Drunken Man Sets His Own House On Fire In Odisha ଘରେ ତାଲା ପକାଇ ବାପା ମାଆ ଓ ସ୍ତ୍ରୀକୁ ଜାଳିଦେଲା ଯୁବକ
ମଦ୍ୟପ ପୁଅର ଉନ୍ମତ୍ତକାଣ୍ଡ । ନିଜ ଘରେ ନିଜେ ଲଗାଇ ଦେଲା ନିଆଁ । ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଥାନା ଅନ୍ତର୍ଗତ କୋକ୍ସା ଗାଁରେ ଦେଖିବାକୁ ମିଳିଛି ଏହି ଅଭାବନୀୟ ଘଟଣା । ମଦ୍ୟପ ପୁଅ ଶତ୍ରୁଘ୍ନ ବେହେରା ନିଜ ଘରେ ନିଆଁ ଲଗାଇଦେବାରୁ ତାଙ୍କ ପରିବାର ଲୋକେ ତଥା ବାପା, ମାଆ, ସ୍ତ୍ରୀ ଅଳ୍ପକେ ବର୍ତ୍ତିଛନ୍ତି ।
ସୂଚନା ଅନୁସାରେ, ପରିବାରର ସମସ୍ତ ସଦସ୍ୟଙ୍କୁ ଘର ଭିତରେ ପୁରାଇ ଦେବା ସହ ବାହାରେ ତାଲା ମାରି ନିଆ ଲଗାଇଦେଇଥିଲା । ଘର ଭିତରୁ ପାଟି ଶୁଣି ପାଖଆଖ ଲୋକେ ଦୌଡ଼ି ଆସିବା ସହ ପରିବାର ଲୋକଙ୍କୁ ଉଦ୍ଧାର କରିଥିଲେ । ହେଲେ ସେହି ସମୟ ମଧ୍ୟରେ ଘରର ୩ ବଖରା ଘର ଜଳିପୋଡ଼ି ପାଉଁଶ ହୋଇଯାଇଛି ।
ଗାଁ ଲୋକେ ସଂପୃକ୍ତ ମଦ୍ୟପ ପୁଅକୁ ବାନ୍ଧି ପୋଲିସ ଜିମା ଦେଇଥିଲେ । ମିଳିଥିବା ସୂଚନା ଅନୁଯାୟୀ, ଅଭିଯୁକ୍ତ ଶତ୍ରୁଘ୍ନ ବେହେରା ପତ୍ନୀକୁ ନିର୍ଯାତନା ଅଭିଯୋଗରେ ପୂର୍ବରୁ ୪ ମାସ ଜେଲ୍ରେ ଥିଲେ । କେବଳ ଏତିକି ନୁହେଁ ଏହାସହ ଶତ୍ରୁଘ୍ନ ପରିବାର ଲୋକଙ୍କୁ ଗତ ସପ୍ତାହେ ହେଲା ହତ୍ୟା ପାଇଁ ଧମକ ଦେଇ ଆସୁଥିଲା ।
ନିଜ ଘରେ ଏଭଳି କାଣ୍ଡ କରିବାରୁ ଗାଁ ସାରା ଲୋକମାନେ ଶତ୍ରୁଘ୍ନଙ୍କୁ ଘୋର ନିନ୍ଦା କରୁଥିବାବେଳେ । ଅଭିଯୁକ୍ତ ବର୍ତ୍ତମାନ ପୋଲିସ୍ର ହେପାଜତ୍ରେ ରହିଥିବା ଜଣାପଡିଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1643087732.jpg)