Advertisment

ଡେଲିଭରି ବଏଙ୍କୁ ଅପହରଣ ଅଭିଯୋଗ, ସ୍ତ୍ରୀଙ୍କ ପାଖକୁ ପଠାଇଥିଲେ ଭଏସ୍‌ ମେସେଜ୍‌

କୁଆଡ଼େ ଗଲେ ଭୁବନେଶ୍ୱରର ଡେଲିଭରି ବଏ ପତିତପାବନ ପୃଷ୍ଟି ? ଗତକାଲି ରାତିରୁ ନିଖୋଜ ଥିବା ପତିତପାବନଙ୍କ ସମ୍ପର୍କରେ ଏଯାଏ କୌଣସି ସୂଚନା ମିଳିପାରିନି। କିଏ ତାଙ୍କୁ ଅପହରଣ କଲା ? କେଉଁ ଉଦ୍ଦେଶ୍ୟରେ ତାଙ୍କୁ ଅପହରଣ କରାଗଲା ? ନା ଏପଛରେ ରହିଛି ଅନ୍ୟ କିଛି କାରଣ ତାକୁ ନେଇ ଏବେ ରହସ୍ୟ ବଢ଼ିବାରେ ଲାଗିଛି।

ଅଦ୍ୟତନ ହୋଇଛି
Delivery boy Abducted In Bhubaneswar

Delivery boy Abducted In Bhubaneswar

Advertisment

ଭୁବନେଶ୍ୱର: କୁଆଡ଼େ ଗଲେ ଭୁବନେଶ୍ୱରର ଡେଲିଭରି ବଏ ପତିତପାବନ ପୃଷ୍ଟି ? ଗତକାଲି ରାତିରୁ ନିଖୋଜ ଥିବା ପତିତପାବନଙ୍କ ସମ୍ପର୍କରେ ଏଯାଏ କୌଣସି ସୂଚନା ମିଳିପାରିନି। କିଏ ତାଙ୍କୁ ଅପହରଣ କଲା ? କେଉଁ ଉଦ୍ଦେଶ୍ୟରେ ତାଙ୍କୁ ଅପହରଣ କରାଗଲା ? ନା ଏପଛରେ ରହିଛି ଅନ୍ୟ କିଛି କାରଣ ତାକୁ ନେଇ ଏବେ ରହସ୍ୟ ବଢ଼ିବାରେ ଲାଗିଛି।

Advertisment

ଗତକାଲି ସନ୍ଧ୍ୟାରେ ଫୁଡ୍ ଡେଲିଭରି କରିବାକୁ ଯାଇଥିବା ପତିତପାବନ ରାତି ୧୦ଟା ୧୫ ମିନିଟ୍ ପରେ ନିଖୋଜ ହୋଇଥିବା ଅଭିଯୋଗ ହୋଇଛି। କିଛି ବ୍ୟକ୍ତି ତାଙ୍କୁ ସାମନ୍ତରାପୁର ଛକରେ ପିଛା କରୁଥିଲେ। ଏସମ୍ପର୍କରେ ସେ ସ୍ତ୍ରୀଙ୍କୁ ଜଣାଇଥିଲେ। ଗାଡ଼ି ଖରାପ ହୋଇଯାଇଥିବାରୁ ସେ ଆସି ପାରିନଥିବା ବି ସ୍ତ୍ରୀଙ୍କୁ କହିଥିଲେ। ହେଲେ ସେତେବେଳୁ ତାଙ୍କ ସମ୍ପର୍କରେ କୌଣସି ସୂଚନା ଜଣାପଡ଼ିନି।

ଅପହୃତ ହେବା ପରେ ସ୍ତ୍ରୀଙ୍କ ପାଖକୁ ପତିତପାବନ ଏକ ଭଏସ୍ ମେସେଜ୍ ପଠାଇଥିଲେ। ଏହି ଭଏସ୍‌ ମେସେଜ୍‌ରେ ସେ କହିଥିଲେ, ‘ଧନ, ଭାଇକୁ କହ ଏଠି ଆସିବ। କିଛି ଲୋକ ଛୁରୀ ଭୁସି ଦେଇଛନ୍ତି...ଉତ୍ତରାରେ। ଡାଲା ଅଟୋରେ ଟେକି ନେଇ ଯାଇଛନ୍ତି। ନୂଆଗାଁ ବ୍ରିଜ୍‌ ପଟେ ଅଛି। ମରିବି କି ବଞ୍ଚିବି ଜାଣିନି। ଭାଇକୁ କହ ଏହି ଜାଗାକୁ ଆସିବ। ମୁଁ ଅଟୋରେ ଶୋଇଛି। ମୋ ଫୋନ୍‌ ନେଇଗଲେ। ମୋ ପଇସା, ଗାଡ଼ି, ପ୍ୟାଣ୍ଟ-ଶର୍ଟ ଚିରିକି ଫୋପାଡ଼ି ଦେଇଛନ୍ତି’।

Advertisment

ଘଟଣାକୁ ନେଇ ପତିତପାବନଙ୍କ ସ୍ତ୍ରୀ କହିଛନ୍ତି, ‘ରାତି ୧୦ଟା ୧୫ରେ ମୋ ପାଖକୁ ଭଏସ୍‌ ମେସେଜ ଆସିଥିଲା। ହେଲେ ମୁଁ ଦେଖି ନଥିଲି। ରାତି ୨ଟାରେ ମେସେଜ ଦେଖିଲି। ଏହାପରେ ସାଙ୍ଗେସାଙ୍ଗେ ଅମା ଯେଉଁଠି ତାଙ୍କ ଗାଡ଼ି ଖରାପ ହୋଇଥିଲା ସେଠି ବହୁ ଖୋଜାଖୋଜି କରିଥିଲୁ। ହେଲେ ତାଙ୍କର କୌଣସି ପତ୍ତା ମିଳିପାରିନଥିଲା। ଏହାପରେ ଆମେ ଥାନାକୁ ଯାଇଥିଲୁ।’ 

Advertisment

ଆଜି ପୋଲିସ୍ ପତିତପାବନଙ୍କୁ ଖୋଜାଖୋଜି କରିବା ପରେ ଲିଙ୍ଗିପୁର ପାଖ ଦୟାନଦୀ ନିକଟ ରାସ୍ତାରେ ଅପହୃତ ପତିତପାବନଙ୍କ ଚପଲ, ଗଞ୍ଜି, ବ୍ୟାଗ, ପାଣି ବୋତଲ ଓ ଏକ ଛୁରୀ ପଡ଼ିଥିବା ଦେଖିବାକୁ ମିଳିଛି। ଏନେଇ ପୋଲିସ୍ ଖୋଳତାଡ଼ କରୁଛି।  

Bhubaneswar Odisha Delivery Boy Abducted
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ