Advertisment

ପାକିସ୍ତାନୀ ସୁନ୍ଦରୀ ଗୁପ୍ତଚରଙ୍କ ଉପରେ ଫିଦା ଥିଲେ DRDO ବୈଜ୍ଞାନିକ, ଶେୟାର କରିଦେଲେ ଗୁପ୍ତତଥ୍ୟ...

ପାକିସ୍ତାନୀ ମହିଳା ଗୁପ୍ତଚର ଏଜେଣ୍ଟଙ୍କ ପ୍ରତି ଆକର୍ଷିତ ହୋଇ ଡିଆର୍‌ଡିଓ(DRDO) ବୈଜ୍ଞାନିକ ପ୍ରଦୀପ କୁରୁଲକର ଗୁପ୍ତତଥ୍ୟ ଶେୟାର କରିଥିବା ଜଣାପଡ଼ିଛି।

ଅଦ୍ୟତନ ହୋଇଛି
DRDO Scientist Attracted To Pak Spy Agent Later Shares Many Secrets

DRDO Scientist Attracted To Pak Spy Agent Later Shares Many Secrets

Advertisment

ପାକିସ୍ତାନୀ ମହିଳା ଗୁପ୍ତଚର ଏଜେଣ୍ଟଙ୍କ ପ୍ରତି ଆକର୍ଷିତ ହୋଇ ଡିଆର୍‌ଡିଓ(DRDO) ବୈଜ୍ଞାନିକ ପ୍ରଦୀପ କୁରୁଲକର ଗୁପ୍ତତଥ୍ୟ ଶେୟାର କରିଥିବା ଜଣାପଡ଼ିଛି। ‘ଜାରା ଦାସଗୁପ୍ତା’ ନାଁ ବ୍ୟବହାର କରି ହନିଟ୍ରାପ୍‌ରେ ଫସାଇଥିବା ଏହି ପାକିସ୍ତାନୀ ସୁନ୍ଦରୀ ମହିଳା ଗୁପ୍ତଚରଙ୍କ ପ୍ରତି କୁରୁଲକର ଏତେ ମାତ୍ରାରେ ଆକର୍ଷିତ ହୋଇଯାଇଥିଲେ ଯେ, ପ୍ରତିରକ୍ଷା ପ୍ରକଳ୍ପ ଓ ଭାରତୀୟ ମିସାଇଲ୍‌ ସିଷ୍ଟମ ସମ୍ବନ୍ଧୀୟ ଇତ୍ୟାଦି ଆଲୋଚନା ତାଙ୍କ ସହ ଶେୟାର କରିଥିଲେ। କୁରୁଲକରଙ୍କ ବିରୋଧରେ ଦାଖଲ ହୋଇଥିବା ଚାର୍ଜସିଟ୍‌ରେ ଏହା ଉଲ୍ଲେଖ କରାଯାଇଛି।

Advertisment

ଗତ ସପ୍ତାହରେ ମହାରାଷ୍ଟ୍ର ପୋଲିସ୍‌ର ଆଣ୍ଟି ଟେରୋରିଜମ୍‌ ସ୍କ୍ୱାଡ୍‌ (ATS) କୁରୁଲକରଙ୍କ ବିରୋଧରେ ଚାର୍ଜସିଟ୍‌ ଦାଖଲ କରିଛି। ପ୍ରଦୀପ କୁରୁଲକର ପୁଣେ ସ୍ଥିତ ଡିଆର୍‌ଡିଓର ଏକ ଲାବୋରେଟୋରୀର ନିର୍ଦ୍ଦେଶକ ଥିଲେ। ତାଙ୍କୁ ଗତ ମେ’ ୩ରେ ଗିରଫ କରାଯାଇଥିଲା ଓ ବର୍ତ୍ତମାନ ସେ ନ୍ୟାୟିକ ହେପାଜତରେ ଅଛନ୍ତି।

ଚାର୍ଜସିଟ୍‌ ଅନୁସାରେ, କୁରୁଲକର ଓ  ‘ଜାରା ଦାସଗୁପ୍ତା’ ହ୍ୱାଟ୍ସଆପ୍‌ ଜରିଆରେ ଯୋଗାଯୋଗରେ ରହିବା ସହ ଭଏସ୍‌ ଓ ଭିଡିଓ କଲ୍‌ ମାଧ୍ୟମରେ ମଧ୍ୟ କଥାବାର୍ତ୍ତା ହେଉଥିଲେ। ଚାର୍ଜସିଟ୍‌ରେ ଆହୁରି କୁହାଯାଇଛି ଯେ, ‘ଜାରା ଦାସଗୁପ୍ତା’ ଦାବି କରିଥିଲେ ଯେ, ସେ ବ୍ରିଟେନରେ ରୁହନ୍ତି ଓ ସଫ୍ଟୱେୟାର ଇଞ୍ଜିନିୟର। ସେ କୁରୁଲକରଙ୍କୁ ଅଶ୍ଲୀଳ ମେସେଜ ଓ ଭିଡିଓ ପଠାଇ ତାଙ୍କ ସହ ବନ୍ଧୁତା ସ୍ଥାପନ କରିଥିଲେ। ହେଲେ ଯାଞ୍ଚ ବେଳେ ‘ଜାରା ଦାସଗୁପ୍ତା’ ଙ୍କ ଆଇପି ଆଡ୍ରେସ୍‌ ପାକିସ୍ତାନର ବୋଲି ଜଣାପଡ଼ିଥିଲା। 

Advertisment

ଚାର୍ଜସିଟ୍‌ରେ କୁହାଯାଇଛି ଯେ, ପାକିସ୍ତାନର ଏହି ଏଜେଣ୍ଟ ବ୍ରହ୍ମୋସ ଲଞ୍ଚର, ଡ୍ରୋନ୍‌, ୟୁସିବି, ଅଗ୍ନି ମିସାଇଲ୍‌ ଲଞ୍ଚର ଓ ମିଲିଟାରା ବ୍ରିଜିଙ୍ଗ ସିଷ୍ଟମ ସମେତ ଅନ୍ୟ ସମ୍ବେଦନଶୀଳ ତଥ୍ୟ ହାତେଇବା ପାଇଁ ଚେଷ୍ଟା କରିଥିଲେ। କୁରୁଲକର ପାକିସ୍ତାନୀ ସୁନ୍ଦରୀ ମହିଳା ଗୁପ୍ତଚରଙ୍କ ପ୍ରତି ଆକର୍ଷିତ ହୋଇ ଡିଆର୍‌ଡିଓର ଗୁପ୍ତ ଓ ସମ୍ବେଦନଶୀଳ ତଥ୍ୟ ନିଜ ଫୋନ୍‌କୁ ଆଣି ପରେ ଏହାକୁ  ଜାରାଙ୍କ ସହ ଶେୟାର କରିଥିଲେ।

ATS ଅନୁସାରେ, କୁରୁଲକର ଓ  ‘ଜାରା ଦାସଗୁପ୍ତା’ ୨୦୨୨ ମସିହା ଜୁନ୍‌ରୁ ୨୦୨୨, ଡିସେମ୍ବର ପର୍ଯ୍ୟନ୍ତ ଯୋଗାଯୋଗରେ ଥିଲେ। ତେବେ କୁରୁଲକରଙ୍କ ସନ୍ଦେହଜନକ ବ୍ୟବହାର ପରେ ଡିଆର୍‌ଡିଓ ପକ୍ଷରୁ ଆଭ୍ୟନ୍ତରୀଣ ଅନୁସନ୍ଧାନ ଆରମ୍ଭ ପୂର୍ବରୁ ୨୦୨୩ ମସିହା, ଫେବୃଆରୀରେ ସେ ଜାରାଙ୍କ ନମ୍ବର ବ୍ଲକ୍‌ କରିଦେଇଥିଲେ। ଏହାପରେ ତାଙ୍କୁ ଏକ ଅଜଣା ଭାରତୀୟ ନମ୍ବରରୁ ମେସେଜ ଆସିଥିଲା ଯେ- ‘ଆପଣ ମୋ ନମ୍ବର କାହିଁକି ବ୍ଲକ୍‌ କରି ଦେଇଛନ୍ତି ? ’

Advertisment

ଚାର୍ଜସିଟ୍‌ରେ ଏହା ମଧ୍ୟ ଉଲ୍ଲେଖ କରାଯାଇଛି ଯେ, କଥାବାର୍ତ୍ତା ରେକର୍ଡରୁ ଜଣାପଡ଼ିଛି ଯେ, କୁରୁଲକର, ଏହି ପାକିସ୍ତାନୀ ମହିଳା ଏଜେଣ୍ଟଙ୍କ ସହ ନିଜର ବ୍ୟକ୍ତିଗତ ଓ ଅଫିସିଆଲ କାର୍ଯ୍ୟକ୍ରମ ଏବଂ ସ୍ଥାନ ଶେୟାର କରିଥିଲେ। ଯେଉଁଠି ସେ ଜାଣିନଥିଲେ କି ଏସବୁ କାହାକଚ ଶେୟାର କରାଯିବା କଥା ନୁହେଁ। ତଥାପି କୁରୁଲକର ଏସବୁ ଶେୟାର କରିଥିଲେ। 

Honeytrap
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ