Advertisment

୭ ବର୍ଷ ହେଲା ଘର ମାଲିକକୁ ଭୂଆଁ ବୁଲାଉଥିଲା, ଧରା ପଡିଗଲା କାରନାମା

ରାଜ୍ୟ ବାହାରୁ ନକଲି ବିଦେଶୀ ମଦ ବୋତଲର ସାମଗ୍ରୀର ଆଣି ରାଜ୍ୟ ତଥା ରାଜ୍ୟ ବାହାରକୁ ସପ୍ଲାଇ କରୁଥିଲା ଜୟ ପ୍ରକାଶ। ପଡୋଶୀ ଓ ଘର ମାଲିକଙ୍କୁ ସ୍ପେୟାର ପାର୍ଟ୍ସ ବେପାର କରୁଥିବା କହି ଚଳାଇଥିଲେ ଏହି କଳା ବ୍ୟବସାୟ।

Duplicate Wine Siezed

Duplicate Wine Siezed

Advertisment

ଅନୁଗୋଳ ସହର ଉପକଣ୍ଠ ରାଣୀଗୁଡାରେ ଅବକାରୀ ବିଭାଗ ଓ ରାଜ୍ୟ ଫ୍ଲାଇଙ୍ଗ ସ୍କ୍ୱାର୍ଡର ମିଳିତ ଚଢ଼ାଉ ବେଳେ ଜବତ ହେଲା ବିପୁଳ ପରିମାଣର ବିଦେଶୀ ମଦ ବୋତଲର ଠିପି , ଲେବଲ ଓ ଏକ୍ସସାଇଜ ଆଢେସିଭ ଲେବଲ । ଘଟଣାର ମୁଖ୍ୟ ଅଭିଯୁକ୍ତକୁ ଧରିବାରେ ଅବକାରୀ ବିଭାଗ ଧରିବାରେ ସକ୍ଷମ ହୋଇଥିବା ଜଣା ପଡ଼ିଛି । ଅନୁଗୁଳ ସହର ଉପକଣ୍ଠ ରାଣୀଗୁଡା ଠାରେ ଜୟ ପ୍ରକାଶ ଗୁପ୍ତା ନାମକ ଜଣେ ବ୍ୟକ୍ତି ଭଡାଘର ନେଇ ୨୦୧୫ ମସିହାରୁ ରହି ଚଳାଇ ଥିଲେ ତାଙ୍କ କଳା ସାମ୍ରାଜ୍ୟ । ଯାହାର ସୋର ଶବ୍ଦ ମଧ୍ୟ ପାଇ ନଥିଲେ ଘର ମାଲିକ କି ପଡୋଶୀ ।

Advertisment

ରାଜ୍ୟ ବାହାରୁ ନକଲି ବିଦେଶୀ ମଦ ବୋତଲର ସାମଗ୍ରୀର ଆଣି ରାଜ୍ୟ ତଥା ରାଜ୍ୟ ବାହାରକୁ ସପ୍ଲାଇ କରୁଥିଲେ ଜୟ ପ୍ରକାଶ। ପଡୋଶୀ ଓ ଘର ମାଲିକଙ୍କୁ ସ୍ପେୟାର ପାର୍ଟ୍ସ ବେପାର କରୁଥିବା କହି ଚଳାଇଥିଲେ ଏହି କଳା ବ୍ୟବସାୟ। ସମସ୍ତଙ୍କ ସହ ଭଲ ଆଚରଣ କରି ଆସୁଥିବା ବେଳେ କେବେ ବି କେହି ତାଙ୍କ ଏହି ବେପାର ସମ୍ପର୍କରେ ଖବର ପାଇ ପାରୁନଥିଲେ। ତେବେ କଲିକତାରୁ ଏକ ବସରେ ଏହି ବିଦେଶୀ ମଦ ବୋତଲର ଠିପି , ଲେବଲ ଓ ଏକ୍ସସାଇଜ ଆଢେସିଭ ଲେବଲ ସାମଗ୍ରୀ ଆସୁଥିବା ବେଳେ ବାଲେଶ୍ୱରରେ ଧରା ପଡିଥିଲା ।

ଏହାକୁ ଲିଙ୍କ କରିବା ପରେ ଅବକାରୀ କମିଶନର ଆଶିଷ କୁମାର ସିଂହଙ୍କ ନିର୍ଦ୍ଦେଶ କ୍ରମେ ବସକୁ ଫଲୋ କରିବା ପରେ ରାଣୀଗୁଡାରେ ଜୟା ପ୍ରକାଶ ରହୁଥିବା ଏହି ଭଡାଘରେ ଚଢ଼ାଉ ହୋଇଥିଲା । ଚଢାଉ ବେଳେ ପ୍ରାୟ ୧୦୦ ରୁ ଊର୍ଦ୍ଧ୍ଵ ବସ୍ତା ଠିପି , ବହୁ ପରିମାଣର ଲେବଲ ଓ ଏକ୍ସସାଇଜ ଆଢେସିଭ ଲେବଲ ଜବତ ହୋଇଥିଲା । ଏହି ନକଲି ଲେବଲରେ ବାର କୋଡ୍‌ ମଧ୍ୟ ରହିଥିବା ବେଳେ ସରକାରୀ ସପ୍ଲାଇ ହେଉଥିବା ଏକ୍ସସାଇଜ ଆଢେସିଭ ଲେବଲ ଅବକାରୀ ବିଭାଗ ଚକିତ କରିଥିଲା ।

Advertisment

ତେବେ ଚଢାଉ ବିଷୟରେ ଜାଣିପାରି ମୁଖ୍ୟ ଅଭିଯୁକ୍ତ ଜୟ ପ୍ରକାଶ ଗୁପ୍ତା ଫେରାର ହୋଇ ଯାଇଥିଲା । ଆଜି ଫେରାର ଜୟ ପ୍ରକାଶକୁ ଅବକାରୀ ବିଭାଗ ଧରିବାରେ ସଫଳ ହୋଇଛି । ଜୟ ପ୍ରକାଶ ଆଜି ଅନୁଗୋଳ ଅଭିମୁଖେ ଆସୁଥିବା ଖବର ପାଇ ଅବକାରୀ ବିଭାଗ ଜଗି ରହିଥିଲା । ଆଉ ସେ ବଅଁରପାଳ ନିକଟରେ ଥିବା ବେଳେ ଅବକାରୀ ବିଭାଗ କାବୁ କରି ନେଇଥିଲା । ପରେ ତାକୁ କଟକ ନିଆଯାଇ ସେଠାରେ ଜେରା କରାଜିବ ବୋଲି ସୂଚନା ମିଳିଛି ।

Duplicate Wine Siezed
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ