Delhi Officer Raped Friend Teen Daughter
ନିଜର ସବୁ ଗୁପ୍ତ କଥାକୁ ଯାହା ସହ ବାଣ୍ଟିହୁଏ ସେ ହେଲା ବନ୍ଧୁ। ଜଣେ ବନ୍ଧୁ ହିଁ ସବୁବେଳେ ବନ୍ଧୁର ବିପଦ ସମୟରେ ଛିଡ଼ା ହେବାସହ ଉତ୍ସାହିତ କରିଥାଏ। ହେଲେ ସେହି ବନ୍ଧୁ ଯଦି ବିଶ୍ୱାସରେ ବିଷ ଦେଇ ଦିଏ, ତା’ହେଲେ ଆଉ କାହା ଉପରେ ବିଶ୍ୱାସ କରିବେ ? ଜଣେ ସରକାରୀ ଅଧିକାରୀ ନିଜ ସାଙ୍ଗଙ୍କ ୧୪ ବର୍ଷୀୟା ଝିଅକୁ ମାସ ମାସ ଧରି ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ଖାଲି ଏତିକି ନୁହେଁ ନାବାଳିକା ଜଣକ ଯେତେବେଳେ ଗର୍ଭବତୀ ହୋଇଥିଲେ, ଏହି ସମୟରେ ସମ୍ପୃକ୍ତ ଅଫିସରଙ୍କ ପତ୍ନୀ ମେଡିସିନ୍ ଦେଇ ନାବାଳିକାଙ୍କ ଗର୍ଭପାତ କରାଇଥିଲେ। ଦିଲ୍ଲୀ ସରକାରଙ୍କ ମହିଳା ଓ ଶିଶୁ ବିକାଶ ବିଭାଗର ଜଣେ ବରିଷ୍ଠ ଅଧିକାରୀଙ୍କ ବିରୋଧରେ ଏଭଳି ଅଭିଯୋଗ ଆସିଛି।
ଏନେଇ ଉକ୍ତ ଅଧିକାରୀଙ୍କ ବିରୋଧରେ POCSO ଆଇନ୍ ଅନୁଯାୟୀ ପୋଲିସ୍ ମାମଲା ରୁଜୁ କରି ତଦନ୍ତ ଚଳାଇଛି। ଅଧିକାରୀଙ୍କ ପତ୍ନୀଙ୍କ ବିରୋଧରେ ମଧ୍ୟ ଅଭିଯୋଗ ହୋଇଛି। ସେ ନାବାଳିକାଙ୍କୁ ଦୁର୍ବ୍ୟବହାର କରିବାରେ ସ୍ୱାମୀଙ୍କୁ ସାହାଯ୍ୟ କରିଥିବା ଅଭିଯୋଗ ହୋଇଛି। ମିଳିଥିବା ସୂଚନା ଅନୁସାରେ, ନାବାଳିକା ଜଣକ ଦ୍ୱାଦଶ ଶ୍ରେଣୀର ଛାତ୍ରୀ। ୨୦୨୦ ମସିହାରେ ତାଙ୍କ ପିତାଙ୍କ ଦେହାନ୍ତ ହେବାପରେ ଅଭିଯୁକ୍ତ ଅଧିକାରୀ ନାବାଳିକାଙ୍କୁ ନିଜ ଘରକୁ ନେଇ ଆସିଥିଲେ।
ଅଭିଯୋଗ ଅନୁସାରେ, ୨୦୨୦ରୁ ୨୦୨୧ ମଧ୍ୟରେ ଅନେକ ଥର ନାବାଳିକାଙ୍କୁ ଦୁଷ୍କର୍ମ କରାଯାଇଥିଲା। ନାବାଳିକା ଜଣକ ଯେତେବେଳେ ଗର୍ଭବତୀ ହେଲେ, ଅଭିଯୁକ୍ତ ଜଣକ ଏସମ୍ପର୍କରେ ପତ୍ନୀଙ୍କୁ ଜଣାଇଥିଲେ। ତେବେ ମହିଳା ଜଣକ ନାବାଳିକାଙ୍କୁ ସାହାଯ୍ୟ କରିବା ବଦଳରେ ନିଜ ସ୍ୱାମୀଙ୍କ ସାଥ୍ ଦେଇଥିଲେ ଓ ପୁଅ ହାତରେ ଔଷଧ ମଗାଇ ନାବାଳିକାଙ୍କ ଗର୍ଭପାତ କରାଇଥିଲେ।
ସମ୍ପୃକ୍ତ ନାବାଳିକା ଥାନାରେ ଅଭିଯୋଗ କରିବା ପରେ ଘଟଣାର ପର୍ଦ୍ଦାଫାସ ହୋଇଥିଲା। ବର୍ତ୍ତମାନ ତାଙ୍କର ଚିକିତ୍ସା ଚାଲିଛି। ସେପଟେ ଦିଲ୍ଲୀ ପୋଲିସ୍ ଏହି ଟପ୍ ଅଧିକାରୀଙ୍କ ବିରୋଧରେ ଆସିଥିବା ଏଭଳି ସଙ୍ଗୀନ ଅଭିଯୋଗର ତଦନ୍ତ ଚଳାଇଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/____1692517776.jpg)