EOW arrests a LIC agent of Puri for swindling money
କଣାସ : ମୃତ ବ୍ୟକ୍ତିଙ୍କୁ ଜୀବିତ ଦର୍ଶାଇ ତାଙ୍କ ନାଁରେ ଜୀବନ ବୀମା ହାତେଇ ଗିରଫ ହୋଇଛନ୍ତି ଜଣେ ଏଲଆଇସି ଏଜେଣ୍ଟ । ଜଣେ କି ଦୁଇ ଜଣ ନୁହେଁ ୪ ଜଣ ମୃତ ବ୍ୟକ୍ତିଙ୍କୁ ଜୀବିତ ଦର୍ଶାଇ କୋଟିଏରୁ ଉର୍ଦ୍ଧ୍ୱ ଟଙ୍କା ଠକେଇ କରିଛନ୍ତି ପୁରୀ କଣାସ ଅଞ୍ଚଳର କବିରାଜ ବେହେରା । ଏଲଆଇସି ଖୋର୍ଦ୍ଧା ଶାଖା ପକ୍ଷରୁ ଏନେଇ ଅଭିଯୋଗ ପରେ କରିରାଜଙ୍କୁ ଗିରଫ କରିଛି ଇକୋନମିକ୍ ଅଫେନ୍ସ ଓ୍ୱିଙ୍ଗ- ଇଓଡବ୍ଲୁ ।
ଭୁବନେଶ୍ୱର ଶାଖା ପ୍ରାଥମିକ ତଦନ୍ତରୁ ଜଣା ପଡ଼ିଛି ସେ ୨୦୦୩ରୁ ଏଲଆଇସିର ବିମା ଏଜେଣ୍ଟ ଭାବେ କାମ କରୁଥିଲେ । ୨୦୧୩ରୁ ୨୦୧୯ ମଧ୍ୟରେ ସେ ଜାଲିଆତି କରି ମୃତ ବ୍ୟକ୍ତିଙ୍କୁ ଜୀବିତ ଦର୍ଶାଇ ସେମାନଙ୍କ ବୀମା ରାଶି ପ୍ରଦାନ କରିବା ସହ ମାଚୁରିଟି ସମୟରେ ତାକୁ ହଡ଼ପ କରିନେଉଥିଲେ ।
Also Read
ସୂଚନା ଅନୁସାରେ ମୃତ ବ୍ୟ କ୍ତିମାନଙ୍କୁ ଜୀବିତ ଦର୍ଶାଇ ସବୁ ପଲିସି ଖୋଲିଥିଲେ । ପଲିସି ଗୁଡ଼ିକୁ ୨ରୁ ୫ ବର୍ଷ ଯାଏଁ ସଚଳ ରଖି ପ୍ରିମିୟମ ଭରୁଥିଲେ କବିରାଜ । ଏଥିପାଇଁ ସେ ଜାଲ୍ ମୃତ ପ୍ରମାଣ ପତ୍ର ବ୍ୟବହାର କରୁଥିଲେ । ଆଉ ଏହି ମୃତ୍ୟୁ ପ୍ରମାଣପତ୍ର ଗୁଡ଼ିକୁ ଦେଖାଇ ବୀମା ରାଶି ହଡ଼ପ କରିବା ପାଇଁ ସେ ପ୍ରୟାସ କରିଥିଲେ।
ଗିରଫ ବ୍ୟକ୍ତିଙ୍କ ଘରେ ଇଓଡବ୍ଲୁର ରେଡ୍ ବେଳ ଭୋଟର କାର୍ଡ, ଆଧାର କାର୍ଡ, ଏଟିଏମ୍ କାର୍ଡ, ବ୍ୟାଙ୍କ ପାସବୁକ୍, ଚେକ୍ ବୁକ୍ ଏବଂ ଏଲଆଇସିର କିଛି କାଗଜ ପତ୍ର ଜବତ କରିଛି । ଅଧିକ ତଥ୍ୟ ହାସଲ ପାଇଁ ଇଓଡବ୍ଲୁ ତଦନ୍ତ ପ୍ରକ୍ରିୟାକୁ ତ୍ୱରାନିତ କରିଛି । ଏଥିରେ ଏଲ୍ଆଇସିର କୌଣସି ଅଧିକାରୀଙ୍କ ସଂପୃକ୍ତି ରହିଛି କି ନାହିଁ, ସେ ନେଇ ମଧ୍ୟ ତଦନ୍ତ ଚାଲିଛି। ସେହିଭଳି ଗିରଫ କବିରାଜ ଏଭଳି ଆଉ କିଛି ଠକେଇ କରିଛନ୍ତି ନା ନାହିଁ, ତା’ର ମଧ୍ୟ ତଦନ୍ତ ଚାଲିଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us