ବିଜେପି କଲେଜ ଛାତ୍ରୀ ଆତ୍ମହତ୍ୟା: ସମ୍ପୃକ୍ତ ଅଛନ୍ତି ୩ ସିନିୟର !

ବିଜେବି କଲେଜର କାରୁବାକି ହଷ୍ଟେଲ ୨୦୧ ନମ୍ବର ରୁମ୍‌ରୁ ଆଜି ଯୁକ୍ତ ୩ ପ୍ରଥମ ବର୍ଷର ହିଷ୍ଟ୍ରି ଅନର୍ସ ଛାତ୍ରୀ ରୁଚିକା ମହାନ୍ତିଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଥିଲା । ତେବେ ତାଙ୍କର ସୁଇସାଇଡ୍ ନୋଟ୍ ସାମ୍ନାକୁ ଆସିବା ପରେ ଚାଞ୍ଚଲ୍ୟ ପ୍ରକାଶ ପାଇଛି ।

BJB College Student Death

ବିଜେବି କଲେଜ ଛାତ୍ରୀ ଆତ୍ମହତ୍ୟା ଅଭିଯୋଗ ମାମଲାରେ ଚାଞ୍ଚଲ୍ୟକର ଖୁଲାସା । ୩ ସିନିୟର୍ଙ୍କ ମାନସିକ ନିର୍ଯାତନା ସହିନପାରି ଜୀବନ ହାରୁଥିବା ନିଜ ସୁଇସାଇଡ୍ ନୋଟ୍‌ରେ ଲେଖିଛନ୍ତି ଛାତ୍ରୀ ରୁଚିକା ।

ବିଜେବି କଲେଜର କାରୁବାକି ହଷ୍ଟେଲ ୨୦୧ ନମ୍ବର ରୁମ୍‌ରୁ ଆଜି ଯୁକ୍ତ ୩ ପ୍ରଥମ ବର୍ଷର ହିଷ୍ଟ୍ରି ଅନର୍ସ ଛାତ୍ରୀ ରୁଚିକା ମହାନ୍ତିଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଥିଲା । ତେବେ ତାଙ୍କର ସୁଇସାଇଡ୍ ନୋଟ୍ ସାମ୍ନାକୁ ଆସିବା ପରେ ଚାଞ୍ଚଲ୍ୟ ପ୍ରକାଶ ପାଇଛି । ସେଥିରେ ସେ ଲେଖିଛନ୍ତି ଯେ, ସମସ୍ତେ ଜାଣନ୍ତି ଆମ କଲେଜରେ ରାଗିଂ ହୁଏନି  କିନ୍ତୁ ସିନିୟର୍ ମୋତେ ହଷ୍ଟେଲ୍‌ରେ ବଞ୍ଚେଇ ଦେଲେନି । ତେବେ ନୋଟ୍‌ରେ ୩ ସିନିୟରଙ୍କ ନାଁ ଲେଖି ନାହାନ୍ତି ରୁଚିକା ।

ସୁଇସାଇଡ୍ ନୋଟ୍ ମିଳିବା ପରେ ମୃତ ଛାତ୍ରୀଙ୍କ ବାପାମାଆ ବଡ଼ଗଡ଼ ଥାନାରେ ଏତଲା ଦେବା ସହିତ ହଷ୍ଟେଲ୍‌ରେ ପହଞ୍ଚି ନ୍ୟାୟ ଦାବି କରିଛନ୍ତି । ଏହାପରେ ବିଜେବି କଲେଜ ଫାଟକ ନିକଟରେ ଉତ୍ତେଜନା ପ୍ରକାଶ ପାଇଛି । ନବନିର୍ମାଣ ଛାତ୍ର ସଂଗଠନ ହୋହାଲ୍ଲା କରିବା ସହିତ ନାରାବାଜି କରିଛନ୍ତି । ଆଜି ରୁଚିକାଙ୍କ ରୁମ୍ ମେଟ୍‌ମାନେ କଲେଜକୁ କ୍ଲାସ୍ ପାଇଁ ଯାଇଥିଲେ ମଧ୍ୟ ରୁଚିକା ସେମାନଙ୍କ ସହ ଯାଇନଥିଲେ । ଏହାର କିଛି ସମୟ ପରେ ରୁମ୍ ଭିତରୁ କବାଟ ବନ୍ଦ କରି ସେ ଫ୍ୟାନ୍‌ରେ ରଶି ଲଗାଇ ଝୁଲି ପଡ଼ିଥିବା ଅଭିଯୋଗ ହୋଇଛି । କଟକ ଫୁଲନଖରାର ରୁଚିକା UPSC ପାଇଁ ମଧ୍ୟ ପ୍ରସ୍ତୁତ ହେଉଥିଲେ ।

ଆଜିର ରୁଚିକା ମହାନ୍ତିଙ୍କ ଭଳି ସେଦିନ ବି ଜୀବନ ହାରିଥିଲେ ଜଣେ ଛାତ୍ରୀ । ଫାଶି ଲଗାଇ ଆତ୍ମହତ୍ୟା କରିଥିଲେ +୩ ଶେଷ ବର୍ଷ କମର୍ସ ଛାତ୍ରୀ ରିଚା ମିଶ୍ର । ବିଜେବି କଲେଜର +୩ ଶେଷ ବର୍ଷ ଛାତ୍ରୀ ରିଚା ମିଶ୍ର ଆତ୍ମହତ୍ୟା କରିଥିଲେ । ୩ ଅଧ୍ୟାପକଙ୍କ ମାନସିକ ନିର୍ଯାତନାରେ ଅତିଷ୍ଠ ହୋଇ ଜୀବନ ହାରିଥିଲେ ରିଚା । ୨୦୦୫ ମସିହା ନଭେମ୍ବର ୧୮ରେ ଆତ୍ମହତ୍ୟା କରିଥିଲେ ରିଚା । ଆତ୍ମହତ୍ୟା ପୂର୍ବରୁ ଏକ ସୁଇସାଇଡ ନୋଟ୍ ଛାଡ଼ି ଯାଇଥିଲେ ରିଚା । ତିନି ଅଧ୍ୟାପକ ତାଙ୍କୁ ସେମାନଙ୍କ ପାଖରେ କୋଚିଂ ନେବାକୁ ବାଧ୍ୟ କରୁଥିଲେ । କୋଚିଂ ନନେଲେ ସେମାନେ ତାଙ୍କ କ୍ୟାରିଅର ସଫା କରିଦେବେ କହିଥିଲେ । ଏମିତିକି ପରୀକ୍ଷାରେ ମାର୍କ କମାଇ ଦେଇଥିବା ମଧ୍ୟ ଲେଖିଥିଲେ ରିଚା ।

ମାନସିକ ନିର୍ଯାତନା ସହିନପାରି ଶେଷରେ ଆତ୍ମହତ୍ୟା କରିଥିଲେ ରିଚା । ଘଟଣାକୁ ନେଇ ତମ୍ବିତୋଫାନ ପରେ କାର୍ଯ୍ୟାନୁଷ୍ଠାନ ହୋଇଥିଲା । ତିନି ଅଧ୍ୟାପକଙ୍କୁ ତୁରନ୍ତ ନିଲମ୍ବନ ସହ ତଦନ୍ତ କମିଟି ବସାଯାଇଥିଲା । ସେପଟେ OUAT ପ୍ରଫେସର ଥିବା ରିଚାଙ୍କ ବାପା ଏତଲା କରିଥିଲେ । ଘଟଣାର ୮ ମାସ ପରେ ତିନି ଅଧ୍ୟାପକଙ୍କୁ ଗିରଫ କରାଯାଇଥିଲା ।