Advertisment

ମଦ ସହ ନିଦ ବଟିକା ଦେଇ ମହିଳା ଡାକ୍ତରଙ୍କୁ ମାରିଦେଲେ !

ଡାକ୍ତର ଶୁଭଶ୍ରୀ କର ମୃତ୍ୟୁ ମାମଲାର ୨୦ ଦିନ ପରେ ଶୁଭଶ୍ରୀଙ୍କ ବାପା ମନୋରଞ୍ଜନ କର ଯୋଡ଼ା ଥାନାରେ ଏତଲା ଦେଇଛନ୍ତି। ପୋଷ୍ଟମର୍ଟମ୍ ରିପୋର୍ଟରେ ମୃତ୍ୟୁର କାରଣ ବିଷକ୍ରିୟାଜନିତ ବୋଲି କୁହାଯାଇଛି।

Doctor Subhashree death: Father alleges murder, files FIR against alleged boyfriend

Doctor Subhashree death: Father alleges murder, files FIR against alleged boyfriend

Advertisment

ଯୋଡ଼ାରେ ବହୁ ଚର୍ଚ୍ଚିତ ମହିଳା ଡାକ୍ତର ଶୁଭଶ୍ରୀ କର ମୃତ୍ୟୁ ମାମଲାର ୨୦ ଦିନ ପରେ ଶୁଭଶ୍ରୀଙ୍କ ବାପା ମନୋରଞ୍ଜନ କର ଯୋଡ଼ା ଥାନାରେ ଏତଲା ଦେଇଛନ୍ତି। ଶୁଭଶ୍ରୀଙ୍କ ବୟଫ୍ରେଣ୍ଡ୍‌ ଡାକ୍ତର ଦିବ୍ୟରଞ୍ଜନ ମାଝୀଙ୍କ ସହ ତାଙ୍କର କିଛି ସମ୍ପର୍କୀୟ ଏବଂ ଅନ୍ୟ ୩ ସାଥୀ ଡାକ୍ତରଙ୍କ ବିରୋଧରେ ଶୁଭଶ୍ରୀଙ୍କ ବାପା ଏତଲା ଦେଇଛନ୍ତି। ସେପଟେ ପୋଷ୍ଟମର୍ଟମ୍ ରିପୋର୍ଟରେ ମୃତ୍ୟୁର କାରଣ ବିଷକ୍ରିୟାଜନିତ ବୋଲି କୁହାଯାଇଛି।

Advertisment

ସେହିପରି ଭିସେରା ରିପୋର୍ଟରେ ମଦ୍ୟପାନ ସହ ନିଦ ବଟିକା ଖାଇଥିବା ଯୋଗୁ ଶୁଭଶ୍ରୀଙ୍କ ମୃତ୍ୟୁ ଘଟିଥିବା ସ୍ପଷ୍ଟ ହୋଇଛି। ଏହା ଷଡ଼ଯନ୍ତ୍ର ହୋଇଥିବା ଶୁଭଶ୍ରୀଙ୍କ ବାପା ଅଭିଯୋଗ କରିଛନ୍ତି। ଯୋଡ଼ା ସହରାଞ୍ଚଳ ସ୍ୱାସ୍ଥ୍ୟକେନ୍ଦ୍ରର ଡାକ୍ତର ଶୁଭଶ୍ରୀ କର ଏବଂ ଡାକ୍ତର ଦିବ୍ୟରଞ୍ଜନ ବ୍ରହ୍ମପୁର ସ୍ଥିତ ମେଡିକାଲ କଲେଜରେ ପଢୁଥିବା ବେଳେ ପ୍ରେମ ସମ୍ପର୍କ ରହିଥିଲା। ପରବର୍ତ୍ତୀ ସମୟରେ ଉଭୟ ଯୋଡ଼ା ଅଞ୍ଚଳରେ ଚାକିରି କରିବାରୁ ସମ୍ପର୍କ ନିବିଡ଼ ହୋଇଥିଲା।

ଶାରୀରିକ ସମ୍ପର୍କ ସ୍ଥାପନ ପରେ ଡାକ୍ତର ଦିବ୍ୟରଞ୍ଜନ ପ୍ରତାରଣା କରିଥିବା ନେଇ ଡାକ୍ତର ଶୁଭଶ୍ରୀ ଯୋଡ଼ା ଥାନାରେ ଗତ ଡିସେମ୍ବର ୨୦ରେ ଅଭିଯୋଗ କରିଥିଲେ। ଆଉ ଡିସେମ୍ବର ୩୧ରେ ସହକର୍ମୀଙ୍କ ସହ ଜିରୋ ନାଇଟ୍ ସେଲିବ୍ରେସନ କରିବା ପରେ ଜାନୁଆରୀ ୧ ତାରିଖରେ ଭଡ଼ା ଘରୁ ମିଳିଥିଲା ତାଙ୍କ ମୃତଦେହ। ଏନେଇ ଡାକ୍ତର ଦିବ୍ୟରଞ୍ଜନଙ୍କ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନି।

Advertisment
Murder
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ