Advertisment

‘ଖୁବ୍‌ଶୀଘ୍ର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ମାରିଦେବି’... ୟୁପି ମୁଖ୍ୟମନ୍ତ୍ରୀଙ୍କୁ ଧମକପୂର୍ଣ୍ଣ ମେସେଜ

ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ଜୀବନରୁ ମାରିଦେବାର ଧମକ ମିଳିଛି। ଏପ୍ରିଲ ୨୩ ରାତି ୮ଟା ୨୨ ମିନିଟ୍‌ରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ୟୁପି-୧୧୨ ମୁଖ୍ୟାଳୟ ହ୍ୱାଟ୍ସଆପ୍‌ ଡେସ୍କକୁ ଏହି ଧମକପୂର୍ଣ୍ଣ ମେସେଜ ଆସିଥିଲା।

ଅଦ୍ୟତନ ହୋଇଛି
Death threat To UP CM Yogi Adityanath

Death threat To UP CM Yogi Adityanath

Advertisment

ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ଜୀବନରୁ ମାରିଦେବାର ଧମକ ମିଳିଛି। ଅଭିଯୁକ୍ତ ଜଣକ ଡାଏଲ୍‌ ୧୧୨ ନମ୍ବରରେ ମେସେଜ କରି ଯୋଗୀ ଆଦିତ୍ୟନାଥଙ୍କୁ ଜୀବନରୁ ମାରିଦେବାର ଧମକ ପଠାଇଛି। ଏନେଇ ପୋଲିସ୍‌ ମାମଲା ରୁଜୁ କରିଛି। ଏହାସହ ୟୁପି ଏଟିଏସ୍‌ ସମେତ ସମସ୍ତ ଏଜେନ୍ସିକୁ ଏନେଇ ସୂଚନା ଦିଆଯାଇଛି।

Advertisment

ଏଫ୍‌ଆଇଆର୍‌ ଅନୁସାରେ, ଏପ୍ରିଲ ୨୩ ରାତି ୮ଟା ୨୨ ମିନିଟ୍‌ରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ୟୁପି-୧୧୨ ମୁଖ୍ୟାଳୟ ହ୍ୱାଟ୍ସଆପ୍‌ ଡେସ୍କକୁ ଏହି ଧମକପୂର୍ଣ୍ଣ ମେସେଜ ଆସିଥିଲା। ଏହି ମେସେଜ  XXXXXX0148 ନମ୍ବରରୁ ଆସିଥିଲା। ଯେଉଁଥିରେ ଲେଖା ହୋଇଥିଲା- ‘ଖୁବ୍‌ଶୀଘ୍ର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ମାରିଦେବି’। ଏଭଳି ଧମକପୂର୍ଣ୍ଣ ମେସେଜ ମିଳିବା ପରେ ଯାଞ୍ଚ ଏଜେନ୍ସି ଆଲର୍ଟ ହୋଇଛନ୍ତି।

ଏହା ପୂର୍ବରୁ ମଧ୍ୟ ମିଳିଥିଲା ଧମକ...

ଏହା ପୂର୍ବରୁ ଯୋଗୀ ଆଦିତ୍ୟନାଥଙ୍କୁ ଗତବର୍ଷ ଏପ୍ରିଲରେ ଜୀବନରୁ ମାରିଦେବାର ଧମକ ମିଳିଥିଲା। ଏହାପରେ ଲକ୍ଷ୍ନୌ ସାଇବର ସେଲ୍‌ ରାଜସ୍ଥାନର ସରଫରାଜ୍‌ ନାମକ ଜଣେ ବ୍ୟକ୍ତିଙ୍କୁ ଗିରଫ କରିଥିଲେ। ସେ ମଧ୍ୟ ହ୍ୱାଟ୍ସଆପ୍‌ରେ ଧମକପୂର୍ଣ୍ଣ ମେସେଜ ପଠାଇ ଥିଲେ। ଏନେଇ ଲକ୍ଷ୍ନୌର ସୁଶାନ୍ତ ଗୋଲ୍ଫ ସିଟି ଥାନାରେ ଅଗଷ୍ଟ ୨ରେ ମାମଲା ରୁଜୁ ହୋଇଥିଲା। ଏହା ପ୍ରଥମ ଘଟଣା ନୁହେଁ। ଏହା ପୂର୍ବରୁ ମଧ୍ୟ ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ବୋମା ପକାଇ ଉଡ଼ାଇ ଦେବାର ଧମକ ମିଳିଥିଲା।

Advertisment
Yogi Adityanath UP CM Yogi Adityanath
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ