Drug mafia Bijay Mania escapes from Bhubaneswar court while being taken to jail after hearing
ଦଣ୍ଡ ଶୁଣିଲା, ଚମ୍ପଟ ମାରିଲା । ଭୁବନେଶ୍ୱର କୋର୍ଟ ପରିସରରୁ ଦୁର୍ଦ୍ଦାନ୍ତ ନିଶା ମାଫିଆ ଚମ୍ପଟ ମାରିଛି । କୋର୍ଟରୁ ଜେଲ୍ ନେବା ବେଳେ ନିଶା ମାଫିଆ ବିଜୟ ମାଣିଆ ଖସିଯାଇଥିବା ସୂଚନା ମିଳିଛି ।
ସୂଚନା ଅନୁସାରେ, ଆଜି ଭୁବନେଶ୍ୱର ଏଡିଜେ-୩ କୋର୍ଟରେ ବିଜୟକୁ ଦଣ୍ଡାଦେଶ ହୋଇଥିଲା । ନିଶା କାରବାର ନେଇ ଦୋଷୀ ସାବ୍ୟସ୍ତ ପରେ ଏବେ ବିଜୟ ଜେଲ୍ରୁ ଚମ୍ପଟ୍ ମାରିଛନ୍ତି । ବିଚାରପତି ବିଜୟକୁ ୧୦ ବର୍ଷ ଜେଲ୍, ଲକ୍ଷେ ଜରିମାନା କରିଥିଲେ । ଦଣ୍ଡାଦେଶ ପରେ ବିଜୟକୁ କୋର୍ଟରୁ ଜେଲ୍କୁ ନିଆଯାଉଥିଲା । ସେହି ସମୟରେ ଉପସ୍ଥିତ ଯବାନଙ୍କୁ ଚକମା ଦେଇ ଖସି ପଳାଇଥିଲା ବିଜୟ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us