପଡ଼ିଲା ୧୫ ବର୍ଷର ବାଳକ

ବାଳକଟି ଗତ କିଛି ଦିନ ହେଲା ମୋବାଇଲ ମାୟାରେ ଏମିତି ପଡ଼ିଯାଇଥିଲା ଯେ, ଘଡ଼ିଏ ମଧ୍ୟ ତାକୁ ଛାଡ଼ିବାକୁ ଚାହୁଁନଥିଲା। ବିଶେଷ କରି ନୂଆ ନୂଆ ମୋବାଇଲ ଗେମ୍‌ର ନିଶା ତାକୁ ପୁରା କବଳିତ କରି ରଖିଥିଲା।

ଅଦ୍ୟତନ ହୋଇଛି
Teen Addicted To Playing Games Dies By Suicide

Family Refuses To Repair Mobile Phone Teen Dies By Suicide

Advertisment

ମୋବାଇଲ୍ ନିଶା ଏବେ ସମସ୍ତଙ୍କୁ ଘାରିଛି। କି ଟୋକା କି ବୁଢ଼ା ସମସ୍ତଙ୍କ ହାତରେ ମୋବାଇଲ୍। ତେବେ ଏହି ମୋବାଇଲ୍ ନିଶା ଏବେ ଜଣେ ୧୫ ବର୍ଷ ବାଳକର ଜୀବନ ନେଇଯାଇଛି। ପିଲାଟି ହାତରୁ ମୋବାଇଲ୍ ନେବା ପାଇଁ ପରିବାର ଲୋକ ଅନେକ ଦିନ ହେଲା ଚେଷ୍ଟା କରୁଥିଲେ। 

Advertisment

ଘଟଣାରୁ ଜଣାପଡ଼ିଛି ଯେ, ବାଳକଟି ଗତ କିଛି ଦିନ ହେଲା ମୋବାଇଲ ମାୟାରେ ଏମିତି ପଡ଼ିଯାଇଥିଲା ଯେ, ଘଡ଼ିଏ ମଧ୍ୟ ତାକୁ ଛାଡ଼ିବାକୁ ଚାହୁଁନଥିଲା। ବିଶେଷ କରି ନୂଆ ନୂଆ ମୋବାଇଲ ଗେମ୍‌ର ନିଶା ତାକୁ ପୁରା କବଳିତ କରି ରଖିଥିଲା। 

ଅଧିକ ପଢ଼ନ୍ତୁ: କାଳ ହେଲା Online ଗେମ୍‌ ନିଶା, ମା’ ଗାଳି କରିବାରୁ ଜୀବନ ହାରିଲେ ଛାତ୍ରୀ

Advertisment

ହଠାତ୍ ଦିନେ କୌଣସି କାରଣରୁ ମୋବାଇଲ୍‌ଟି ଖରାପ ହୋଇଗଲା। ଫଳରେ ପିଲାଟି ବ୍ୟସ୍ତ ହୋଇପଡ଼ିଲା। ମୋବାଇଲ୍‌ଟି ତୁରନ୍ତ ମରାମତି କରିବାକୁ ସେ ଘର ଲୋକଙ୍କୁ ଅନୁରୋଧ କରିଥିଲା। ତେବେ ପିଲାଟି ପାଖରୁ ମୋବାଇଲ୍ ଛଡ଼େଇବାର ଏହା ଏକ ମଉକା ଭାବି ଘର ଲୋକ ତା’ କଥା ଜମା ଶୁଣିନଥିଲେ। ଫଳରେ ପିଲାଟି ଚିନ୍ତିତ ହୋଇପଡ଼ିଲା। ତେବେ ଏକଥାକୁ କେହି ଗୁରୁତ୍ୱ ଦେଇନଥିଲେ। 

ଏମିତି ହଠାତ୍ ଦିନେ ଘର ଲୋକ ବାହାରକୁ ଯାଇଥିବା ବେଳେ ପିଲାଟି ଘରର ସିଲିଂ ଫ୍ୟାନ୍‌ରେ ଏକ ଓଢ଼ଣୀ ସାହାଯ୍ୟରେ ଝୁଲି ପଡ଼ିଲା। ଘର ଲୋକ ଦେଖିବା ପରେ ତାକୁ ସଂଗେ ସଂଗେ ଡାକ୍ତରଖାନା ନେଇଥିଲେ ମଧ୍ୟ ସେଠାରେ ଡାକ୍ତର ତାକୁ ମୃତ ଘୋଷଣା କରିଥିଲେ। 

Advertisment

ପିଲାଟିର ବାପା ଗ୍ରେଟର ନୋଇଡ଼ାରେ ଜଣେ ଗାର୍ଡନର ଭାବେ କାମ କରୁଥିଲେ। ତାଙ୍କର ଆର୍ଥିକ ଅବସ୍ଥା ମଧ୍ୟ ଭଲ ନଥିଲା। ପୋଲିସ ଖବର ପାଇ ଘଟଣା ସ୍ଥଳରେ ପହଞ୍ଚିଛି। ତେବେ ମୋବାଇଲ ହିଁ ପିଲାଟିର ମୃତ୍ୟୁର କାରଣ ବୋଲି ପୋଲିସ କହିଛି।   

Mobile Game Suicide Case
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ