murder
ନିଶାପାଣିରେ ଥରେ ପଡ଼ିଲେ ମୁକୁଳିବା କଷ୍ଟ। ଏମିତି କି ନିଶାପାଣି ପାଇଁ ଟଙ୍କା ନମିଳିଲେ ନିଶାଖୋର୍ ମଣିଷମାନେ ଭୟଙ୍କର କାଣ୍ଡ ଘଟାଇବା କଥା ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହେବନି। କିନ୍ତୁ ଏଠି ଏମିତି ଏକ ଘଟଣା ଘଟିଛି ଯାହା ଶୁଣିଲେ ଆପଣଙ୍କ ଛାତି ଥରି ଉଠିବ।
ଘଟଣାଟି ହେଉଛି ପୂର୍ବ ଦିଲ୍ଲୀ ଅଞ୍ଚଳରେ। ଏଇଠି ରୁହେ ଅଜୟ। ଅଜୟ ଅଧିକାଂଶ ସମୟ ନିଶାପାଣିରେ ବୁଡ଼ି ରୁହେ। ସେଦିନର ଘଟଣା। ଅଜୟ ସବୁଦିନ ଭଳି ମଦ ପିଇବାକୁ ବାହାରିଲା। ତେବେ ତା’ ପାଖରେ ଟଙ୍କା ନଥିବାରୁ ବାପା ସୁରେଶଙ୍କ ପାଖରେ ପହଞ୍ଚିଲା।
କିଛି ଜରୁରୀ କାମ ଅଛି କହି ବାପାଙ୍କୁ ଟଙ୍କା ମାଗିଲା। ତେବେ ମଦ ପିଇବାକୁ ବାରମ୍ବାର ଟଙ୍କା ଦେଇ ନୟାନ୍ତ ହୋଇଯାଇଥିବା ବାପା ସେଦିନ ଟଙ୍କା ଦେବାକୁ ସିଧା ମନା କରିଦେଲେ। ଏହି ଘଟଣାକୁ ନେଇ ଉଭୟଙ୍କ ମଧ୍ୟରେ କିଛି ସମୟ ପାଇଁ ଝଗଡ଼ା ମଧ୍ୟ ହେଲା।
ଏହାର କିଛି ସମୟ ପରେ ଅଜୟ ଆଉ ସଂଭାଳି ପାରିଲାନି। ନିଶାପାଣି ନେବାର ସମୟ ଗଡ଼ିଯାଉଥାଏ। ସେ ସିଧା ଏକ ଧାରୁଆ ଛୁରୀ ଧରି ବାପା ସୁରେଶଙ୍କୁ ଭୁଷି ଦେଲା। ତା’ପରେ ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ବାପାଙ୍କୁ ଛାଡ଼ି ସେ ଫେରାର୍ ମାରିଥିଲା।
ଖବର ପାଇଁ ପୂର୍ବ ଦିଲ୍ଲୀ ଡିସିପି ଉଷା ରଙ୍ଗଣୀ ଘଟଣା ସ୍ଥଳରେ ପହଞ୍ଚି ସୁରେଶଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ ମଧ୍ୟ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଅତ୍ୟଧିକ ରକ୍ତସ୍ରାବ ଯୋଗୁ ତାଙ୍କର ମୃତ୍ୟୁ ଘଟିଥିବା ଡାକ୍ତରଖାନା ସୂତ୍ରରୁ ଜଣାପଡ଼ିଛି। ପୋଲିସ ଘଟଣାର ତଦନ୍ତ କରୁଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/murder_1675327808.jpg)