Advertisment

ରିମାଣ୍ଡରେ ନକଲି ପୋଲିସ ଇନସପେକ୍ଟର ସୁବାସ କହଁର,ଦଶ ଲକ୍ଷ ଟଙ୍କା ଠକିଥିବା ଅଭିଯୋଗ

ନକଲି ପୋଲିସଙ୍କ ବିରୋଧରେ ବଢୁଛି ଅଭିଯୋଗ । ରିମାଣ୍ଡରେ ଯାଇଛି ରସିକ ସୁବାସ କହଁର । ଖଣ୍ଡଗିରି ଥାନାରେ ପୁଣି ଅଭିଯୋଗ କଲେ ଜଣେ ମହିଳା । ଦଶ ଲକ୍ଷ ଟଙ୍କା ଠକିଥିବା ନେଇ ଖଣ୍ଡିଗିରି ଥାନାରେ ଅଭିଯୋଗ ।

duplicate police

duplicate police

Advertisment

ରିମାଣ୍ଡରେ ନକଲି ପୋଲିସ ଇନସପେକ୍ଟର ସୁବାସ କହଁର। ରିମାଣ୍ଡରେ ନେଇ ଠକ ସୁବାସର କାରନାମା ସଂପର୍କରେ ତନାଘନା କରୁଛି ପୋଲିସ। ସେପଟେ ରସିକ ସୁବାସ ନାଁରେ ପୁଣି ଆସିଛି ଆଉ ଏକ ଅଭିଯୋଗ। ଡୁମୁଡୁମା ଅଞ୍ଚଳର ଜଣେ ମହିଳାଙ୍କୁ ଦଶ ଲକ୍ଷ ଟଙ୍କା ଠକିଥିବା ନେଇ ଖଣ୍ଡଗିରି ଥାନାରେ ଅଭିଯୋଗ ହୋଇଛି। ପୁଲିସ ତାଙ୍କ ଅଭିଯୋଗକୁ ଭିତ୍ତିକରି ଏକ ମାମଲା ରୁଜୁ କରିଛି।

Advertisment

ନକଲି ପୁଲିସ ନାମରେ ଏହାକୁ ମିଶାଇ ଖଣ୍ଡଗିରି ଥାନାରେ ଦୁଇଟି ଓ ଲକ୍ଷ୍ମୀସାଗର ଥାନାରେ ଗୋଟିଏ ମାମଲା ରୁଜୁ କରାଯାଇଛି। ସୁବାସ ନାମରେ ମାମଲା ସଂଖ୍ୟା ୩ ରେ ପହଞ୍ଚିଛି। ଅଭିଯୋଗ ଅନୁଯାୟୀ, ଡୁମୁଡୁମା ଅଞ୍ଚଳର ବିଧବା ମହିଳା ଟେଲରିଂ କରି ପରିବାର ଚଳାନ୍ତି। ସେ ୨୦୨୧ ମସିହାରେ ଟ୍ରେନରେ ବ୍ରହ୍ମପୁର ଯାଉଥିବା ବେଳେ ସୁବାସଙ୍କ ସହ ତାଙ୍କ ପରିଚୟ ହୋଇଥିଲା। ପରବର୍ତ୍ତୀ ସମୟରେ ପ୍ରେମ ସଂପର୍କ ନୀବିଡ଼ ହୋଇଥିବା ବେଳେ, ବିବାହ ପ୍ରତିଶ୍ରୁତି ଦେଇେ ପ୍ରାୟ ଦଶ ଲକ୍ଷ ଟଙ୍କା ଠକେଇ କରିଥିଲା ସୁବାସ। ଗତ ରବିବାର ଦିନ ଖଣ୍ଡଗିରି ଥାନା ପୁଲିସ ସୁବାସକୁ ଗିରଫ କରିଥିବା ଜାଣିବା ପରେ ମହିଳା ଜଣକ ଖଣ୍ଡଗିରି ଥାନାରେ ଲିଖିତ ଅଭିଯୋଗ କରିଛନ୍ତି।...

Advertisment

Fake Police
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ