Advertisment

ମିଳିଲା ଧର୍ମେନ୍ଦ୍ରଙ୍କ ଦୁଇଟି ମୋବାଇଲ୍‌: ଏବେ ସାମ୍ନାକୁ ଆସିବ ମୃତ୍ୟୁ ପଛର ଗୁମର

ଫୋନ୍‌ରେ ତାଙ୍କର କେଉଁ ଦୁଇଟି ଭିଡିଓ ରହିଛି, ତାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି।

ଅଦ୍ୟତନ ହୋଇଛି
Mobile Phone Found

Mobile Phone Found

Advertisment

ବିଜେଡି ଜିଲ୍ଲା ପରିଷଦ ସଭ୍ୟ ଧର୍ମେନ୍ଦ୍ର ସାହୁଙ୍କ ୨ଟି ମୋବାଇଲ୍‌ ପୋଲିସ ହାତରେ ଲାଗିଛି । ଧର୍ମେନ୍ଦ୍ରଙ୍କ ଭୁବନେଶ୍ୱର ଘର ନିକଟ ଏକ ପ୍ଲଟରୁ ଏହି ୨ଟି ଯାକ ମୋବାଇଲ୍ ମିଳିଛି । ପୋଲିସ ସନ୍ଧାନୀ କୁକୁର ସହାୟତାରେ ଏହି ମୋବାଇଲ୍ ଖୋଜି ବାହାର କରିଛି । ମୋବାଇଲ୍ ରାତି ୨ଟା ୪୩ରୁ ସ୍ୱିଚ୍ ଅଫ୍ ହୋଇଥିବା ପୋଲିସର ପକ୍ଷରୁ ସୂଚନା ଦିଆଯାଇଛି । ମୋବାଇଲରେ ଥିବା ଭିଡିଓ ବିଷୟରେ ଫେସବୁକ୍‌ର ଏକ ପୋଷ୍ଟ ମାଧ୍ୟମରେ ଜଣାଇଥିଲେ ଧର୍ମେନ୍ଦ୍ର ।

Advertisment

ବିଜେଡି ନେତା ଧର୍ମେନ୍ଦ୍ର ସାହୁଙ୍କ ମୃତ୍ୟୁକୁ ନେଇ ଅନେକ ପ୍ରଶ୍ନ ଛିଡ଼ା ହୋଇଛି । ଆତ୍ମହତ୍ୟା କରିଥିଲେ ଧର୍ମେନ୍ଦ୍ର ନା ଆଉ କିଛି ? ଚାପରେ ଥିଲେ କି ? ଯଦି, ଚାପରେ ଥିଲେ ତେବେ କିଏ ଦେଉଥିଲା ସେ ଚାପ? ପାରିବାରିକ କଳହ କଣ ଥିଲା ? ଏବେ ଏମିତି ଅନେକ ପ୍ରଶ୍ନ ଉଙ୍କି ମାରୁଛି ।

ସବୁଠାରୁ ବଡ଼ କଥା, ମୃତ୍ୟୁର ୪ ଘଣ୍ଟା ପୂର୍ବରୁ ଧର୍ମେନ୍ଦ୍ରଙ୍କର ଫେସ୍‌ବୁକ୍‌ ପେଜ୍‌ରେ ପୋଷ୍ଟ ହୋଇଥିବା ଏକ ପୋଷ୍ଟକୁ ନେଇ ଚର୍ଚ୍ଚା ଜୋର ଧରିଛି। ଯେଉଁଥିରେ ଲେଖା ହୋଇଛି- ‘ମୋ ଫୋନ୍ ଦୁଇଟାରେ ସବୁ ଭିଡିଓ ରହିଛି, ତାକୁ ଲୋକଲୋଚନକୁ ଆଣିବେ’। ତେଣୁ ତାଙ୍କ ମୃତ୍ୟୁ ସହ ଏହି ପୋଷ୍ଟର କଣ ସମ୍ପର୍କ ରହିଛି ? ଫୋନ୍‌ରେ ତାଙ୍କର କେଉଁ ଦୁଇଟି ଭିଡିଓ ରହିଛି, ତାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି।

Advertisment
BJD Leader Found Dead Dharmendra Sahoo Mobile Phone Found
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ