Advertisment

‘ଜୋରରେ ଶବ୍ଦ ହେଲା, ଦେଖିଲା ବେଳକୁ ଯନ୍ତ୍ରଣାରେ ଛଟପଟ ହେଉଥିଲା ନବଜାତକ’

ପ୍ରତ୍ୟକ୍ଷଦର୍ଶୀ ବଖାଣିଲେ କିପରି ନିଜ ପିଲାକୁ ତିନି ମହଲା ଉପରୁ ଫିଙ୍ଗି ମାରିଦେଲା ମା’

ଅଦ୍ୟତନ ହୋଇଛି
Woman Throws Her Baby From Third Floor in Delhi

murder

Advertisment

ସମାଜ ଓ ଲୋକଲଜ୍ଜା ଆଗରେ ହାରିଗଲା ମା’ର ମମତା । ଜନ୍ମ କରିବା ପରେ ନବଜାତକକକୁ ତିନି ମହଲା ଉପରୁ ଫିଙ୍ଗିଦେଲା । କ’ଣ ଥିଲା ସେ କୋମଳମତିର ଦୋଷ ? ମା’ର ଦୋଷ ପାଇଁ ତା’ର ଜୀବନ ଚାଲିଗଲା । ରାଜଧାନୀ ଦିଲ୍ଲୀର ନ୍ୟୁ କଣ୍ଡଲି (New Kondli) ଅଞ୍ଚଳରେ ଏପରି ଏକ ଘଟଣା ଘଟିଛି । ଜଣେ ୨୦ ବର୍ଷିୟ ଯୁବତୀ ହିଁ ନିଜ ପିଲାକୁ ଏମିତି ନିର୍ଦ୍ଦୟ ଭାବରେ ମାରି ପକାଇଛି ।

Advertisment

ସୋମବାର (ଜାନୁଆରୀ ୯)ରେ ରାଜଧାନୀ ଦିଲ୍ଲୀର ଜୟ ଆମ୍ବି ଆପାର୍ଟମେଣ୍ଟ (Jay Ambey Apartment) ରେ ରହୁଥିବା ଜଣେ ଅବିବାହିତ ଯୁବତୀ ଏକ ସନ୍ତାନ ଜନ୍ମ ଦେଇଥିଲେ । ଆଉ ଏହାର କିଛି ଘଣ୍ଟା ପରେ ଘରର ବାଥରୁମ ଝରକା ଦେଇ ନବଜାତକୁ ବାହାରକୁ ଫିଙ୍ଗି ଦେଇଥିଲେ । ସମାଜରେ ବଦନାମ ହେବା ଭୟରେ ଯୁବତୀ ଜଣକ ଏପରି ଭୟଙ୍କର କାମ କରିଥିବା ପୋଲିସ୍‌ ପକ୍ଷରୁ କୁହାଯାଇଛି ।

ତେବେ ଏସମ୍ପର୍କରେ ସେ ଦିନର ଭୟଙ୍କର ଦୃଶ୍ୟ ସମ୍ପର୍କରେ ବଖାଣିଛନ୍ତି ଜଣେ ପ୍ରତ୍ୟକ୍ଷଦର୍ଶୀ । ଘଟଣାଦିନ ସେ ଘରୁ ବାହାରିବା ସମୟରେ ଜୋରରେ କିଛି ଶବ୍ଦ ହେଲା । ତାଙ୍କୁ ଲାଗିଲା ବୋଧହୁଏ ଘରୁ କେହି ଆବର୍ଜନା ବାହାରକୁ ଫୋପାଡ଼ି ଦେଇଛି । ହେଲେ ନବଜାତକ ଯନ୍ତ୍ରଣା ଜର୍ଜରିତ ହୋଇ କାନ୍ଦିବା ପରେ ସେ ପାଖକୁ ଦଉଡ଼ି ଯାଇଥିଲେ । ଯାହା ଦେଖିଲେ ତାଙ୍କ ହୃଦୟ ଥରି ଉଠିଥିଲା । ମହିଳା ଜଣକ ଭୟରେ ଚିତ୍କାର କରିଥିଲେ । ତାଙ୍କ ପାଟି ଶୁଣି ଆଖପାଖ ଲୋକ ସେଠାକୁ ଦଉଡ଼ି ଆସିଥିଲେ, ଆଉ ନବଜାତକକୁ ତୁରନ୍ତ ହସ୍ପିଟାଲ ନେଇ ଯାଇଥିଲେ । ହେଲେ ଡାକ୍ତର ତାକୁ ମୃତ ଘୋଷଣା କରିଥିଲେ ଏବଂ କହିଥିଲେ ପିଲାଟି ମାତ୍ର ୩ ଘଣ୍ଟା ପୂର୍ବରୁ ଜନ୍ମ ହୋଇଛି ।

Advertisment

ଅଧିକ ପଢ଼ନ୍ତୁ: ‘ପିଇସୀ କହିଲା ପିଇସାକୁ ମାରିଦେ, ତା’ପରେ ତୋତେ ବାହାହେବି’

ତେବେ ଏନେଇ ଥାନାରେ ଅଭିଯୋଗ କରିବା ପରେ ଘଟଣାସ୍ଥଳରେ ପହଞ୍ଚିଥିଲା ପୋଲିସ୍ । ପଚରାଉଚରା କରିବା ପରେ ନିର୍ଦ୍ଦୟୀ ଅବିବାହିତ ମା’ ନିଜର ଅପରାଧ ସ୍ୱୀକାର କରିଛି । ଏବେ ଆଇପିସି ଧାରା ୩୦୨ (ହତ୍ୟା) ଏବଂ ୨୦୧ (ଅପରାଧର ପ୍ରମାଣ ନଷ୍ଟ କରିବା) ଅନୁସାରେ ପୋଲିସ ଯୁବତୀଙ୍କ ବିରୋଧରେ ମାମଲା ରୁଜୁ କରିଛି ।

Murder Murder Case
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ